Categories: ସ୍ପେଶାଲ

ଜାଣନ୍ତୁ ଇସ୍ରାଏଲ ଏତେ ଧନୀ କିପରି ହେଲା, କେଉଁଠୁ ଆସିଲା ଏତେ ଟଙ୍କା?

ଆଜି ଠାରୁ ପ୍ରାୟ ୬୦/ ୭୦ ବର୍ଷ ପୂର୍ବରୁ ଦୁନିଆର ନକ୍ସାରେ ଯେଉଁ ଦେଶର କୌଣସି ଚିହ୍ନବର୍ଣ୍ଣ ନଥିଲା, ଆଜି ସେହି ଦେଶ କେବଳ ଏସିୟାର ନୁହେଁ ବରଂ ଦୁନିଆର ସବୁଠାରୁ ବିଶେଷ ଦେଶ ଭାବରେ ଜଣାଯାଉଛି। ଆଜି ସେହି ଦେଶକୁ ପୂରା ବିଶ୍ୱ ଇସ୍ରାଏଲ ନାମରେ ଜାଣିଛି। ଦ୍ୱିତୀୟ ବିଶ୍ୱଯୁଦ୍ଧ ପୂର୍ବରୁ ଅଧିକାଂଶ ଇହୁଦି ଦୁନିଆର ଅନେକ ଦେଶ ମାନଙ୍କରେ ବାଣ୍ଟି ହୋଇ ରହିଥିଲେ। କିନ୍ତୁ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଦୁନିଆର ଅଧିକାଂଶ ଦେଶ ଯେତେବେଳେ ଦେଶଦ୍ରୋହୀ କହି ନିଜ ଦେଶରୁ ବାସନ୍ଦ କରିଦେଲେ ସେତେବେଳେ ଏହି ଲୋକଙ୍କୁ ନେଇ ଏକ ନୂଆ ଦେଶ ତିଆରି କରାଗଲା ଯାହାର ନାମ ଇସ୍ରାଏଲ ରଖାଗଲା। ମାତ୍ର ୨୦/୩୦ ବର୍ଷ ମଧ୍ୟରେ ଇସ୍ରାଏଲ ଏତେ ଶକ୍ତିଶାଳୀ ହୋଇଗଲା କେହି ମଧ୍ୟ ଇସ୍ରାଏଲକୁ ହରାଇ ପାରିଲେନାହିଁ।

ଆଜି ଆମେ ଆପଣଙ୍କୁ ଇସ୍ରାଏଲ ଦେଶ ବିଷୟରେ ଜଣାଇବୁ, ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରାଇଦେବ। ଶିକ୍ଷା ବ୍ୟବସ୍ଥା ଏବଂ ଟେକ୍ନୋଲୋଜି କାରଣରୁ ଇସ୍ରାଏଲ ଅଧିକ ଜଣାଶୁଣା। ଇସ୍ରାଏଲରେ କଲେଜ ଛାତ୍ରୀଙ୍କ ସଂଖ୍ୟା ସବୁଠାରୁ ଅଧିକ। ପ୍ରତ୍ୟେକ ବ୍ୟକ୍ତିଙ୍କ ବହି ସଂଖ୍ୟା ଅନୁସାରେ ଏହି ଦେଶ ସାରା ବିଶ୍ୱରେ ଦ୍ୱିତୀୟ ସ୍ଥାନରେ ଆସିଥାଏ। ନୂଆ କମ୍ପାନୀ ଗଢ଼ିବାରେ ଇସ୍ରାଏଲ ପୂରା ଦୁନିଆରେ ତୃତୀୟ ସ୍ଥାନରେ ରହିଛି। ଆପଣ ବୋଧ ହୁଏ ଜାଣିନଥିବେ ଯେ ମୋଟରୋଲା ମୋବାଇଲ୍‌, ଭଏସ୍‌ ମେଲ ଟେକ୍ନୋଲୋଜି, ଆଣ୍ଟି ଭାଇରସ୍‌ ସଫ୍ଟଓ୍ଵୟାର ଭଳି ଅନେକ ଟେକ୍ନାଲୋଜିର ଜନ୍ମ ଇସ୍ରାଏଲରେ ହିଁ ହୋଇଛି।

ଇସ୍ରାଏଲର ନାମ ଦୁନିଆର ୯ଟି ଦେଶ ମାନଙ୍କ ତାଲିକାରେ ଆସିଥାଏ, ଯେଉଁ ଦେଶ ଗୁଡିକ ନିଜର ସକ୍ଷମତାରେ ସାଟେଲାଇଟ୍‌ ଲଞ୍ଚ କରିବାର ଶକ୍ତି ରହିଛି। ଇସ୍ରାଏଲର ଡିଫେନ୍ସ ଟେକ୍ନୋଲୋଜିକୁ ଦୁନିଆର ସବୁଠାରୁ ଉତ୍ତମ ଟେକ୍ନୋଲୋଜି ବୋଲି ଧରାଯାଏ। ଏଠାରେ ତିଆରି କରାଯାଉଥିବା ହତିଆରକୁ ବିକ୍ରି କରିବା ପାଇଁ ଇସ୍ରାଏଲର ସରକାର କୌଣସି ବି ସ୍ତରକୁ ଯାଇପାରନ୍ତି। ଉଦାହରଣ ସ୍ୱରୁପ – ଭାରତର ଜଣେ ରିଟାୟର ଡେବଲପମେଣ୍ଟଙ୍କ ଅନୁଯାୟୀ ଭାରତ ଚାଇନା ଅସନ୍ତୋସ ସମୟରେ ଗୋଟେ ପଟେ ଇସ୍ରାଏଲ ଭାରତକୁ ହତିଆର ବିକ୍ରି କରୁଥିଲା ଏବଂ ଅନ୍ୟପଟେ ଚାଇନାକୁ ଟେକ୍ନୋଲୋଜି ବିକ୍ରି କରୁଥିଲା।

ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଇସ୍ରାଏଲ ନିଜର ଟେକ୍ନୋଲୋଜିକୁ କ୍ଷେତ ଏବଂ ପଶୁଙ୍କ ଉପରେ ଏକ୍ସପେରିମେଣ୍ଟ କରିଥାଏ। ବୋଧ ହୁଏ ଏହି କାରଣରୁ ଦୁନିଆର ସବୁ ଦେଶର ଗାଈ ଠାରୁ ଏଠାକାର ଗାଈ ଅଧିକ ମାତ୍ରାର କ୍ଷୀର ଦେଇଥାନ୍ତି। କେଉଁ ଦେଶ କେତେ ଉନ୍ନତ ଏହା ସେହି ଦେଶର ମହିଳାଙ୍କ ଉପରେ ନିର୍ଭର କରିଥାଏ। କାରଣ ଯଦି କୌଣସି ଦେଶର ମହିଳା କାମ କରନ୍ତି ନାହିଁ ତେବେ ସେହି ଦେଶ ପାଇଁ ମହିଳା ଉତ୍ପାଦନ କରିପାରନ୍ତି ନାହିଁ ଏଥିପାଇଁ ମହିଳାଙ୍କୁ ସେହି ଦେଶର ବୋଝ ବୋଲି ଧରାଯାଏ।

ଇସ୍ରାଏଲରେ ଥିବା ରିୟଲ ଇଷ୍ଟେଟର ମାଲିକ ଅଧକାଂଶ ମହିଳା ଅଟନ୍ତି। ଏହି ଦେଶର ମହିଳାମାନଙ୍କୁ ସବୁ ପ୍ରକାରର ସୁବିଧା ଦିଆଯାଏ। ଏହି କାରଣ ଯୋଗୁଁ ଇସ୍ରାଏଲର ୪୪ ପ୍ରତିଶତ ଓକିଲ କେବଳ ମହିଳା ଅଟନ୍ତି। ଇସ୍ରାଏଲ ଏମିତି ଏକ ଦେଶ ଯେଉଁଠି କେବଳ ପୁରୁଷ ନୁହଁନ୍ତି ମହିଳାମାନଙ୍କୁ ମଧ୍ୟ କିଛି ବର୍ଷ ପାଇଁ ମିଲିଟାରୀ ଟ୍ରେନିଂ ଦିଆଯାଏ। ଏଠାକାର ଲୋକେ ନିଜ ଧର୍ମକୁ ଅଧିକ ଗୁରୁତ୍ୱ ଦିଅନ୍ତି ନାହିଁ। ଏଥିପାଇଁ ଏଠାରେ ପାରମ୍ପରିକ ଡ୍ରେସ୍‌ ଅପେକ୍ଷା ବିକିନିରେ ମହିଳାମାନେ ଅଧିକ ଦେଖାଯାନ୍ତି। ଇସ୍ରାଏଲ ଧନୀ ହେବା ପଛରେ ଆଉ ଏକ କାରଣ ହେଉଛି ପ୍ରତ୍ୟେକ ବର୍ଷ ଇସ୍ରାଏଲକୁ ଆମେରିକା ଆର୍ଥିକ ସହାୟତା ଦେଇଥାଏ।

Pritiparna

Recent Posts

ଆଜି ଶ୍ରୀମୁଖ ଫିଟା ନୀତି, ଆସନ୍ତାକାଲିଠୁ ଫୁଲୁରି ତେଲ ଲାଗି ହୋଇ ସୁସ୍ଥ ଅନୁଭବ କରିବେ ମହାପ୍ରଭୁ

ପୁରୀ: ମହାପ୍ରଭୁଙ୍କ ଅନବସର ନୀତିର ଆଜି ପଞ୍ଚମ ଦିନ । ଚାଲିଛି ପ୍ରଭୁଙ୍କ ସେବା ପୂଜା । ଆଜି ମହାପ୍ରଭୁଙ୍କ…

4 mins ago

ରାଉରକେଲା ଲୋକୋ ପାଇଲଟଙ୍କୁ ଅପହରଣ ଘଟଣା, ୩ ଅଭିଯୁକ୍ତ ଗିରଫ

ରାଉରକେଲା : ରାଉରକେଲା ଲୋକୋ ପାଇଲଟଙ୍କୁ ଅପହରଣ ଘଟଣା । ୩ ଅଭିଯୁକ୍ତ ଗିରଫ । ଭୁବନେଶ୍ଵରରୁ ଗିରଫ କଲା…

12 mins ago

ହଜାର ହଜାର ପ୍ରଦର୍ଶନକାରୀ କେନିଆ ସଂସଦରେ ଲଗାଇଦେଲେ ନିଆଁ, ଭାରତ ନିଜ ନାଗରିକଙ୍କ ପାଇଁ ଜାରି କଲା ଆଡ୍‌ଭାଇଜରୀ

ସରକାରଙ୍କ ପ୍ରସ୍ତାବିତ ଟିକସ ବୃଦ୍ଧି ପ୍ରତିବାଦରେ କେନିଆରେ ହିଂସାତ୍ମକ ବିରୋଧ ପ୍ରଦର୍ଶନ ହେଉଛି । ଏହି ହିଂସାରେ ନାଇରୋବିରେ ୫…

14 mins ago

କଟକରେ ଯାନବାହନ ସୁରକ୍ଷିତ ଚଳାଚଳ ଓ ପାର୍କିଂ ପାଇଁ କିଛି ରାସ୍ତାକୁ NO PARKING ZONE ଘୋଷଣା

କଟକ: କଟକ ସହରରେ ଦୂର ହେବ ଟ୍ରାଫିକ ସମସ୍ୟା । ସହର ମଧ୍ୟରେ ଯାନବାହନର ସୁରକ୍ଷିତ ଚଳାଚଳ ଓ ପାର୍କିଂ…

22 mins ago

ଚାନ୍ଦବାଲି ପୋଲିସର ବର୍ବରତା: ଥାନା ଆଗରେ ମହିଳାଙ୍କୁ ନିର୍ଧୁମ ମାଡ଼

ଚାନ୍ଦବାଲି: ବର୍ବରତାର ସୀମା ଟପିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ପୋଲିସ୍ । ଯାହାର ଭିଜୁଆଲ୍ କ୍ୟାମେରାରେ କଏଦ ହୋଇଥିଲେ ସୁଦ୍ଧା…

47 mins ago

ଜାଣନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୧ ଟଙ୍କା ୦୫ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

56 mins ago