ସ୍ପେଶାଲ

ଭଗବାନ ଶଙ୍କରଙ୍କ କ୍ରୀଡ଼ା ସ୍ଥଳ! ୧୫ହଜାର ଫୁଟ୍ ଉଚ୍ଚରେ ଅବସ୍ଥିତ ଏହି ହ୍ରଦ, ଜାଣନ୍ତୁ କେଉଁଠି

ଭାରତର ଅନେକ ସ୍ଥାନରେ ଭଗବାନ ଶଙ୍କରଙ୍କର ପ୍ରମୁଖ ମନ୍ଦିର ରହିଛି। କିନ୍ତୁ ଏହିସବୁ ମନ୍ଦିର ମଧ୍ଯରେ ମଣି ମହେଶ ମନ୍ଦିର ହିମାଚଳ ପ୍ରଦେଶରେ ଅବସ୍ଥିତ। ସେହିଭଳି ଏହି ମନ୍ଦିରର ୧୫୦୦୦ ଫୁଟ୍ ଉଚ୍ଚରେ ଅବସ୍ଥିତ ଥିବା ହ୍ରଦକୁ ଭଗବାନ ଶଙ୍କରଙ୍କ କ୍ରୀଡ଼ା ସ୍ଥଳ କୁହାଯାଇଥାଏ।

ମାନ୍ଯତା ରହିଛି, ଏହି ମଣି ମହେଶ ମନ୍ଦିରରେ ଭୋଳାନାଥଙ୍କ ଦର୍ଶନ ପାଇଁ ସର୍ବଦା କଠିନ ପରିଶ୍ରମ କରିବାକୁ ପଡିଥାଏ। ଶ୍ରଦ୍ଧାଳୁଙ୍କୁ ଏହି ସ୍ଥାନକୁ ଯାତ୍ରା କରିବାର ସୁଯୋଗ ଜୁଲାଇ ଏବଂ ଅଗଷ୍ଟ ମାସରେ ମିଳିଥାଏ। କାରଣ ଏହି ସମୟରେ ଏଠାରେ ପାଣିପାଗ ଠିକ୍ ରହିଥାଏ। ଏହି ମାସରେ ସେଠାରେ ବିରାଟ ବଡ ମେଳାର ମଧ୍ଯ ଆୟୋଜନ କରାଯାଇଥାଏ, ଯାହା ଜନ୍ମାଷ୍ଟମୀ ଦିନ ସମାପ୍ତ ହୋଇଥାଏ। ଏଠାରେ ୧୫ ଦିନ ଧରି ଚାଲୁଥିବା ମେଳାର ଦାୟିତ୍ବ ପ୍ରଶାସନ ପକ୍ଷରୁ ଆୟୋଜନ କରାଯାଇଥାଏ।

ସୂଚନା ଅନୁଯାୟୀ, ହିମାଚଳ ପ୍ରଦେଶର ଚମ୍ବା ଜିଲ୍ଲାର ପୂର୍ବ ଭାଗରେ ଭରମୌର ନାମକ ତହସିଲ ରହିଛି। ଏହି କ୍ଷେତ୍ରରେ ଥିବା କୈଳାସ ପର୍ବତ ସମୁଦ୍ର ଠାରୁ ପାଖାପଖି ୧୯ ହଜାର ଫୁଟ୍ ଉଚ୍ଚରେ ଅବସ୍ଥିତ। ପୌରାଣିକ ମାନ୍ୟତା ଅନୁଯାୟୀ, ଏଠାରେ ୧୫ ହଜାର ଫୁଟ୍ ଉଚ୍ଚରେ ଅବସ୍ଥିତ ଥିବା ହ୍ରଦକୁ ଭଗବାନ ଶଙ୍କରଙ୍କ କ୍ରୀଡ଼ା ସ୍ଥଳ କୁହାଯାଇଥାଏ।

ମାନ୍ଯତା ରହିଛି ରାଧା ଅଷ୍ଟମୀ ଦିନ ଯେତେବେଳେ ସୂର୍ଯଦେବଙ୍କ ପ୍ରଥମ କିରଣ କୈଳାସ ପର୍ବତ ଉପରେ ପଡିଥାଏ ସେତେବେଳେ ପର୍ବତ ଉପରେ ବିରାଜମାନ କରିଥିବା ପ୍ରାକୃତିକ ଶିବଲିଙ୍ଗ ଖୁବ୍ ସୁନ୍ଦର ଦେଖାଯାଇଥାନ୍ତି। ସେହିଭଳି ଏହି କିରଣ ଯେତେବେଳେ ନଦୀରେ ପଡ଼ିଥାଏ ସେତେବେଳେ ଏହାର ପାଣି ଅମୃତ ସମାନ ହୋଇଯାଇଥାଏ । କୁହାଯାଏ, ଏହି ସମୟରେ ହ୍ରଦରେ ସ୍ନାନ କରିବା ଦ୍ବାରା ସମସ୍ତ ପ୍ରକାର ପାପରୁ ମୁକ୍ତି ମିଳିବା ସହ ରୋଗ ମଧ୍ଯ ଦୂର ହୋଇଯାଇଥାଏ। ଆହୁରି ମଧ୍ଯ କୁହଯାଏ ,ଶ୍ରଦ୍ଧାଳୁମାନେ ଏହି ଜଳରେ ସ୍ନାନ କରି ଭଗବାନଙ୍କୁ ପୂଜା-ଅର୍ଚ୍ଚନା କରିଥାନ୍ତି। ଏଥିସହ ହ୍ରଦ ଚାରିପଟେ ପରିକ୍ରମା କରିବା ସମୟରେ ଆପଣ ଯାହା ମାନସିକ କରିବେ ତାହା ନିଶ୍ଚୟ ପୂରଣ ହୋଇଥାଏ ବୋଲି ମାନ୍ଯତା ରହିଛି।

KNews Bureau

Recent Posts

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ସୁପ୍ରିମକୋର୍ଟଙ୍କ ଝଟକା, ୭ ଦିନ ଜାମିନ ଅବଧି ବୃଦ୍ଧି ଆବେଦନ ଖାରଜ

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ସୁପ୍ରିମକୋର୍ଟଙ୍କ ଝଟକା ଲାଗିଛି । କେଜ୍ରିଓ୍ଵାଲ କରିଥିବା ଜାମିନ ଆବେଦନକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ । ପୂର୍ବ…

24 mins ago

ମାଲକାନଗିରି: ଏନକାଉଣ୍ଟରରେ ୨ ହାର୍ଡକୋର ମାଓବାଦୀ ନିହତ

ମାଲକାନଗିରି (କେନ୍ୟୁଜ): ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାର ବର୍ଧେପାରା ଜଙ୍ଗଲରେ ପୋଲିସ ମାଓବାଦୀ ମଧ୍ୟରେ ଗୁଳିବିନିମୟ ।…

25 mins ago

ଅଦ୍ୱିତୀୟ କାରିଗର ହରେକୃଷ୍ଣ ମହାରଣା, ଯାହାଙ୍କ ହାତର ସ୍ପର୍ଶରେ ମାଟି ମୂର୍ତ୍ତି ପାଉଛି ଜୀବନ୍ତ ରୂପ

ଆନନ୍ଦପୁର(କେନ୍ୟୁଜ୍): ମୂର୍ତ୍ତି ତିଆରିରେ ଲାଗିଛନ୍ତି କାରିଗର । ନିଜର ହାତର ସ୍ପର୍ଶରେ ମାଟିର ମୂର୍ତ୍ତିକୁ ଦେଉଛନ୍ତି ଜୀବନ୍ତ ରୂପ ।…

29 mins ago

କଣ ଭଲ ଫିଚର୍ସ ଜବରଦସ୍ତ ଲୁକ୍‌ ଥିବା ଫୋନ୍‌ କିଣିବାକୁ ଚାହୁଁଛନ୍ତି କି, ତାହେଲେ ଆସୁଛି OnePlus Ace 3 Pro

ଆସୁଛି ଓ୍ଵାନ୍‌ ପ୍ଲସର ଧମାକେଦାର ଫୋନ୍‌ । ଯଦି ଆପଣ ଓ୍ଵାନପ୍ଲସ୍‌ ଲଭର୍‌ ତାହେଲେ ଆପଣଙ୍କ ପାଇଁ ଖୁସି ଖବର…

36 mins ago

ଖୁବଶୀଘ୍ର ମାର୍କେଟକୁ ଆସିବ ମହିନ୍ଦ୍ରାର ଏହି ନୂଆ ଇଳେକ୍ଟ୍ରିକ୍‌ କାର, ମିଳିବ ବଢ଼ିଆ ଫିଚର

ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଭାରତୀୟ ବଜାରରେ ଏକ ନୂଆ ଇଲେକ୍ଟ୍ରିକ୍‌ କାର ଲଞ୍ଚ କରିବାକୁ ପ୍ରସ୍ତୁତ ହେଉଛି । ଏହି…

37 mins ago

ପୁଣି ଜଳିଲା ସାରା ଓଡ଼ିଶା, ଦିନ ୧୧ଟା ସୁଦ୍ଧା ୪୨.୮ ଡିଗ୍ରୀ ସହ ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ ସହର

ଭୁବନେଶ୍ୱର (କେନ୍ୟୁଜ): ପୁଣି ଜଳିଲା ସାରା ଓଡ଼ିଶା ।  ଦିନ ୧୧ଟା ସୁଦ୍ଧା ୪୨.୮ ଡିଗ୍ରୀ ସହ ଝାରସୁଗୁଡ଼ା ସବୁଠୁ…

51 mins ago