Below header

ଭଗବାନ ଶଙ୍କରଙ୍କ କ୍ରୀଡ଼ା ସ୍ଥଳ! ୧୫ହଜାର ଫୁଟ୍ ଉଚ୍ଚରେ ଅବସ୍ଥିତ ଏହି ହ୍ରଦ, ଜାଣନ୍ତୁ କେଉଁଠି

ଭାରତର ଅନେକ ସ୍ଥାନରେ ଭଗବାନ ଶଙ୍କରଙ୍କର ପ୍ରମୁଖ ମନ୍ଦିର ରହିଛି। କିନ୍ତୁ ଏହିସବୁ ମନ୍ଦିର ମଧ୍ଯରେ ମଣି ମହେଶ ମନ୍ଦିର ହିମାଚଳ ପ୍ରଦେଶରେ ଅବସ୍ଥିତ। ସେହିଭଳି ଏହି ମନ୍ଦିରର ୧୫୦୦୦ ଫୁଟ୍ ଉଚ୍ଚରେ ଅବସ୍ଥିତ ଥିବା ହ୍ରଦକୁ ଭଗବାନ ଶଙ୍କରଙ୍କ କ୍ରୀଡ଼ା ସ୍ଥଳ କୁହାଯାଇଥାଏ।

ମାନ୍ଯତା ରହିଛି, ଏହି ମଣି ମହେଶ ମନ୍ଦିରରେ ଭୋଳାନାଥଙ୍କ ଦର୍ଶନ ପାଇଁ ସର୍ବଦା କଠିନ ପରିଶ୍ରମ କରିବାକୁ ପଡିଥାଏ। ଶ୍ରଦ୍ଧାଳୁଙ୍କୁ ଏହି ସ୍ଥାନକୁ ଯାତ୍ରା କରିବାର ସୁଯୋଗ ଜୁଲାଇ ଏବଂ ଅଗଷ୍ଟ ମାସରେ ମିଳିଥାଏ। କାରଣ ଏହି ସମୟରେ ଏଠାରେ ପାଣିପାଗ ଠିକ୍ ରହିଥାଏ। ଏହି ମାସରେ ସେଠାରେ ବିରାଟ ବଡ ମେଳାର ମଧ୍ଯ ଆୟୋଜନ କରାଯାଇଥାଏ, ଯାହା ଜନ୍ମାଷ୍ଟମୀ ଦିନ ସମାପ୍ତ ହୋଇଥାଏ। ଏଠାରେ ୧୫ ଦିନ ଧରି ଚାଲୁଥିବା ମେଳାର ଦାୟିତ୍ବ ପ୍ରଶାସନ ପକ୍ଷରୁ ଆୟୋଜନ କରାଯାଇଥାଏ।

maniସୂଚନା ଅନୁଯାୟୀ, ହିମାଚଳ ପ୍ରଦେଶର ଚମ୍ବା ଜିଲ୍ଲାର ପୂର୍ବ ଭାଗରେ ଭରମୌର ନାମକ ତହସିଲ ରହିଛି। ଏହି କ୍ଷେତ୍ରରେ ଥିବା କୈଳାସ ପର୍ବତ ସମୁଦ୍ର ଠାରୁ ପାଖାପଖି ୧୯ ହଜାର ଫୁଟ୍ ଉଚ୍ଚରେ ଅବସ୍ଥିତ। ପୌରାଣିକ ମାନ୍ୟତା ଅନୁଯାୟୀ, ଏଠାରେ ୧୫ ହଜାର ଫୁଟ୍ ଉଚ୍ଚରେ ଅବସ୍ଥିତ ଥିବା ହ୍ରଦକୁ ଭଗବାନ ଶଙ୍କରଙ୍କ କ୍ରୀଡ଼ା ସ୍ଥଳ କୁହାଯାଇଥାଏ।

mani_maheshaମାନ୍ଯତା ରହିଛି ରାଧା ଅଷ୍ଟମୀ ଦିନ ଯେତେବେଳେ ସୂର୍ଯଦେବଙ୍କ ପ୍ରଥମ କିରଣ କୈଳାସ ପର୍ବତ ଉପରେ ପଡିଥାଏ ସେତେବେଳେ ପର୍ବତ ଉପରେ ବିରାଜମାନ କରିଥିବା ପ୍ରାକୃତିକ ଶିବଲିଙ୍ଗ ଖୁବ୍ ସୁନ୍ଦର ଦେଖାଯାଇଥାନ୍ତି। ସେହିଭଳି ଏହି କିରଣ ଯେତେବେଳେ ନଦୀରେ ପଡ଼ିଥାଏ ସେତେବେଳେ ଏହାର ପାଣି ଅମୃତ ସମାନ ହୋଇଯାଇଥାଏ । କୁହାଯାଏ, ଏହି ସମୟରେ ହ୍ରଦରେ ସ୍ନାନ କରିବା ଦ୍ବାରା ସମସ୍ତ ପ୍ରକାର ପାପରୁ ମୁକ୍ତି ମିଳିବା ସହ ରୋଗ ମଧ୍ଯ ଦୂର ହୋଇଯାଇଥାଏ। ଆହୁରି ମଧ୍ଯ କୁହଯାଏ ,ଶ୍ରଦ୍ଧାଳୁମାନେ ଏହି ଜଳରେ ସ୍ନାନ କରି ଭଗବାନଙ୍କୁ ପୂଜା-ଅର୍ଚ୍ଚନା କରିଥାନ୍ତି। ଏଥିସହ ହ୍ରଦ ଚାରିପଟେ ପରିକ୍ରମା କରିବା ସମୟରେ ଆପଣ ଯାହା ମାନସିକ କରିବେ ତାହା ନିଶ୍ଚୟ ପୂରଣ ହୋଇଥାଏ ବୋଲି ମାନ୍ଯତା ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.