ରାଉରକେଲାରେ ଆୟୋଜିତ ହେବ ୨୦୨୩ ହକି ଓ୍ଵାର୍ଲଡ କପ୍‌, ଆଜି ସମୀକ୍ଷା ବୈଠକ

ରାଉରକେଲା: ରାଉରକେଲାରେ ଆୟୋଜିତ ହେବ ୨୦୨୩ ହକି ଓ୍ଵାର୍ଲଡ କପ୍‌ । ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ସ୍ଥିତି ଅନୁଧ୍ୟାନ ପାଇଁ ରାଉରକେଲାରେ ପହଁଚିଛନ୍ତି ଅର୍ନ୍ତଜାତୀୟ ହକି ଫେଡରେସନ ଅଧ୍ୟକ୍ଷ ନରିନ୍ଦର ବାତ୍ରା । ହକି ଇଣ୍ଡିଆ ଟିମ୍‌ ସଦସ୍ୟ ମଧ୍ୟ ରାଉରକେଲାରେ ପହଁଚିଛନ୍ତି । ଆଜି ସମୀକ୍ଷା ବୈଠକ ବସିବ ।

ଏଥିରେ ମୁଖ୍ୟ ସଚିବ ଅସିତ ତ୍ରିପାଠୀ ଓ ଫାଇଭ ଟି ସଚିବ ଭି କେ ପାଣ୍ଡିଆନ । ଏହାସହ କ୍ରୀଡାମନ୍ତ୍ରୀ ତୁସାରକାନ୍ତି ବେହେରା ଓ କ୍ରୀଡା ସଚିବ ବିଶାଲ କୁମାର ଦେବ ଯୋଗଦେବେ । ଇଡକୋ ସିଏମଡି ସଞ୍ଜୟ ସିଂ ମଧ୍ୟ ସାମିଲ ହେବ । ବୈଠକ ପରେ ବିଜୁ ପଟ୍ଟନାୟକ ହକି ଷ୍ଟାଡିୟମ ବୁଲି ଦେଖିବାର କାର୍ଯ୍ୟକ୍ରମ ରହିଛି । ଏହା ପୂର୍ବରୁ ସୁନ୍ଦରଗଡ଼ ଜିଲ୍ଲାପାଳ, ରାଉରକେଲା ମହାନଗର ନିଗମ କମିଶନରଙ୍କ ସହ ଆଲୋଚନା କରିଛନ୍ତି କ୍ରୀଡା ସଚିବ ବିଶାଳ ଦେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.