ସ୍ପେଶାଲ

ତାତୁଛି ସିନା ଟିଟିଲାଗଡ଼ ହେଲେ କାହିଁକି ତାତୁନି କୁମୁଡ଼ା ପାହାଡ଼ର ଧବଳେଶ୍ୱରଙ୍କ ପୀଠ, ରହସ୍ୟ ଭିତରେ ଏଠାକାର ଗୁମ୍ଫା

ତତଲାଗଡ଼ । ନା ଶୁଣିବା ମାତ୍ରେ ମନକୁ ଚାଲି ଆସେ ସେହି ଟିଟିଲାଗଡର ନାଁ । ଗ୍ରୀଷ୍ମ ମାସ ଆସିଲେ ସମସ୍ତଙ୍କ ନଜରରେ ରହିଥାଏ ବଲାଙ୍ଗିର ଜିଲ୍ଲାରଏହି ସହର ଉପରେ । କାରଣ ଏଠାକାର ତାପମାତ୍ରା କେତେବେଳେ କେଉଁ ରୂପ ଧାରଣ କରେ ତାହା ଆକଳନ ବି କରିବା ମୁସ୍କିଲ । ଏବେ ସମଗ୍ର ଟିଟିଲାଗଡ ଆକାଶରୁ ନିଆ ବର୍ଷା ସାଙ୍ଗକୁ ଗରମ ଝାଞ୍ଜି ପବନରେ ବେହାଲ ହୋଇପଡିଛନ୍ତି ଏଠାକାର ଲୋକେ । ତେବେ ସମଗ୍ର ଦେଶରେ ମହାମାରୀ କରୋନାକୁ ନେଇ ଲକ ଡାଉନ ଚାଲିଥିବା ବେଳେ ତତଲାଗଡରେ ତାତି ବି ସାଧାରଣ ଲୋକଙ୍କ ଜୀବନଯାତ୍ରାକୁ ଆହୁରି ଦୟନୀୟ କରିଦେଇଛି ।

ମୁଣ୍ଡ ଫଟା ଗରମ ସାଙ୍ଗକୁ ଘନ ଘନ ବିଦ୍ୟୁତ କାଟ ସହରବାସୀଙ୍କୁ ଅତିଷ୍ଠ କରି ଦେଇଛି । ଏମିତିରେ ଟିଟିଲାଗଡ ସହରରେ ରହିଛି କୁମୁଡା ପାହାଡ । କାହିଁ କେଉଁ ଆବାହମାନ କାଳରୁ ଟିଟିଲାଗଡ ସହରକୁ ସତେ ଯେମିତି ଜଗି ରହିଛି । ଯେଉଁ ଲଣ୍ଡା ପାହାଡକୁ ନେଇ ସହରରେ ତାତି ବଢିଥାଏ । ସେହି ପାହାଡ ପାଦଦେଶରେ ରହିଛି ବାବା ଧବଳେଶ୍ୱରଙ୍କ ଶିବ ମନ୍ଦିର । କିନ୍ତୁ ଆଶ୍ଚର୍ଯ୍ୟ ଓ ଆଚମ୍ବିତ କଥା ହେଉଛି ବାହାରେ ତାତି ୪୦ ଡିଗ୍ରୀରୁ ଅଧିକ ଥିଲା ବେଳେ ମନ୍ଦିର ଭିତରେ ପାରଦ ରହିଥାଏ ୧୦ରୁ ୧୨ ଡିଗ୍ରୀ ସେଲସିୟସ ।

କୁମୁଡା ପାହାଡର ଏକ ସ୍ୱତନ୍ତ୍ର ପରିଚୟ ମଧ୍ୟ ରହିଛି । ଟିଟିଲାଗଡ ସହରକୁ ଏହି କୁମୁଡା ପାହାଡ ନୂଆ ନାମ ଦେଇଛି, ଟିଟିଲାଗଡ ସହରକୁ ତତଲାଗଡ କୁହାଯିବାରେ ଏହି ପାହାଡର ଏକ ମୁଖ୍ୟ ଭୂମିକା ରହିଛି । ସୂର୍ଯ୍ୟର ପ୍ରଖର କିରଣ ଏହି ପାହାଡ ଉପରେ ପଡି ତାହା ସମଗ୍ର ଟିଟିଲାଗଡ ସହର ଉପରେ ବିକିରଣ ହୋଇଥାଏ । ଫଳରେ ସହରରେ ପ୍ରବଳ ଝାଞ୍ଜି ପବନ ସହ ଅସହ୍ୟ ତାତି ଅନୁଭୂତ ହୋଇଥାଏ ।

ଏମିତିକି ପାରଦ ୪୭ ରୁ ୪୮ ଡିଗ୍ରୀ ପର୍ଯ୍ୟନ୍ତ ଛୁଇଁଥାଏ । ହେଲେ ସେହି କୁମୁଡା ପାହାଡ ପାଦ ଦେଶରେ ରହିଛି ଏକ ଗୁମ୍ଫା । ଆଉ ଗୁମ୍ଫା ଭିତରେ ପୂଜା ପାଇ ଆସୁଛନ୍ତି ପ୍ରଭୁ ଧବଳେଶ୍ୱର । ତେବେ ଏହି ଗୁମ୍ଫା ଭିତରେ କଣ ରହସ୍ୟ ରହିଛି କେଜାଣି ଏଠି ତାତିର ସ୍ଥାନ ନାହିଁ । ବେଶ ଥଣ୍ଡା ଶୀତଳ ରହିଥାଏ ପରିବେଶ । ସହରରେ ତାପମାତ୍ରା ଯେତେ ବଢୁଥାଏ ଏହି ଗୁମ୍ଫାରେ ଥଣ୍ଡାର ପରିମାଣ ବି ସେହି ଅନୁପାତରେ ବଢୁଥିବା କୁହାଯାଏ । ଯାହା ଚମତ୍କାର ବୋଲି ସ୍ଥାନୀୟ ଲୋକେ କୁହନ୍ତି ।

ତନ୍ତ୍ର, ମନ୍ତ୍ର ଏବଂ ଯନ୍ତ୍ରର ପୀଠ ଭାବରେ ମାନ୍ୟତା ପାଇଛି ଏହି କୁମୁଡା ପାହାଡ । ଏହି ପାହାଡ ଭିତରେ ରହି ଥିବା ଗୁମ୍ଫାରେ ବାବା ଧବଳେଶ୍ୱରଙ୍କ ମନ୍ଦିରକୁ ଲାଗି ରହିଛି ଏକ ସୁଡଙ୍ଗା । ହେଲେ ଏହି ସୁଡଙ୍ଗ କେଉଁଠାକୁ ଯାଇଛି ତାହା ଆଜି ପର୍ଯ୍ୟନ୍ତ ଏକ ରହସ୍ୟ ହୋଇ ରହିଛି । ଗବେ ଷକମାନଙ୍କ ମତ ଯେ ଏହି ସୁଡଙ୍ଗ ରାଣୀପୁର ଝରିଆଲର ଚଉଷଠୀ ଯୋଗିନୀ ମନ୍ଦିରକୁ ସଂଯୋଗ କରିଛି । କେତେକଙ୍କ କହିବା କଥା, ସୁଡଙ୍ଗ ଭିତରେ ଅନେକ ପୁଷ୍କରିଣୀ ରହିଛି । ତେଣୁ ଗୁମ୍ଫା ଏଭଳି ଶୀତଳ ହେୁଛି । ଆଉ କେତେକ କୁହନ୍ତି ସୁଡଙ୍ଗ ଭିତରେ ପୂର୍ବର ରାଜାମାନଙ୍କ ଗୁପ୍ତଧନର କେନ୍ଦ୍ର ରହିଛି ।

ଟିଟିଲାଗଡରୁ ସନତ କୁମାର ପାଢୀ (କେ ନ୍ୟୁଜ)

Swagatika

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକେ କ୍ୟାରିୟରକୁ ନେଇ କିଛି ଖୁସି ଖବର ପାଇବେ, କୌଣସି କାର୍ଯ୍ୟ ପାଇଁ ପ୍ରଶଂସା ମିଳିବ

ମେଷ : ବ୍ୟବସାୟ ତଥା ଅନ୍ୟ କ୍ଷେତ୍ରରେ ଆଜିର ଦିନ ଆପଣ ପାଇଁ ଲାଭପ୍ରଦ ଅଟେ । ଘର ତଥା…

6 hours ago

ଦୁର୍ଘଟଣାରେ ଗୋଡ ହରାଇ ଥିବା ଶିକ୍ଷକଙ୍କୁ ପାଣି ପିଆଇ ସାନ୍ତ୍ଵନା ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର(କେନ୍ୟୁଜ୍‌): ସମୟ ଥିଲା ଅପରାହ୍ନ । ଅନେକ ବ୍ୟକ୍ତି, ସଂଗଠନ, ସାଧାରଣ ଲୋକ ଆସି ରାଜ୍ୟ ଅତିଥି ଭବନର ଅସ୍ଥାୟୀ…

10 hours ago

ରାଜଧାନୀ ରାସ୍ତା କଡ଼ରେ ଗଛ ଲଗାଉଥିବା ଓ ପାଣି ଦେଉଥିବା ଏ ବ୍ୟକ୍ତିଙ୍କୁ ଦେଖିଛନ୍ତି କି ?

ଭୁବନେଶ୍ୱର: ଟାଇଁ ଟାଇଁ ମୁଣ୍ଡଫଟା ଖରା । ଚାଲିକି କି ସାଇକେଲରେ ଯିବା ଲୋକ ଖୋଜୁଛି ଗଛ ଛାଇ ଟିକେ…

10 hours ago

କାର ସହ ବାଇକ୍‌ ମୁହାଁମୁହିଁ ଧକ୍କା, ୨ ମୃତ

ଗଞ୍ଜାମ(କେନ୍ୟୁଜ୍‌): କାର ସହ ମୋଟର ସାଇକେଲ ମୁହାଁମୁହିଁ ଧକ୍କା। ୨ ବାଇକ ଆରୋହୀ ମୃତ । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ…

11 hours ago

ନିଷ୍କ୍ରିୟ ରହିଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ, ରାଜ୍ୟରେ ଜାରି ରହିବ ଗ୍ରୀଷ୍ମ ଲହରୀ

ଭୁବନେଶ୍ୱର(କେନ୍ୟୁଜ୍‌): ନିଷ୍କ୍ରିୟ ରହିଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ଦକ୍ଷିଣ ଓଡିଶାରେ ପ୍ରବେଶ କରିବା ପରେ ଆଉ ଆଗକୁ…

11 hours ago

କାଲି ଆର୍ଟ ଅଫ୍ ଗିଭିଂ ଦିବସ, ୨୦୦ ଦେଶ ଏବଂ ୨୫ ହଜାର ସ୍ଥାନରେ ହେବ ପାଳନ

ଭୁବନେଶ୍ୱର(କେନ୍ୟୁଜ୍‌): ଆସନ୍ତାକାଲି ପାଳିତ ହେବ ଆର୍ଟ ଅଫ୍ ଗିଭିଂ ଦିବସ । ଅନ୍ୟକୁ ସାହାଯ୍ୟ ଏବଂ ଦାୟିତ୍ବ ସମ୍ପନ୍ନ ଭାବେ…

11 hours ago