Below header

ଇଏ କଣ ଦଇବର ଖେଳ ? ଦୁର୍ଘଟଣା ପରେ ଟ୍ରାକ୍ଟର ତଳେ ଚାପି ହୋଇଥିବା ସାଥୀଙ୍କୁ ଉଦ୍ଧାର ବେଳେ ପଛପଟୁ ପିଟିଲା ଟ୍ରକ୍‌, ୨ ମୃତ

ରାୟଗଡ଼ା: ପିଟି ଦେଲା ଟ୍ରକ। ଟ୍ରାକ୍ଟର ତଳେ ଚାପି ହୋଇ ଚାଲିଗଲା ୨ ଶ୍ରମିକଙ୍କ ଜୀବନ। ଟ୍ରାକ୍ଟର ତଳୁ ୨ ଗୁରୁତରଙ୍କୁ ଉଦ୍ଧାର ଉଦ୍ୟମ ବେଳେ ପଛପଟୁ ଏକ ଟ୍ରକ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ୨ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ୨ଜଣ ଗୁରୁତର ଆହତ ହୋଇଛନ୍ତି। ରାୟଗଡ଼ା ଟିକିରି ଥାନା କାଳିଆପଡ଼ା ଘାଟିରେ ଏହି ଦୁର୍ଘଟଣା ଘଟିଛି ।

ସୂଚନା ଅନୁଯାୟୀ ଆନ୍ଧ୍ର ପ୍ରଦେଶର ୪ଜଣ ଶ୍ରମିକ କଳାହାଣ୍ଡିକୁ ଏକ ଟ୍ରାକ୍ଟର ଯୋଗେ କାମ କରିବାକୁ ଯାଇ ଫେରୁଥିବାବେଳେ ଭାରସାମ୍ୟ ହରାଇ ଟ୍ରାକ୍ଟରଟି ଓଲଟି ପଡିଥିଲା। ଫଳରେ ୨ଜଣ ଶ୍ରମିକ ଟ୍ରାକ୍ଟର ତଳେ ଚାପି ହୋଇ ରହିଯାଇଥିଲେ। ଅନ୍ୟ ୨ ଜଣ ସେମାନଙ୍କୁ ଉଦ୍ଧାର କରିବାବେଳେ ପଛପଟୁ ଏକ ଟ୍ରକ ଧକ୍କା ଦେଇଥିଲା। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଟ୍ରକ ଓ ଟ୍ରାକ୍ଟର ଜବତ କରି ତଦନ୍ତ କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.