Below header

କରୋନା ମେଡିସିନ୍ ଗବେଷଣା ଟିମରେ ଓଡିଆ ପୁଅ, ରାୟଗଡାର ଆଦିତ୍ୟ ପାଢ଼ୀ

(କେନ୍ୟୁଜ୍‌ ବ୍ୟୁରୋ) : କରୋନା ମେଡିସିନ୍ ଗବେଷଣା ଟିମରେ ଓଡିଆ ପୁଅ। ଜାପାନର ରିକେନ କମ୍ପାନୀ ପ୍ରସୂତ ୟରମକ୍ଟଫିନୋଭିର ଔଷଧ କରୋନା ମୁକାବିଲାରେ ସହାୟକ ହେଉଥିବାରୁ ଭାରତରେ ଏହାର ପରୀକ୍ଷଣ ପାଇଁ ମିଳିଛି ଅନୁମତି। ଏହି ପରୀକ୍ଷଣର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ପାଇଁ ମିଳିଛି ଅନୁମତି।

adityaa ସବୁଠୁ ବଡ କଥା ହେଉଛି ଜାପାନ ପକ୍ଷରୁ ଏହାର ନେତୃତ୍ୱ ନେଉଛନ୍ତି ରାୟଗଡ଼ାର ଆଦିତ୍ୟ ପାଢୀ। ଜାପାନର ରିକେନ୍ କମ୍ପାନୀ ପ୍ରସ୍ତୁତ କରୁଥିବା ଔଷଧ ପାଇଁ ନେଉଛନ୍ତି ନେତୃତ୍ୱ। କୋଭିଡ୍ ମୁକାବିଲା ପାଇଁ ସହାୟକ ହେଉଥିବାରୁ ଭାରତରେ ପରୀକ୍ଷଣ ପାଇଁ ମିଳିଛି ଅନୁମତି।

adityaଦୁଇଟି ପର୍ଯ୍ୟାୟ ପରୀକ୍ଷଣ ସଫଳ ହେବା ପରେ ତୃତୀୟ ତଥା ଚୂଡାନ୍ତ ପରୀକ୍ଷା ଲକ୍ଷ୍ନୌର ରାମ ମନୋହର ଲୋହିଆ ଇନଷ୍ଟିଚ୍ୟୁଟ ଅଫ୍‌ ମେଡିକାଲ ସାଇନ୍ସ ଏବଂ କିଙ୍ଗ ଜର୍ଜସ ମେଡିକାଲ ୟୁନିଭର୍ସିଟିରେ ହେବାକୁ ଯାଉଛି। ସେହିପରି ଏହି ପରୀକ୍ଷଣ ସଫଳ ହେଲେ ତୁରନ୍ତ ଔଷଧ ପ୍ରସ୍ତୁତ ସହ ସିଏସଆଇଆର ଓ ସିଡିଆରଆଇ ଗୋଆର ମେଡିଜେଷ୍ଟ ଫାର୍ମାସିୟୁଟକାଲସକୁ ଅନୁମତି ପ୍ରଦାନ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.