Below header

ବାଲେଶ୍ୱରର ସରସ୍ବ‌ତୀ ମହାପାତ୍ର, ଯାହାଙ୍କ ସ୍ପର୍ଶରେ ନିର୍ଜୀବ ପଥରଟିଏ ପାଉଛି ଜୀବନ

ବାଲେଶ୍ଵର: ମହାମାରୀ କରୋନା ଚାରି ଆଡେ ନିଜର ପ୍ରଭାବ ବିସ୍ତାର କରି ସାରିଛି । ଯାହା ଦ୍ବାରା ଅନେକ ଲୋକେ ପ୍ରଭାବିତ ହୋଇଛନ୍ତି । କିଏ ନିଜର ଜୀବିକା ହରାଇଛି ତ କିଏ ବୃତ୍ତି । ପରିବାର କୁ ଗଣ୍ଡେ ଖାଦ୍ୟ ଯୋଗାଡ଼ କରିବାକୁ ଯାଇ ଦୁଃଖ କଷ୍ଟ ରେ ସଂଗ୍ରାମ ଜାରି ରଖିଛନ୍ତି ଅନେକ । ଏଭଳି ସ୍ଥିତିରେ ବାଲେଶ୍ୱରର ଜଣେ ମହିଳା ପଥର କାରିଗର, ଯିଏ ନିଜ ମନବଳକୁ ପଥର ଭଳି ମଜବୁତ ରଖିଛନ୍ତି । ଏଭଳି ଦୁଃସମୟରେ ବି ସେ ଭାଙ୍ଗି ପଡିନାହାନ୍ତି । ନିଜ ବୃତ୍ତିକୁ ବଞ୍ଚାଇବା ପାଇଁ ସଂଗ୍ରାମ ଜାରି ରଖିଥିବା ବେଳେ ଅନ୍ଯମାନଙ୍କ ପାଇଁ ଜୀବିକା ଯୋଗାଇଛନ୍ତି ।

artistବାଲେଶ୍ଵର ଜିଲ୍ଲା ବଉଳ ଗାଡିଆର ପଥର ଶିଳ୍ପୀ ସରସ୍ବ‌ତୀ ମହାପାତ୍ର । ସେ ହେଉଛନ୍ତି ବାଲେଶ୍ଵର ଜିଲ୍ଲାର କେବଳ ଜଣେ ମାତ୍ର ପଥର ମହିଳା ପଥର ଶିଳ୍ପୀ । ସକାଳ ଠାରୁ ଅପରାହ୍ନ ତାଙ୍କର ସବୁ ସମୟ କଟେ ଏହି ମୂର୍ତ୍ତି କାରଖାନାରେ । ସେ ମସୃଣ ହେଉ କିମ୍ବା  ନିର୍ଜୀବ ପଥରଟିଏ ସରସ୍ବ‌ତୀଙ୍କ ସ୍ପର୍ଶ ମାତ୍ରକେ ପାଲଟି ଯାଏ ସେ ସବୁ ଜୀବନ୍ତ । ତାଙ୍କର ନିଷ୍ଠା ଓ ଏକାଗ୍ରତା ଆଉ ସାହସ ପାଇଁ କରୋନା ଭଳି ମହାମାରୀ ସମୟରେ ମଧ୍ୟ ସେ ନିଜର କାର୍ଯ୍ଯ ବ୍ଯସ୍ତତା ଜାରି ରଖିଛନ୍ତି । କୋଭିଡ୍‌ ମହାମାରୀ ସମୟରେ ଅନେକ ଛୋଟ ବଡ ଶିଳ୍ପ ଅନୁଷ୍ଠାନ ବନ୍ଦ ହୋଇ ଯାଇଥିବା ବେଳେ , ସରସ୍ବତୀ ନିଜର କାର୍ଯ୍ଯକୁ ଜାରି ରଖିଥିଲେ। ଏଭଳିକି ଲକ୍‌ ଡାଉନ୍‌ ଓ ସଟ୍‌ ଡାଉନ୍‌ ଭଳି ପରିସ୍ଥିତିରେ ପଥର ଅଭାବ, ବ୍ଯବସାୟରେ ମାନ୍ଦାବସ୍ଥା ଦେଖା ଦେଇଥିବା ବେଳେ, ଅର୍ଡର ଦେଇଥିବା ଗ୍ରାହକ ଆଉ ଫୋନ୍‌ ଉଠାଇ ନଥିଲେ। ତଥାପି ନିଜ କାରଖାନାରେ କାର୍ଯ୍ଯରତ ସମସ୍ତଙ୍କ ପେଟ ପାଟଣାକୁ ନଜରରେ ରଖି ସେ ନିଜ କାର୍ଯ୍ଯ ଉପରେ ପ୍ରାଧାନ୍ଯ ଦେଇଥିଲେ ।

ପଥର ମୂର୍ତ୍ତି କାମ ଶିଖିବା ପାଇଁ ପ୍ରଥମେ ସରସ୍ବ‌ତୀ ୧୯୮୩ ମସିହାରେ ଟ୍ରେନିଂ ପାଇଁ ଯାଇଥିଲେ । ଏଭଳି କି ଜଣେ ମହିଳା ହିସାବରେ ସେ ଘରର ପରିସ୍ଥିତି ସମ୍ଭାଳିଥିଲେ । ଯାହାର ଉପହାର ସ୍ବରୂପ ତାଙ୍କୁ ଜଣେ କୁଶଳୀ ମହିଳା ପଥର କାରିଗର ଭାବେ ବିଭିନ୍ନ ଆଡୁ ପ୍ରଶଂସାର ସୁଅ ଛୁଟିଥିବା ବେଳେ, ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତତ୍କାଳୀନ ମନ୍ତ୍ରୀ ଦାମୋଦର ରାଉତ ମଧ୍ୟ ପ୍ରଶଂସା କରିବା ସହ ସମ୍ମାନିତ କରିଛନ୍ତି ।

saraswatiବାଲେଶ୍ଵର ଜିଲ୍ଲାର ନୀଳଗିରି ସବ୍‌ ଡିଭିଜନ ଅନ୍ତର୍ଗତ ବଉଳ ଗାଡିଆ ସାରା ରାଜ୍ଯରେ ନିଖୁଣ ପଥର କାରିଗରୀ ପାଇଁ ସୁନାମ ଅର୍ଜନ କରିଥିବାବେଳେ ସରସ୍‌ତୀ ନିଜ ଶିଳ୍ପ କାରଖାନାରେ ୫୦ଜଣ କାରିଗରଙ୍କୁ ପଥର କାମ ଶିଖାଇ ମଣିଷ କରି ଗଢି ତୋଳିଛନ୍ତି । ମୁଗୁନି ପଥର ର ମୂର୍ତ୍ତି ର ବେସ୍‌ ଚାହିଦା ରହିଥିବା ବେଳେ ଏଠାରୁ ର୍ନିମିତ ପଥର ମୂର୍ତ୍ତି ଦେଶର ବିଭିନ୍ନ ପ୍ରାନ୍ତକୁ ଯାଉଥିବା ବେଳେ ବିଭିନ୍ନ ସଂସ୍ଥା ଜରିଆରେ ମଧ୍ୟ ବିଦେଶକୁ ରପ୍ତାନି ହୁଏ । କିନ୍ତୁ କରୋନା କାଳରେ ଏଠିକାର କୁଶଳୀ ମୂର୍ତ୍ତି କାରାଗାର ମାନେ ବେଶ୍‌ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ।

ଗୋଟିଏ ପଟେ ପଥରର ଅଭାବ ରହିଥିବା ବେଳେ ବିଭିନ୍ନ ଆଡୁ ଆସିଥିବା ଅର୍ଡର ଅଟକି ରହିଛି । ଯାହାର ପ୍ରଭାବରେ ସମସ୍ତେ ଆର୍ଥିକ ସମସ୍ଯା ଦେଇ ଗତି କରିଛନ୍ତି । ଯେଉଁଥି ପାଇଁ ଲେବରମାନଙ୍କୁ ମଜୁରୀ ଦେବାକୁ ସମସ୍ଯା ହେଉଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.