ସ୍ପେଶାଲ

ଏଠାରେ ସାକ୍ଷାତ ପ୍ରକଟ ହୋଇଥିଲେ ମାତା ଶାକମ୍ଭରୀ, ଜାଣନ୍ତୁ କ’ଣ ରହିଛି ଏହାର ରହସ୍ୟ

ସିକର ସହରରୁ ପାଖାପାଖି ୫୦ କିଲୋମିଟର ଦୂର ଅରାବଳୀ ପାହାଡ ଉପରେ ସିଦ୍ଧ ଶକ୍ତି ପୀଠ ମାତା ଶାକମ୍ଭରୀଙ୍କ ପ୍ରାଚୀନ ମନ୍ଦିର ଅବସ୍ଥିତ। ମାଁ ଶାକମ୍ଭରୀଙ୍କ ମନ୍ଦିର ଶହେ ବର୍ଷ ପୂର୍ବରୁ ସ୍ଥାପନା ହୋଇଥିବା ଉଲ୍ଲେଖ ହୋଇଛି। ମାତାଙ୍କ ମନ୍ଦିରରେ ବ୍ରହ୍ମାଣୀ ଏବଂ ରୁଦ୍ରାଣୀଙ୍କ ରୂପରେ ଦୁଇଟି ପ୍ରତିମା ବିରାଜମାନ ହୋଇଛି। ଏହି ଦୁଇଟି ପ୍ରତିମା ମଧ୍ୟରେ ସ୍ୱତଃ ପ୍ରକଟ ହୋଇଥିବା ଏକ ଛୋଟ ମୁଖ୍ୟ ପ୍ରତିମା ବିରାଜମାନ ହୋଇଛି। ଏଠାରେ ପ୍ରତିଦିନ ସକାଳ ସାଢେ ୫ଟା ଏବଂ ସଂଧ୍ୟା ୭ଟାରେ ଆଳତୀ କରାଯାଇଥାଏ। ଏଠାକୁ ଆସୁଥିବା ପ୍ରତ୍ୟେକ ଶ୍ରଦ୍ଧାଳୁଙ୍କ ମନସ୍କାମନା ମା’ ପୂରଣ କରିଥାନ୍ତି।

ଏନେଇ ମହନ୍ତ ଦୟାନାଥ କହିଛନ୍ତି, ମନ୍ଦିରର କାନ୍ଥରେ ଲାଗିଥିବା ପିତଳର ଆବରଣ ଉପରେ ବ୍ରାହ୍ମୀ ଏବଂ ପାଲି ଭାଷା ଲେଖାଯାଇଛି, ଯେଉଁଥିରେ ୭୫୯ ଖ୍ରୀଷ୍ଟାଦ୍ଧରେ ଶାସକଙ୍କ ଦ୍ୱାରା ମାତାଙ୍କ ମନ୍ଦିରକୁ ଜୀର୍ଣ୍ଣୋଦ୍ୱାର କରିବାର ଉଲ୍ଲେଖ କରାଯାଇଛି। ଏହି ଆବରଣର ଗୋଟିଏ ମନ୍ଦିରର ମୁଖ୍ୟ କବାଟ ଏବଂ ଅନ୍ୟଟି ଗମ୍ଭୁଜର କବାଟରେ ଲାଗିଛି। ଚଳିତ ବର୍ଷ କୋଭିଡ କଟକଣା ପାଇଁ ଶାକମ୍ଭରୀ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ପାଇଁ ଦର୍ଶନ ବ୍ୟବସ୍ଥା ବନ୍ଦ ରହିଛି।

କରୋନା ମହାମାରୀର ପ୍ରକୋପକୁ ଦେଖି ଜୀଣମାତା ମନ୍ଦିରରେ ମଧ୍ୟ ୯ ଦିନରେ ଦର୍ଶନ ପାଇଁ ରୋକ୍‌ ଲଗାଯାଇଛି। ୨୫ ଅକ୍ଟୋବର ପର୍ଯ୍ୟନ୍ତ ମନ୍ଦିରର କବାଟ ବନ୍ଦ ରଖିବା ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।

KNews Bureau

Recent Posts

ସ୍ଥିର ରହିଛି ସୁନା ଦର, କିଣିବାକୁ ଚାହୁଁଛନ୍ତି କି ଆଜି ହିଁ ନେଇ ଆସନ୍ତୁ

ଆଜି ସ୍ଥିର ରହିଛି ସୁନା-ରୂପା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି ତେବେ…

3 mins ago

ବାରିପଦା ବସ ଷ୍ଟାଣ୍ଡରେ ହଣାକଟା ଘଟଣା: ଉଭୟ ପକ୍ଷରୁ ୧୦ ଜଣଙ୍କୁ ଗିରଫ କରିଛି ପୋଲିସ୍

ବାରିପଦା (କେନ୍ୟୁଜ): ବାରିପଦା ଘରୋଇ ବସଷ୍ଟାଣ୍ଡରେ ହଣାକଟା ଘଟଣାରେ ପୋଲିସର ଆକ୍ସନ । ଦୁଇଟି ପୃଥକ ପୃଥକ ମାମଲା ରୁଜୁ…

12 mins ago

ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି : ସକାଳ ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ

ବାଲେଶ୍ବର (କେନ୍ୟୁଜ): ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି । ପୌରପାଳିକାର ବିଭିନ୍ନ ଅଞ୍ଚଳରେ କୋହଳ ହେଉଛି କର୍ଫ୍ୟୁ । ଆଜି…

20 mins ago

ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ, ରୋଗୀ ସମେତ ୪ ଗୁରୁତର

ଜଳେଶ୍ବର (କେନ୍ୟୁଜ): ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ । ରୋଗୀ ସମେତ ୪ ଜଣ ଆମ୍ବୁଲାନ୍ସ କର୍ମଚାରୀ ଗୁରୁତର…

37 mins ago

ଅଣସର ନୀତି: ଜ୍ବରରେ ଆକ୍ରାନ୍ତ ମହାପ୍ରଭୁ, ପୂଜା ପାଇବେ ପଟି ଦିଅଁ

ପୁରୀ (କେନ୍ୟୁଜ): ଅତ୍ୟଧିକ ସ୍ନାନଯୋଗୁ ମହାପ୍ରଭୁ ଏବେ ଅସୁସ୍ଥ।  ଗତକାଲି ସ୍ନାନବେଦିରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ…

51 mins ago

ଅଣସର ଘରେ ମହାପ୍ରଭୁ, ଆଜିଠୁ ଅଲାରନାଥ ଦର୍ଶନ

ବ୍ରହ୍ମଗିରି (କେନ୍ୟୁଜ): ଆଜି ଠାରୁ ମହାପ୍ରଭୁ ଅଲାରନାଥଙ୍କ ଅଣସର ଦର୍ଶନ । ଚଳିତ ବର୍ଷ ୧୩ଦିନ ଧରି ଚାଲିବ ଏହି…

1 hour ago