Categories: ଟେକ୍

ଏବେ ଦିବ୍ୟାଙ୍ଗଙ୍କ ଜୀବନକୁ ସହଜ ବନାଇଦେବ ଏହିସବୁ ଗ୍ୟାଜେଟ, ସାଧାରଣ ଲୋକଙ୍କ ଭଳି କରିପାରିବେ ସମସ୍ତ କାମ

ଦୁନିଆର ସବୁଠାରୁ ବଡ଼ ଟେକ୍ନୋଲୋଜି ଇଭେଣ୍ଟ କଞ୍ଜୁମର ଇଲେକ୍ଟ୍ରୋନିକ ଶୋ ବା ସିଇଏସ 2020 ସମାପନ ହୋଇଯାଇଛି । ଏହି ଇଭେଣ୍ଟରେ ପ୍ରାୟ ସମସ୍ତ ଟେକ କମ୍ପାନୀ ଅଂଶଗ୍ରହଣ କରିଥିଲେ । ଏହାସହିତ ଏପରି କିଛି ନୂଆ ଡିଭାଇସ ଆଣି ଦେଇଥିଲେ ଯାହାକି ବହୁତ ଚର୍ଚ୍ଚାରେ ରହିଆସିଛି । ତେବେ ଏହି ଶୋ’ ରେ ଦିବ୍ୟାଙ୍ଗ ମାନଙ୍କ ପାଇଁ ଅନେକ ଗୁଡିଏ ଗ୍ୟାଜେଟ ଅଣାଯାଇଥିଲା ଯେଉଁଥିରେ ସ୍ମାର୍ଟଗ୍ଲାସଠୁ ନେଇ ରୋବଟିକ ହ୍ୟାଣ୍ଡ ପର୍ଯ୍ୟନ୍ତ ଅନେକ ଗୁଡିଏ ଡିଭାଇସ ସାମିଲ ଥିଲା । ଯଦିଓ ଏହି ଡିଭାଇସଗୁଡିକୁ ବର୍ତ୍ତମାନ ପର୍ଯ୍ୟନ୍ତ ଭାରତୀୟ ବଜାରରେ ଲଞ୍ଚ କରାଯାଇନାହିଁ କିନ୍ତୁ ଆଶା କରାଯାଉଛି ଯେ ଅତିଶୀଘ୍ର ଏହି ଡିଭାଇସ ଗୁଡିକ ଭାରତୀୟ ବଜାରରେ ଉପଲବ୍ଧ କରାଯିବ । ଯାହାଦ୍ୱାରା ଦିବ୍ୟାଙ୍ଗ ମାନେ ମଧ୍ୟ ସାଧାରଣ ଲୋକଙ୍କ ଭଳି ସବୁ କାମ କରିପାରିବେ ଯାହା ସେମାନେ ପୂର୍ବରୁ କରିପାରୁନଥିଲେ । ତାହେଲେ ଆସନ୍ତୁ ଜାଣିବା ସେପରି କିଛି ଡିଭାଇସ ବିଷୟରେ ।

Prosthetic Hand

ଟେକ କମ୍ପାନୀ ବ୍ରେନକୋ CES 2020 ଇଭେଣ୍ଟରେ ଏହି Prosthetic Handକୁ ଲଞ୍ଚ କରିଥିଲା । ୟୁଜର୍ସ ମସ୍ତିଷ୍କର ତରଙ୍ଗ ଏବଂ ମସଲ୍ସକୁ ସିଗନାଲ ଦେଇ ଏହି ଡିଭାଇସକୁ ବ୍ୟବହାର କରିପାରିବେ । ଏହି ଡିଭାଇସ ଆର୍ଟିଫିସିଆଲ ଟେକ୍ନୋଲୋଜିକୁ ସପୋର୍ଟ କରିଥାଏ । ଏହାଦ୍ୱାରା ଦିବ୍ୟାଙ୍ଗମାନେ ମଧ୍ୟ ସାଧାରଣ ଲୋକଙ୍କ ପରି ପେଣ୍ଟିଙ୍ଗଠୁ ନେଇ ମ୍ୟୁଜିକାଲ ଇନଷ୍ଟ୍ରୁମେଣ୍ଟ ପର୍ଯ୍ୟନ୍ତ ବଜାଇ ପାରିବେ । କମ୍ପାନୀର କହିବା ଅନୁଯାୟୀ ଏହି ଡିଭାଇସକୁ ଫୁଡ ଆଣ୍ଡ ଡ୍ରଗ ଆଡମିନିଷ୍ଟ୍ରେସନର ମାନ୍ୟତା ପ୍ରାପ୍ତ ହୋଇସାରିଛି । ଯଦିଓ ବର୍ତ୍ତମାନ ପର୍ଯ୍ୟନ୍ତ କମ୍ପାନୀ ଏହାର ଦର ଘୋଷଣା କରିନାହିଁ ।

Smart Gloves

CES ଶୋ ମାଧ୍ୟମରେ ଟେକ୍ନୋଲୋଜି କମ୍ପାନୀ ନିୟୋଫେକ୍ଟ ଏହି ସ୍ମାର୍ଟ ଗ୍ଳୋବ୍ସକୁ ଲଞ୍ଚ କରିଥିଲା । ଏହି ଡିଭାଇସ ଷ୍ଟ୍ରୋକ ଓ ପାରାଲିସିସ ରୋଗୀ ମାନଙ୍କ ପାଇଁ ବହୁତ ଉପକାରୀ ହେବ । ଏହା ବ୍ୟତୀତ ଥେରାପିସ୍ଟ ସ୍ମାର୍ଟ ଗ୍ଳୋବ୍ସକୁ ରିମୋଟ ଜରିଆରେ ବ୍ୟବହାର କରି ଷ୍ଟ୍ରୋକ ରୋଗୀ ମାନଙ୍କୁ ଠିକ କରିପାରିବେ । ତେବେ ଭାରତୀୟ ବଜାରରେ ଏହି ଡିଭାଇସ ଲଞ୍ଚ ହେବାନେଇ କମ୍ପାନୀ ଏପର୍ଯ୍ୟନ୍ତ କୌଣସି ସୂଚନା ଦେଇନାହିଁ ।

VR Gloves

ପ୍ରସିଦ୍ଧ କମ୍ପାନୀ ଟେସ୍ଲାସୁଟ କଞ୍ଜୁମର ଇଲେକ୍ଟ୍ରୋନିକ ଶୋ ରେ ଏହି ସ୍ୱତନ୍ତ୍ର ଟେକନିକ ବିଶିଷ୍ଟ ଭିଆର ଗ୍ଳୋବ୍ସକୁ ଲଞ୍ଚ କରିଥିଲା । ଏହି ଡିଭାଇସ ୟୁଜର୍ସ ମାନଙ୍କୁ ଭରଚୁଆଲ ଟେକ୍ଚର ଦେବା ସହିତ ବାୟୋମେଟ୍ରିକସ ଡାଟା ମଧ୍ୟ କଲେକ୍ଟ କରିଥାଏ । କେବଳ ସେତିକି ନୁହେଁ ଦିବ୍ୟାଙ୍ଗମାନେ ଏହି ଗ୍ୟାଜେଟର ମୋସନ ସେନ୍ସରରେ କୌଣସି ଜିନିଷକୁ ଛୁଇଁବା ସହିତ ଅନୁଭବ ମଧ୍ୟ କରିପାରିବେ । ତେବେ କମ୍ପାନୀ ବର୍ତ୍ତମାନ ପର୍ଯ୍ୟନ୍ତ ଏହାର ଦାମ ବିଷୟରେ କୌଣସି ସୂଚନା ଦେଇନାହିଁ ।

KNews Bureau

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

6 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

7 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

7 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

8 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

9 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

9 hours ago