Below header

ମାଟି ଜିନିଷ ତିଆରି କରିବାର ନୂଆ ତରିକା, ସମ୍ବଲପୁରର ବିଶ୍ୱ ରଣା ନିର୍ମାଣ କଲେ ସୋଲାର ଅଟୋମେଟିକ ଚକ

ସମ୍ବଲପୁର(କେନ୍ୟୁଜ୍ ): ସମୟ ବଦଳିବା ସହିତ ବଦଳୁଛି ଯୁଗ । ଯୁଗ ସହିତ ତାଳ ଦେଇ ବଦଳି ଚାଲିଛନ୍ତି ଯୁବପିଢୀ । ଅତ୍ଯାଧୁନିକ ମେସିନ୍ ନିର୍ମାଣ ହେବା ସହିତ ହାତପାହାନ୍ତାରେ ପହଞ୍ଚି ଯାଉଛି ସବୁକିଛି । ଯାହାଫଳରେ କମ୍ ସମୟରେ ଏବଂ କମ୍ ପରିଶ୍ରମରେ ଅଧିକ ଉତ୍ପାଦନର ପନ୍ଥା ମଧ୍ଯ ପାଇପାରୁଛନ୍ତି ବ୍ଯବସାୟୀମାନେ ।

mati samagriତେବେ ସବୁ ଭିତରେ ମାଟି ତିଆରି ସାମଗ୍ରୀର ଚାହିଦା ପୂର୍ବ କାଳରେ ବି ଥିଲା ଆଉ ଆଜିବି ସେମିତି ରହିଛି । ହାତରେ ମାଟି ଜିନିଷ ତିଆରି କରି ବିକ୍ରି କରିବା ଯେତିକି ସମୟ ସାପେକ୍ଷ ସେତିକି କଷ୍ଟ ଦାୟକ । ତେବେ ଏସବୁ ଭିତରେ ବ୍ୟବସାୟରେ ଲାଭ କ୍ଷତିର ହିସାବ ଯୋଗୁଁ ନୂଆପିଢି ବି କୁମ୍ଭକାର ବୃତିକୁ ଆପଣେଇବାକୁ ନାରାଜ । ହେଲେ ସମ୍ବଲପୁରର ଜଣେ କୁମ୍ଭକାର ସୋଲାର ଅଟୋମେଟିକ ଚକ ବ୍ୟବହାର କରି କୁମ୍ଭକାରଙ୍କୁ ଦେଖାଇଛନ୍ତି ନୂଆ ବ୍ୟବସାୟର ରାହା ।

matiସମ୍ବଲପୁର ସହରର ବଡ ବଜାରରେ ରହି ପିଢି ପରେ ପିଢି କୁମ୍ଭକାର ବୃତି ଆପଣାଇଥିବା ବିଶ୍ୱ ରଣାଙ୍କ ପରିବାର କୁମ୍ଭକାର ମାନଙ୍କୁ ଦେଖାଇଛନ୍ତି ମାଟି ଜିନିଷ ତିଆରି କରିବାର ନୂଆ ତରିକା । ଘରେ ବସାଇଛନ୍ତି ଅଟୋମେଟିକ ସୋଲାର କୁମ୍ଭକାର ଚକ । ତେବେ ଏଥିରେ ଆଉ ଦରକାର ପଡୁନି ଅତ୍ୟଧିକ ପରିଶ୍ରମ । ସ୍ୱିଚ୍ ଚିିପିଲେ ଘୂରୁଛି ଚକ । ଚକ ଗତି ବି କମାଇବା ପାଇଁ ସ୍ୱିଚ୍ ରହିଛି । ତେବେ ଏହା ଦ୍ୱାରା ଉତ୍ପାଦନ ୧୦ ଗୁଣ ବଢିବା ସହ ଲୋକେ ତାଙ୍କ ଘରକୁ ଦେଖିବାକୁ ଆସୁଛନ୍ତି ବୋଲି ବିଶ୍ୱ କହିଛନ୍ତି । ଏହା ଯଦି ଠିକ ଠାକ ଚାଲେ ତେବେ ନୂଆ ପିଢି ବି ଏହାକୁ ଆପଣେଇ କୁମ୍ଭକାର ବୃତି ବି ବୁ ବଂଚାଇବେ ବୋଲି ବିଶ୍ୱ ଆଶାବାଦୀ ଅଛନ୍ତି ।

biswaତେବେ ଏହି ମାଟି ଜିନିଷ ତିଆରିରେ ବିଶ୍ୱଙ୍କ ସପରିବାର ସହଯୋଗ କରନ୍ତି । ପୂର୍ବରୁ ହାତରେ ତିଆରି କରିବା ସହିତ ଚକକୁ ହାତରେ ହିଁ ବୁଲାଉଥିବାକୁ ପଡୁଥିବା ଫଳରେ କମ ଉତ୍ପାଦନ ସାଙ୍ଗକୁ ଅଧିକ ପରିଶ୍ରମ ଦରକାର ପଡୁଥିଲା । ସେଥିପାଇଁ ବିଶ୍ୱଙ୍କୁ ସର୍ବଦା କାମରେ ସହଯୋଗ କରୁଥିବା ତାଙ୍କ ସ୍ତ୍ରୀ ବନିତା । ସେପଟେ ବିଶ୍ୱଙ୍କ ଘରେ ସୋଲାର ଚାଲିତ ଅଟୋମେଟିକ ଚକ ଲାଗିବା ପରେ ପୁରା ପରିବାର ଏବେ ଖୁସି।

ସମ୍ବଲପୁରରୁ ଗୁଣମଣି ବିଶ୍ୱାଳଙ୍କ ରିପୋର୍ଟ, କେନ୍ୟୁଜ୍

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.