ସାବଧାନ ! ମୋବିଲାଇଜେସନ ଲେଟର ନଥିଲେ କାଲିଠାରୁ ଅଟକାଇବ କମିଶନରେଟ ପୋଲିସ, ଟ୍ବିଟ ମାଧ୍ୟମରେ ଦେଲା ସୂଚନା

କେନ୍ୟୁଜ୍(ବ୍ୟୁରୋ):  ସେମାବାର ଠାରୁ  ରାଜାଧାନୀରେ କଡାକଡି ହେବ ଚେକିଂ। ଅଫିସ ଯିବା ଅସିବା ସମୟରେ ଆଇଡି କାର୍ଡ ସହ ମୋବିଲାଇଜେସନ ଲେଟର ନ ଆଣିଲେ ବାଟରେ ଅଟକାଇବ ପୋଲିସ। ଟ୍ବିଟ କରି ଏହି ସୂଚନା ଦେଇଛି କମିଶନରେଟ ପୋଲିସ। ଲକଡାଉନ ନିୟମକୁ କଡା କଡି ହେବ ବୋଲି ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ କହିଥିଲେ। କିନ୍ତୁ ଗତ କାଲି କିଛି ଅତ୍ୟାବଶ୍ୟକ ସେବା ଦେଉଥିବା ସଂସ୍ଥାର କର୍ମଚାରୀ ଏହି ନିୟମକୁ ମାନୁନଥିବାର ଦେଖାଯାଇଥିଲା। ଯାହା ଫଳରେ ଆସନ୍ତା କାଲି ଠାରୁ ଟ୍ବିନ ସିଟିରେ ଏହି ନିୟମକୁ କଡାକଡି  ହେବ ବୋଲି କମିଶନରେଟ ପୋଲିସ କହିଛି।

 

ଏହି ସମୟରେ ବ୍ୟାଙ୍କ,ଆଇଟି,ଇନସ୍ୟୁରାନ୍ସ କର୍ମଚାରୀ,ଓ ଗଣମାଧ୍ୟମ ପ୍ରତିନିଧିମାନେ ସଂସ୍ଥା ତରଫରୁ ମୋବିଲାଇଜେସନ ଲେଟର ଆଣି ଅଫିସ ଯା ଆସ କରପାରେବେ । ଯଦି କେହି ଏହି ନିୟମକୁ ମାନିବେ ନାହିଁ ତେବେ ତାଙ୍କୁ ରାସ୍ତାରେ ଗାଡି ନେବାକୁ ପରିମିଟ ମିଳିବ ନାହିଁ ବୋଲି କମିଶନରେଟ ପୋଲିସ ଟ୍ବିଟ  ଯୋଗେ କହିଛି।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.