Categories: ସ୍ପେଶାଲ

ମାଟି ଜିନିଷ ତିଆରି କରିବାର ନୂଆ ତରିକା, ସମ୍ବଲପୁରର ବିଶ୍ୱ ରଣା ନିର୍ମାଣ କଲେ ସୋଲାର ଅଟୋମେଟିକ ଚକ

ସମ୍ବଲପୁର(କେନ୍ୟୁଜ୍ ): ସମୟ ବଦଳିବା ସହିତ ବଦଳୁଛି ଯୁଗ । ଯୁଗ ସହିତ ତାଳ ଦେଇ ବଦଳି ଚାଲିଛନ୍ତି ଯୁବପିଢୀ । ଅତ୍ଯାଧୁନିକ ମେସିନ୍ ନିର୍ମାଣ ହେବା ସହିତ ହାତପାହାନ୍ତାରେ ପହଞ୍ଚି ଯାଉଛି ସବୁକିଛି । ଯାହାଫଳରେ କମ୍ ସମୟରେ ଏବଂ କମ୍ ପରିଶ୍ରମରେ ଅଧିକ ଉତ୍ପାଦନର ପନ୍ଥା ମଧ୍ଯ ପାଇପାରୁଛନ୍ତି ବ୍ଯବସାୟୀମାନେ ।

ତେବେ ସବୁ ଭିତରେ ମାଟି ତିଆରି ସାମଗ୍ରୀର ଚାହିଦା ପୂର୍ବ କାଳରେ ବି ଥିଲା ଆଉ ଆଜିବି ସେମିତି ରହିଛି । ହାତରେ ମାଟି ଜିନିଷ ତିଆରି କରି ବିକ୍ରି କରିବା ଯେତିକି ସମୟ ସାପେକ୍ଷ ସେତିକି କଷ୍ଟ ଦାୟକ । ତେବେ ଏସବୁ ଭିତରେ ବ୍ୟବସାୟରେ ଲାଭ କ୍ଷତିର ହିସାବ ଯୋଗୁଁ ନୂଆପିଢି ବି କୁମ୍ଭକାର ବୃତିକୁ ଆପଣେଇବାକୁ ନାରାଜ । ହେଲେ ସମ୍ବଲପୁରର ଜଣେ କୁମ୍ଭକାର ସୋଲାର ଅଟୋମେଟିକ ଚକ ବ୍ୟବହାର କରି କୁମ୍ଭକାରଙ୍କୁ ଦେଖାଇଛନ୍ତି ନୂଆ ବ୍ୟବସାୟର ରାହା ।

ସମ୍ବଲପୁର ସହରର ବଡ ବଜାରରେ ରହି ପିଢି ପରେ ପିଢି କୁମ୍ଭକାର ବୃତି ଆପଣାଇଥିବା ବିଶ୍ୱ ରଣାଙ୍କ ପରିବାର କୁମ୍ଭକାର ମାନଙ୍କୁ ଦେଖାଇଛନ୍ତି ମାଟି ଜିନିଷ ତିଆରି କରିବାର ନୂଆ ତରିକା । ଘରେ ବସାଇଛନ୍ତି ଅଟୋମେଟିକ ସୋଲାର କୁମ୍ଭକାର ଚକ । ତେବେ ଏଥିରେ ଆଉ ଦରକାର ପଡୁନି ଅତ୍ୟଧିକ ପରିଶ୍ରମ । ସ୍ୱିଚ୍ ଚିିପିଲେ ଘୂରୁଛି ଚକ । ଚକ ଗତି ବି କମାଇବା ପାଇଁ ସ୍ୱିଚ୍ ରହିଛି । ତେବେ ଏହା ଦ୍ୱାରା ଉତ୍ପାଦନ ୧୦ ଗୁଣ ବଢିବା ସହ ଲୋକେ ତାଙ୍କ ଘରକୁ ଦେଖିବାକୁ ଆସୁଛନ୍ତି ବୋଲି ବିଶ୍ୱ କହିଛନ୍ତି । ଏହା ଯଦି ଠିକ ଠାକ ଚାଲେ ତେବେ ନୂଆ ପିଢି ବି ଏହାକୁ ଆପଣେଇ କୁମ୍ଭକାର ବୃତି ବି ବୁ ବଂଚାଇବେ ବୋଲି ବିଶ୍ୱ ଆଶାବାଦୀ ଅଛନ୍ତି ।

ତେବେ ଏହି ମାଟି ଜିନିଷ ତିଆରିରେ ବିଶ୍ୱଙ୍କ ସପରିବାର ସହଯୋଗ କରନ୍ତି । ପୂର୍ବରୁ ହାତରେ ତିଆରି କରିବା ସହିତ ଚକକୁ ହାତରେ ହିଁ ବୁଲାଉଥିବାକୁ ପଡୁଥିବା ଫଳରେ କମ ଉତ୍ପାଦନ ସାଙ୍ଗକୁ ଅଧିକ ପରିଶ୍ରମ ଦରକାର ପଡୁଥିଲା । ସେଥିପାଇଁ ବିଶ୍ୱଙ୍କୁ ସର୍ବଦା କାମରେ ସହଯୋଗ କରୁଥିବା ତାଙ୍କ ସ୍ତ୍ରୀ ବନିତା । ସେପଟେ ବିଶ୍ୱଙ୍କ ଘରେ ସୋଲାର ଚାଲିତ ଅଟୋମେଟିକ ଚକ ଲାଗିବା ପରେ ପୁରା ପରିବାର ଏବେ ଖୁସି।

ସମ୍ବଲପୁରରୁ ଗୁଣମଣି ବିଶ୍ୱାଳଙ୍କ ରିପୋର୍ଟ, କେନ୍ୟୁଜ୍

Sonalisa

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

6 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

7 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

8 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

8 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

9 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

9 hours ago