ଉତ୍ତରପ୍ରଦେଶ : ନିୟନ୍ତ୍ରଣ ହରାଇ ୨୦ ଫୁଟ ତଳକୁ ଖସି ପଡିଲା ପ୍ରବାସୀ ଶ୍ରମିକ ବସ୍‌; ୬ ମୃତ, ୪୦ ଆହତ

ଉତ୍ତର ପ୍ରଦେଶର କନ୍ନୋଜ ପାଖରେ ଲକ୍ଷ୍ମୌ- ଆଗ୍ରା ଏକ୍ସପ୍ରେସରେ ଏକ ବଡ ଧରଣର ସଡକ ଦୁର୍ଘଟଣା ଘଟିଛି। ଏଥିରେ ୬ ଜଣ ଲୋକ ମୃତ୍ୟୁବରଣ କରିଥିବା ବେଳେ ୪୦ରୁ ଉର୍ଦ୍ଧ୍ୱ ଆହତ ହୋଇଛନ୍ତି। ଏହି ହାଇେଓ୍ଵରେ ଏକ ପ୍ରାଇଭେଟ ବସ୍‌ ନିୟନ୍ତ୍ରଣ ହରାଇ ୨୦ ଫୁଟ ତଳକୁ ଖସି ପଡିଛି। ଆହତମାନଙ୍କୁ ସ୍ଥାନୀୟ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି। ଘଟଣା ସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ସୂଚନାଯୋଗ୍ୟ, ଲକଡାଉନ ଶେଷ ହେବା ପରେ କିଛି ପ୍ରବାସୀ ଶ୍ରମିକ କାମ ପାଇଁ ବିହାର ଦରଭଙ୍ଗାରୁ ଦିଲ୍ଲୀ ଫେରୁଥିବା ବାଟରେ ଏହି ଦୁର୍ଘଟଣା ଘଟିଛି। ଏକ୍ସପ୍ରେସ େଓ୍ଵରେ ବସଟି ରାସ୍ତା କଡରେ ଥିବା ଏସୟୁଭି ସହିତ ନିୟନ୍ତ୍ରଣ ହରାଇ ଧକ୍କା ହୋଇଥିଲା। ଫଳରେ ତଳକୁ ଖସି ପଡିଥିଲା।

acci

ଏହି ସଡକ ଦୁର୍ଘଟଣା ମୃତ ବ୍ୟକ୍ତିଙ୍କ ପାଇଁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ ଶୋକ ପ୍ରକାଶ କରିଛନ୍ତି। ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ଉଚିତ ଚିକିତ୍ସା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.