ସ୍ପେଶାଲ

ଜାଣନ୍ତୁ ମହାଭାରତ ଯୁଦ୍ଧରେ କୌରବଙ୍କ ପକ୍ଷରୁ ଲଢିଥିବା ନାରାୟଣୀ ସେନା ବିଷୟରେ କିଛି ରୋଚକ ତଥ୍ୟ

ମହାଭାରତ ଯୁଦ୍ଧରେ ଶ୍ରୀକୃଷ୍ଣଙ୍କ ନାରାୟଣୀ ସେନା କୌରବଙ୍କ ପକ୍ଷରୁ ଯୁଦ୍ଧ କରିଥିଲେ। ବାସ୍ତବରେ ଉଲ୍ଲେଖ ଅନୁଯାୟୀ ଯୁଦ୍ଧ ପୂର୍ବରୁ ଦୁର୍ଯୋଧନ ମଧ୍ୟ ଶ୍ରୀକୃଷ୍ଣଙ୍କ ସହ ଯୁଦ୍ଧରେ ଲଢିବା ପାଇଁ ନିଜ ପକ୍ଷରୁ ପ୍ରସ୍ତାବ ନେଇ ଦ୍ୱାରିକା ଯାଇଥିଲେ। ଏହାର କିଛି ସମୟ ପରେ ଅର୍ଜୁନ ମଧ୍ୟ ସେଠାରେ ଶ୍ରୀକୃଷ୍ଣଙ୍କୁ ଯୁଦ୍ଧରେ ସହଯୋଗ ନେବା ପାଇଁ ପହଞ୍ଚିଥିଲେ। କିନ୍ତୁ ଏହି ସମୟରେ ଶ୍ରୀକୃଷ୍ଣ ଶୟନ କରିଥିବାରୁ ତାଙ୍କୁ ଜାଗ୍ରତ କରିବା ପାଇଁ ଅର୍ଜୁନ ଏବଂ ଦୁର୍ଯୋଧନ ସେଠାରେ ଅପେକ୍ଷା କରି ରହିଥିଲେ। ଏହାପରେ ଯେତେବେଳେ ଶ୍ରୀକୃଷ୍ଣଙ୍କ ଆଖି ଖୋଲିଥିଲା ସେତେବେଳେ ସେ ସର୍ବପ୍ରଥମେ ଅର୍ଜୁନଙ୍କୁ ଦେଖିଥିଲେ। କାରଣ ସେ ଶ୍ରୀକୃଷ୍ରଙ୍କ ଚରଣ ନିକଟରେ ବସିଥିଲେ।

ଅର୍ଜୁନଙ୍କୁ ଦେଖିବା ପରେ ଶ୍ରୀକୃଷ୍ଣ ପଚାରିଥିଲେ, ଆପଣ ଆସିବାର କାରଣ କ’ଣ। ଏହାଶୁଣି ଅର୍ଜୁନ କହିଥିଲେ, ‘ହେ ବାସୁଦେବ! ମୁଁ ଭାଓ୍ଵୀ ଯୁଦ୍ଧ ପାଇଁ ଆପଣଙ୍କ ଠାରୁ ସାହାଯ୍ୟ ନେବାକୁ ଆସିଛି।’ ଅର୍ଜୁନଙ୍କ ଏତିକି କଥା ଶୁଣିବା ପରେ ଶ୍ରୀକୃଷ୍ଣଙ୍କ ମୁଣ୍ଡ ପାଖରେ ବସିଥିବା ଦୁର୍ଯୋଧନ କହିଥିଲେ, ‘ହେ କୃଷ୍ଣ! ମୁଁ ମଧ୍ୟ ଆପଣଙ୍କ ଠାରୁ ସାହାଯ୍ୟ ନେବାକୁ ଆସିଛି। ମୁଁ ଅର୍ଜୁନଙ୍କ ପୂର୍ବରୁ ଏଠାକୁ ଆସିଥିବାରୁ ସହାୟତା ପାଇବାର ପ୍ରଥମ ଅଧିକାର ମୋର।’

ଦୁର୍ଯୋଧନଙ୍କ ଏହି କଥା ଶୁଣିବା ପରେ ଭଗବାନ କୃଷ୍ଣ ବୁଲିଯାଇ ଦୁର୍ଯୋଧନ ଚାହିଁ କହିଥିଲେ, ‘ହେ ଦୁର୍ଯୋଧନ! ମୋର ଦୃଷ୍ଟି ପ୍ରଥମେ ଅର୍ଜୁନଙ୍କ ଉପରେ ପଡିଛି। କିନ୍ତୁ ତୁମେ କହୁଛ ତୁମେ ପ୍ରଥମେ ଆସିଛ। ଅତନ୍ତଃ ମତେ ତୁମ ଦୁଇ ଜଣଙ୍କୁ ହିଁ ସାହାଯ୍ୟ କରିବାକୁ ପଡିବ। ମୁଁ ତୁମ ଦୁଇ ଜଣଙ୍କ ମଧ୍ୟରୁ ଜଣଙ୍କୁ ନିଜର ପୁରା ସେନା ଦେଇଦେବି ଏବଂ ଅନ୍ୟଜଣଙ୍କ ସହ ମୁଁ ନିଜେ ରହିବି। ଏବେ ତୁମେ ସ୍ଥିର କର କାହାକୁ କ’ଣ ଦରକାର।’ ଏହି ସମୟରେ ଅର୍ଜୁନ ଶ୍ରୀକୃଷ୍ଣଙ୍କୁ ନିଜ ସହ ରଖିବା ପାଇଁ ଇଛା ପ୍ରକାଶ କରିଥିଲେ। ଏହାପରେ ଶ୍ରୀକୃଷ୍ଣ ନିଜର ବିଶାଳ ସେନାଙ୍କୁ ଦୁର୍ଯୋଧନଙ୍କୁ ଦେଇଥିଲେ ଏବଂ ସ୍ୱୟଂ ପାଣ୍ଡବଙ୍କ ସହ ରହିଥିଲେ। ସାତ୍ତ୍ୱିକ ନାରାୟଣୀ ସେନାର ପ୍ରଧାନ ସେନାପତି ଥିଲେ। ସାତ୍ତ୍ୱିକ ଯୁଦ୍ଧରେ ଅର୍ଜୁନଙ୍କ ପକ୍ଷରୁ ଲଢିବା ପାଇଁ ଚାହୁଁଥିଲେ କିନ୍ତୁ ଶେଷରେ ସେ ପାଣ୍ଡବଙ୍କ ପକ୍ଷରୁ ଲଢିବା ପାଇଁ ସ୍ଥିର କରିଥିଲେ। ତେବେ ଆସନ୍ତୁ ଜାଣିବା ଏହି ଯୁଦ୍ଧ ସମ୍ପର୍କରେ କିଛି ରୋଚକ ତଥ୍ୟ।

-କାଲାରିପୟତ୍ତୁ ବିଦ୍ୟାରେ ପାରଙ୍ଗମ ଶ୍ରୀକୃଷ୍ଣଙ୍କ ‘ନାରାୟଣୀ ସେନା’ଙ୍କୁ ସେହି ସମୟରେ ଭାରତର ସବୁଠାରୁ ଭୟଙ୍କର ପ୍ରହାରକ କୁହାଯାଉଥିଲା।

– ନାରାୟଣ ସେନାକୁ ଚାଟୁରଙ୍ଗିନି ସେନା ମଧ୍ୟ କୁହାଯାଉଥିଲା |

– ଶ୍ରୀକୃଷ୍ଣଙ୍କ ୧୮ହଜାର ଭାଇ ଏବଂ ସମ୍ପର୍କୀୟ ଭାଇଙ୍କୁ ମିଶାଇ ୧୦ ଲକ୍ଷ ଯୋଦ୍ଧାଙ୍କ ସହ ମିଶି ଏହି ସେନା ତିଆରି ହୋଇଥିଲା।

-ଏହି ସେନାରେ ୭ ଅଧିରଥ ଏବଂ ୭ ମହାରଥୀ ଥିଲେ। ସାତ୍ତ୍ୱିକ ସେନାପତି ଏବଂ ବଳରାମ ମୁଖ୍ୟ ସେନାପତି ଥିଲେ।

-କୁରୁକ୍ଷେତ୍ର ଯୁଦ୍ଧ ଶେଷରେ ନାରାୟଣୀ ସେନାର ସମସ୍ତ ଅକ୍ଷୋହିଣୀ ଜୀବିତ ଥିଲେ।

ଏହି ସେନା ମାଧ୍ୟମରେ ପୂର୍ବରେ ଶ୍ରୀକୃଷ୍ଣ ଏବଂ ବଳରାମ ନିଷାଦୋଂ, ଗାନ୍ଧାର, ମଗଧ, କଳିଙ୍ଗ, କାଶୀ, ଅଂଗା, ବଂଗା, କୋଷଳ, ପାଣ୍ଡ୍ରା, କରୁଷ ଏବଂ ଗାର୍ଗ୍ୟର ଶାସକମାନେ ଅତୀତରେ ଶ୍ରୀକୃଷ୍ଣ ଏବଂ ବଳରାମଙ୍କ ଦ୍ୱାରା ହତ୍ୟା ହୋଇଥିଲେ। ସେହିଭଳି ଭଗବାନ ଶ୍ରୀକୃଷ୍ଣ ଦକ୍ଷିଣରେ ପାଣ୍ଡ୍ୟା, ବିଦର୍ଭ, ଗାନ୍ଧାର, ମଗଧ, ଶୋଣିତପୁରା ଏବଂ ପ୍ରାଗଜ୍ୟୋତିଷକୁ ଜିତିବା ପାଇଁ ନାରାୟଣୀ ସେନାର ଉପଯୋଗ କରିଥିଲେ।

KNews Bureau

Recent Posts

ଆସନ୍ତାକାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ

କାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ ।…

15 mins ago

ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ

ପୁରୀ: ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ । ପୁରୀ ପୌରସଦନ ଠାରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…

22 mins ago

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

38 mins ago

ଭିଜିଲାନ୍ସ ଜାଲରେ ଆରଆଇ: ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…

44 mins ago

ବାଲେଶ୍ଵରରେ ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର

ବାଲେଶ୍ଵର: ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର । ବାଲେଶ୍ଵରରେ ଆଜିଠୁ ରାତ୍ରିକାଳୀନ କର୍ଫ୍ୟୁ । ରାତି ୯ଟାରୁ…

57 mins ago

ଆଜିଠୁ ୪ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…

2 hours ago