ସ୍ପେଶାଲ

ଆଜି ହେଉଛି ପାପମୋଚନ ଏକାଦଶୀ, ବ୍ରତ କରୁଥିବା ଲୋକଙ୍କ ପାଇଁ ଖୋଲିଯିବ ମୋକ୍ଷର ଦ୍ୱାର

ଧାର୍ମିକ ଶାସ୍ତ୍ରରେ ଏକାଦଶୀ ବ୍ରତର ବିଶେଷ ମହତ୍ତ୍ୱ ରହିଛି। ବର୍ଷରେ ସମୁଦାୟ ୨୪ଟି ଏକାଦଶୀ ପଡିଥାଏ। ଚୈତ୍ରମାସ କୃଷ୍ଣପକ୍ଷ ଏକାଦଶୀକୁ ପାପମୋଚନ ଏକାଦଶୀ କୁହାଯାଇଥାଏ। ମାନ୍ୟତା ରହଛି ଯେଉଁ ବ୍ୟକ୍ତି ଆଜିର ଦିନରେ ଭକ୍ତି ଭାବର ସହ ଉପବାସ ରଖିଥାନ୍ତି ସେମାନଙ୍କର ସମସ୍ତ ପାପ ନାଶ ହୋଇଯାଏ। ଚଳିତ ବର୍ଷ ଏହି ଏକାଦଶୀ ଆଜି ପାଳନ କରାଯାଉଛି। ଏହି ଏକାଦଶୀ ଦିନ ଉପବାସ କରିବା ଦ୍ୱାରା ମନୁଷ୍ୟ ପାଇଁ ମୋକ୍ଷ ଦ୍ୱାରା ଖୋଲିଯାଇଥାଏ।

ଧାର୍ମିକ ମାନ୍ୟତା ଅନୁଯାୟୀ ଏହି ଏକାଦଶୀର ମହତ୍ତ୍ୱ ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ କହିଥିଲେ। ଏହି ଏକାଦଶୀର ମହତ୍ତ୍ୱ ବିଷୟରେ ଉଲ୍ଲେଖ କରିବା ସହ କହିଛନ୍ତି ଯେଉଁ ବ୍ୟକ୍ତି ଏହି ଏକାଦଶୀ ବ୍ରତ କରିଥାନ୍ତି ତାଙ୍କ ଜୀବନରୁ ସମସ୍ତ ପାପ କ୍ଷୟ ହୋଇଯାଇଥାଏ। ଏହି ଦିନ ଭକ୍ତ ଭଗବାନ ବିଷ୍ଣୁଙ୍କ ପୂଜା କରିବା ଉଚିତ। ଏପରି କରିବା ଦ୍ୱାରା ଭଗବାନ ବିଷ୍ଣୁଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ।

ବ୍ରତ କଥା:

ଥରେ ଏକ ଋଷି କଠୋର ତପସ୍ୟାରେ ଲୀନ ଥିଲେ। ଋଷିଙ୍କ ତପସ୍ୟାରେ ଦେବରାଜ ଇନ୍ଦ୍ର ମଧ୍ୟ ବିଚଳିତ ହୋଇଯାଇଥିଲେ। ଋଷିଙ୍କ ତପସ୍ୟା ଭଙ୍ଗ କରିବା ପାଇଁ ଇନ୍ଦ୍ର ମଞ୍ଜୁଘୋଷା ନାମକ ଅପ୍ସରାଙ୍କୁ ତାଙ୍କ ନିକଟକୁ ପଠାଇଥିଲେ। ଏହାପରେ ତପସ୍ୟାରେ ଲୀନ ଥିବା ଋଷି ଅପ୍ସରାଙ୍କୁ ଦେଖି ମୁଗ୍ଧ ହୋଇଗଲେ। ଋଷି ଶିବ ଭକ୍ତି ଛାଡି ଅପ୍ସରାଙ୍କ ସହ ରହିବାକୁ ଲାଗିଲେ। ଅନେକ ବର୍ଷ ପରେ ମଞ୍ଜୁଘୋଷା ଋଷିଙ୍କ ପାଖରୁ ସ୍ୱର୍ଗକୁ ପୂନର୍ବାର ଯିବା ପାଇଁ ଆଜ୍ଞା ମାଗିଥିଲେ। ସେହି ସମୟରେ ହିଁ ଋଷିଙ୍କୁ ଭକ୍ତି ମାର୍ଗରୁ ବିଚଳିତ ହେବାର ସଂଜ୍ଞା ହେବା ସହ ନିଜ ଉପରେ ଅବସାଦ ଲାଗିଥିଲା।

ଧର୍ମ ଭ୍ରଷ୍ଟ ହେବା କାରଣରୁ ଅପ୍ସରାଙ୍କୁ ଋଷି ପିଶଣାଚିନୀ ହେବାର ଅଭିଶାପ ଦେଇଥିଲେ। ଯାହାଫଳରେ ଅପ୍ସରା ଅତ୍ୟନ୍ତ ଦୁଃଖୀ ହେବା ସହ ଏହି ଅଭିଶାପରୁ ମୁକ୍ତି ପାଇବା ପାଇଁ ପ୍ରାର୍ଥନା କରିବାକୁ ଲାଗିଲେ। ଏହି ସମୟରେ ଦେବର୍ଷି ନାରଦ ସେଠାରେ ଉପସ୍ଥିତ ହୋଇ ଅପ୍ସରା ଏବଂ ଋଷି ଉଭୟଙ୍କୁ ପାପରୁ ମୁକ୍ତି ପାଇଁ ପାପମୋଚନ ଏକାଦଶୀ ବ୍ରତ କରିବା ପାଇଁ ଉପଦେଶ ଦେଇଥିଲେ। ନାରଦଙ୍କ କହିବାନୁଯାୟୀ ସମସ୍ତ ବିଧି-ବିଧାନର ସହ ଏହି ବ୍ରତ କରିବା ଦ୍ୱାରା ଋଷି ଏବଂ ଅପ୍ସରାଙ୍କର ସମସ୍ତ ପାପ କ୍ଷୟ ହୋଇଥିଲା। ଏଥିସହ ଶାସ୍ତ୍ରରେ ଉଲ୍ଲେଖ ରହିଛି ଏହି କଥାଦଶୀ ବ୍ରତ କଥା ଶୁଣିବା ଦ୍ୱାରା ମଧ୍ୟ ସହସ୍ର ଗୋ-ଦାନର ଫଳ ପ୍ରାପ୍ତ ହୋଇଥାଏ। ବ୍ରହ୍ମହତ୍ୟା, ସୁନା ଚୋରି ଏବଂ ମଦ୍ୟ ପାନ କରୁଥିବା ମହାପାପୀ ମଧ୍ୟ ଏହି ବ୍ରତ କରିବା ଦ୍ୱାରା ପାପ କ୍ଷୟ ହୋଇଯାଇଥାଏ। ଏହି ବ୍ରତ ଅତ୍ୟନ୍ତ ପୁଣ୍ୟଦାୟୀ ହୋଇଥାଏ।

ବ୍ରତର ନିୟମ

ଏକାଦଶୀ ଦିନ ପ୍ରାତଃ ସକାଳୁ ସ୍ନାନ ସାରିବା ପରେ ଭଗବାନ ବିଷ୍ଣୁଙ୍କ ପୂଜା କରନ୍ତୁ। ଭଗବାନଙ୍କ ନିକଟରେ ଦୀପ ଲଗାଇ ଜଣାତରେ ହେଉ କିମ୍ବା ଅଜାଣତରେ ହୋଇଥିବା ଭୁଲ ପାଇଁ କ୍ଷମା ପ୍ରାର୍ଥନା କରନ୍ତୁ। ଏଥିସହ ‘ଓଁ ନମୋ ଭଗବତେ ବାସୁଦେବାୟ’ ମନ୍ତ୍ର ଜପ କରନ୍ତୁ।

KNews Bureau

Recent Posts

ଦାରିଙ୍ଗବାଡ଼ି: ବଜ୍ରାଘାତରେ ୪ ଗୋରୁ ମୃତ

ଦାରିଙ୍ଗବାଡ଼ି : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଳକ ଅନ୍ତର୍ଗତ କିଲାବାଡ଼ି ଗ୍ରାମରେ  ଆଜି ଅପରାହ୍ନରେ କାଳ ବୈଶାଖୀ ବର୍ଷା ଜନିତ…

9 hours ago

କାଳବୈଶାଖୀର କରାଳ ରୂପ, ବଜ୍ରାଘାତ ନେଲା ୧୨ ଗାଇଙ୍କ ଜୀବନ

ଲକ୍ଷ୍ମୀପୁର : ଆଜି କୋରାପୁଟ ଜିଲ୍ଲା ନାରାୟଣପାଟଣା ଥାନା ଗଦରାଗୁଡ଼ା ଏବଂ ପିଲ୍କୁର୍ ଗାଁରେ କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିଛି…

10 hours ago

ସାନଖେମୁଣ୍ଡିରେ କାଳବୈଶାଖୀ ବର୍ଷା, ବଜ୍ରାଘାତରେ ଦୁଇ ଯୁବକଙ୍କ ମୃତ୍ୟୁ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ସାନଖେମୁଣ୍ଡି ବ୍ଲକ ଗାନ୍ଧୀ ଛକରେ ବଜ୍ରାଘାତରେ ଦୁଇ ଯୁବକଙ୍କ ମୃତ୍ୟୁ…

11 hours ago

୭୨ ଘଣ୍ଟାରେ ରାଜ୍ୟରେ ଅଂଶୁଘାତ ମୃତ୍ୟୁ ୨୦, ରାଜସ୍ୱ କମିସନଙ୍କ କାର୍ଯ୍ୟାଳୟ ଦେଲା ସୂଚନା

ଗତ ୭୨ ଘଣ୍ଟାରେ ରାଜ୍ୟରେ ଅଂଶୁଘାତରେ ୨୦ଜଣଙ୍କ ମୃତ୍ୟୁ ଘଟିଛି । ଏହି ସମୟ ମଧ୍ୟରେ ୯୯ଟି ଅଂଶୁଘାତଜନିତ ମୃତ୍ୟୁ…

12 hours ago

ବର୍ଷେ ପରେ ବି ତାଜା ଅଛି ସେହି ଭୟଙ୍କର ଦୁର୍ଘଟଣାର ସ୍ମୃତି, ମନେ ପକାଉଛନ୍ତି ଗାଁ ଲୋକେ ଓ ସ୍ୱେଚ୍ଛାସେବୀ

ସେହି ରେଳ ଧାରଣା ଅଛି । ସେଇଠି ଟ୍ରେନ୍‌ ବି ଚାଲୁଛି । ତଥାପି ଗୁମୁରି ଗୁମୁରି କାନ୍ଦୁଛି ଏ…

13 hours ago

ବାହାନଗା ରେଳ ଦୁର୍ଘଟଣାକୁ ବର୍ଷେ, ମୃତକଙ୍କ ପରିବାରକୁ ସହଯୋଗ କରିଥିଲେ ଡ. ଅଚ୍ୟୁତ ସାମନ୍ତ

ବାଲେଶ୍ୱର ଜିଲ୍ଲା ବାହାନଗାଠାରେ ଘଟିଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣାକୁ ପୂରିଛି ଏକ ବର୍ଷ । ଏଭଳି ଦୁର୍ଘଟଣାରେ ମର୍ମାହତ ହୋଇ…

13 hours ago