ବଙ୍ଗାଳି ସିଙ୍ଗର୍ ରୁପାଙ୍କର ବାଗଚୀଙ୍କ ସହ ନଜର ଆସିବେ ରାନୁ ମଣ୍ଡଳ, ଦେଖନ୍ତୁ ଭିଡ଼ିଓ

ରାସ୍ତା କଡରୁ ରାତାରାତି ବଲିଉଡ୍ ରେ ଲୋକପ୍ରିୟ ହୋଇଥିଲେ ରାନୁ ମଣ୍ଡଳ। ଯାହାଙ୍କୁ ଆପଣମାନେ ସମସ୍ତେ ଜାଣିଥିବେ। ସୋସିଆଲ ମିଡିଆରେ ମଧ୍ଯ ତାଙ୍କର ଖୁବ୍ ଚର୍ଚ୍ଚା ଚାଲିଥାଏ। ବାସ୍ତବରେ ରାନୁ ମଣ୍ଡଳଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଯେଉଁ ଭିଡିଓରେ ସେ ବଙ୍ଗଳାର ରାଣାଘାଟ ଷ୍ଟେସନ୍ ରେ ବସି ଲତା ମଙ୍ଗେସକରଙ୍କ ଗୀତ ‘ଏକ ପ୍ଯାର କା ନଗମା ହେ’ ଗାଉଥିଲେ। ରାନୁଙ୍କର ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହୋଇଥିଲା। ଯାହାଫଳରେ ରାତାରାତି ରାନୁ ଷ୍ଟାର ହୋଇଯାଇଥିଲେ। କେବଳ ଏତିକି ନୁହେଁ ଗୀତିକାର ହିମେଶ ରେସମିୟା ମଧ୍ଯ ରାନୁ ମଣ୍ଡଳଙ୍କୁ ନିଜ ଫିଲ୍ମରେ ଗୀତ ବୋଲିବାର ସୁଯୋଗ ଦେଇଥିଲେ। ହିମେଶଙ୍କ ସହ ବୋଲିଥିବା ଗୀତ ‘ତେରି ମେରି କାହାନୀ’ କୁ ଦର୍ଶକ ଖୁବ୍ ପସନ୍ଦ କରିଥିଲେ।

Ranu_Mandalରାନୁ ମଣ୍ଡଳଙ୍କ ପ୍ରଥମ ଗୀତ ଗତ ବର୍ଷ ରିଲିଜ୍ ହୋଇଥିଲା। କିନ୍ତୁ ଏହାପରେ ସେ କିଛି ଦିନ ଗାୟବ ହୋଇଯାଇଥିଲେ। ଏନେଇ ଲୋକଙ୍କ ମନରେ ପ୍ରଶ୍ନ ଉଠିଥିଲା ଏବେ ରାନୁ ମଣ୍ଡଳ କ’ଣ କରୁଛନ୍ତି। ସୂଚନାଯୋଗ୍ଯ ରାନୁ ଏବେ ବଙ୍ଗାଳି ସିଙ୍ଗର୍ ରୁପାଙ୍କର ବାଗଚୀଙ୍କ ଦ୍ବାରା ହୋଷ୍ଟ କରାଯାଇଥିବା ଏକ ଶୋ’ ରେ ନଜର ଆସିବେ। ଶୋ’ର ଟିଜର୍ ମଧ୍ଯ ବର୍ତ୍ତମାନ ରିଲିଜ୍ ହୋଇସାରିଛି। ଏହି ଟିଜର୍ ରେ ରାନୁ ‘ସାଗର କିନାରେ’ ଗୀତ ବୋଲୁଥିବାର ନଜର ଆସିଛନ୍ତି। ସୂଚନା ମୁତାବକ, ରାନୁ ଏବଂ ରୁପାଙ୍କର ବାଗଚୀ ଆସନ୍ତାବର୍ଷ ଜାନୁଆରୀ ୨ ରେ ଅନଲାଇନ୍ ପ୍ଲେଟଫର୍ମରେ ଦର୍ଶକଙ୍କ ମେନାରଞ୍ଜନ କରିବା ପାଇଁ ଏକ ଶୋ’ରେ ଏକାଠି ନଜର ଆସିବେ।

video courtesy: MGA Studio Social Media TV PRODUCTION

ରିପୋର୍ଟ ଅନୁଯାୟୀ, ଏବେ ରାନୁ ମଣ୍ଡଳ ରାଣାଘାଟ ସ୍ଥିତ ନିଜର ପୁରୁଣା ବାସଭବନରେ ରହୁଛନ୍ତି। ଲକଡାଉନ୍ କାରଣରୁ ରାନୁ ମଣ୍ଡଳ ଘର ଚଳାଇବାରେ ସମସ୍ଯା ହେବାରୁ ସେ ନଜ ପୁରୁଣା ଘରେ ପରିବାର ସଦସ୍ଯଙ୍କ ସହ ରହିବା ପାଇଁ ନିଷ୍ପତ୍ତି ନେଇଥିଲେ। ଏଥିସହ ଲକଡାଉନ୍ ସମୟରେ ତାଙ୍କୁ ବଲିଉଡରେ ଗୀତ ବୋଲିବାର ସୁଯୋଗ ମଧ୍ଯ ମିଳିନଥିଲା, ଯେଉଁ କାରଣରୁ ତାଙ୍କ ପାଖରେ ଅର୍ଥର ଅଭାବ ଦେଖାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.