Categories: ମନୋରଂଜନ

Mr. Lele ର ଫାଷ୍ଟଲୁକ୍‌ ଜାରି, ବରୁଣ ଧଓ୍ଵନଙ୍କ ଅର୍ଦ୍ଧନଗ୍ନ ଅବତାର ଦେଖିଲେ ଆପଣ ବି ରୋକିପାରିବେନି ନିଜ ହସ

ବଲିଉଡ୍‌ର ୟଙ୍ଗ୍‌ ସେନ୍‌ସେସନ୍‌ ଆକ୍ଟର ବରୁଣ ଧଓ୍ଵନ ବର୍ତ୍ତମାନ ନିଜ ବହୁ ପ୍ରତୀକ୍ଷିତ ଫିଲ୍ମ ଷ୍ଟ୍ରିଟ୍‌ ଡ୍ୟାନ୍ସର ୩ଡି ର ପ୍ରମୋସନ୍‌ରେ ଖୁବ୍‌ ବ୍ୟସ୍ତ ଅଛନ୍ତି। ଏହି ଫିଲ୍ମରେ ବରୁଣଙ୍କ ସହ ଶ୍ରଦ୍ଧା କପୁର ନଜର ଆସିବେ। ରେମୋ ଡିସୁଜାଙ୍କ ନିର୍ଦ୍ଦେଶନାରେ ନିର୍ମିତ ଫିଲ୍ମରେ ବରୁଣ ଓ ଶ୍ରଦ୍ଧାଙ୍କ ବ୍ୟତୀତ ପ୍ରଭୂଦେବା, ଶକ୍ତି ମୋହନ ଓ ନୋରା ଫତେହୀଙ୍କୁ ମଧ୍ୟ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ। ଆସନ୍ତା ୨୪ ତାରିଖରେ ଏହି ଫିଲ୍ମ ରିଲିଜ୍‌ ହେବ ବୋଲି ଜଣାପଡ଼ିଛି। ତେବେ ଇତି ମଧ୍ୟରେ ନିର୍ଦ୍ଦେଶକ ତଥା ନିର୍ମାତା କରଣ ଜୋହର ନିଜ ଫିଲ୍ମ ମିଷ୍ଟର ଲେଲେ (Mr. Lele) ର ଫାଷ୍ଟ ଲୁକ୍‌ ଜାରି କରିଛନ୍ତି। ଏହି ଫିଲ୍ମରେ ବରୁଣ ମୁଖ୍ୟ ଭୂମିକାରେ ନଜର ଆସିବେ।

କିଛି ସମୟ ପୂର୍ବରୁ କରଣ ଜୋହର ନିଜ ଇନ୍‌ଷ୍ଟାଗ୍ରାମ୍‌ରେ ଫିଲ୍ମର ପ୍ରଥମ ପୋଷ୍ଟର ସେୟାର କରିଛନ୍ତି। ଏହି ଫିଲ୍ମ ଆସନ୍ତାବର୍ଷ ଜାନୁଆରୀ ୧ ତାରିଖରେ ପ୍ରେକ୍ଷାଳୟକୁ ଆସିବ। ପୋଷ୍ଟରରେ ବରୁଣ ଷ୍ଟଣ୍ଟ କରୁଥିବା ଦେଖିବାକୁ ମିଳିଛି। ସେ କେବଳ ଏକ ଧଳା ରଙ୍ଗର ଅଣ୍ଡରୱେୟାର ପିନ୍ଧିଥିବା ବେଳେ ଅଣ୍ଟାରେ ଅରେଞ୍ଜ କଲରର ବ୍ୟାଗ୍‌ ବାନ୍ଧିଛନ୍ତି। ସେହିପରି ଡାହାଣ ହାତରେ ଏକ ବନ୍ଧୁକ ଓ ବାମ ହାତରେ ଘଣ୍ଟା ପିନ୍ଧିିଥିବା ଦେଖିବାକୁ ମିଳିଛି। ଫିଲ୍ମର ପୋଷ୍ଟର ଏତେ କମେଡି ଲାଗୁଛି ଯେ ଯେକେହି ବି ଦେଖିବା ପରେ ନିଜ ହସ ରୋକିପାରିବ ନାହିଁ। ଫିଲ୍ମର କାହାଣୀକୁ ଶଶାଙ୍କ ଖେତାନ ଲେଖିବା ସହ ନିର୍ଦ୍ଦେଶନା ମଧ୍ୟ ଦେଉଛନ୍ତି। ଫିଲ୍ମରେ କରଣ ଜୋହର, ହିରୁ ୟଶ ଜୋହର, ଅପୂର୍ବା ମେହେତା ଓ ଶଶାଙ୍କ ପ୍ରଯୋଜନା ଦେଉଥିବା ଜଣାଯାଇଛି।

ତେବେ Mr. Lele ଫିଲ୍ମର ଲିଡ୍‌ ଅଭିନେତ୍ରୀ କିଏ ହେବ ତାହା ଏ ପର୍ଯ୍ୟନ୍ତ ଜଣାପଡ଼ିନାହିଁ। ଲିଡ୍‌ ରୋଲ୍‌ରେ କିଆରା ଆଡଭାନୀ ଅଭିନୟ କରିବେ ବୋଲି ଶୁଣିବାକୁ ମିଳୁଥିବା ବେଳେ ସେ ଏହି ଫିଲ୍ମରେ ଅଭିନୟ କରିବେ ନାହିଁ ବୋଲି ପରେ ସ୍ପଷ୍ଟ କରିଛନ୍ତି। ରିପୋର୍ଟ ମୁତାବକ ଭୂମି ପେଡନେକର କିମ୍ବା ଜାହ୍ନବୀ କପୁରଙ୍କ ମଧ୍ୟରୁ କେହି ଜଣେ ଫିଲ୍ମରେ ଅଭିନୟ କରିବେ। ତେବେ ଅଫିସିଆଲି ଏନେଇ କୌଣସି ଘୋଷଣା ହୋଇନାହିଁ।

WCW 11

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକେ କ୍ୟାରିୟରକୁ ନେଇ କିଛି ଖୁସି ଖବର ପାଇବେ, କୌଣସି କାର୍ଯ୍ୟ ପାଇଁ ପ୍ରଶଂସା ମିଳିବ

ମେଷ : ବ୍ୟବସାୟ ତଥା ଅନ୍ୟ କ୍ଷେତ୍ରରେ ଆଜିର ଦିନ ଆପଣ ପାଇଁ ଲାଭପ୍ରଦ ଅଟେ । ଘର ତଥା…

54 mins ago

ଦୁର୍ଘଟଣାରେ ଗୋଡ ହରାଇ ଥିବା ଶିକ୍ଷକଙ୍କୁ ପାଣି ପିଆଇ ସାନ୍ତ୍ଵନା ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର(କେନ୍ୟୁଜ୍‌): ସମୟ ଥିଲା ଅପରାହ୍ନ । ଅନେକ ବ୍ୟକ୍ତି, ସଂଗଠନ, ସାଧାରଣ ଲୋକ ଆସି ରାଜ୍ୟ ଅତିଥି ଭବନର ଅସ୍ଥାୟୀ…

5 hours ago

ରାଜଧାନୀ ରାସ୍ତା କଡ଼ରେ ଗଛ ଲଗାଉଥିବା ଓ ପାଣି ଦେଉଥିବା ଏ ବ୍ୟକ୍ତିଙ୍କୁ ଦେଖିଛନ୍ତି କି ?

ଭୁବନେଶ୍ୱର: ଟାଇଁ ଟାଇଁ ମୁଣ୍ଡଫଟା ଖରା । ଚାଲିକି କି ସାଇକେଲରେ ଯିବା ଲୋକ ଖୋଜୁଛି ଗଛ ଛାଇ ଟିକେ…

5 hours ago

କାର ସହ ବାଇକ୍‌ ମୁହାଁମୁହିଁ ଧକ୍କା, ୨ ମୃତ

ଗଞ୍ଜାମ(କେନ୍ୟୁଜ୍‌): କାର ସହ ମୋଟର ସାଇକେଲ ମୁହାଁମୁହିଁ ଧକ୍କା। ୨ ବାଇକ ଆରୋହୀ ମୃତ । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ…

5 hours ago

ନିଷ୍କ୍ରିୟ ରହିଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ, ରାଜ୍ୟରେ ଜାରି ରହିବ ଗ୍ରୀଷ୍ମ ଲହରୀ

ଭୁବନେଶ୍ୱର(କେନ୍ୟୁଜ୍‌): ନିଷ୍କ୍ରିୟ ରହିଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ଦକ୍ଷିଣ ଓଡିଶାରେ ପ୍ରବେଶ କରିବା ପରେ ଆଉ ଆଗକୁ…

5 hours ago

କାଲି ଆର୍ଟ ଅଫ୍ ଗିଭିଂ ଦିବସ, ୨୦୦ ଦେଶ ଏବଂ ୨୫ ହଜାର ସ୍ଥାନରେ ହେବ ପାଳନ

ଭୁବନେଶ୍ୱର(କେନ୍ୟୁଜ୍‌): ଆସନ୍ତାକାଲି ପାଳିତ ହେବ ଆର୍ଟ ଅଫ୍ ଗିଭିଂ ଦିବସ । ଅନ୍ୟକୁ ସାହାଯ୍ୟ ଏବଂ ଦାୟିତ୍ବ ସମ୍ପନ୍ନ ଭାବେ…

5 hours ago