Categories: ସ୍ପେଶାଲ

ନିର୍ଭୟା ଗଣଦୁଷ୍କର୍ମକାରୀଙ୍କୁ ଫାଶୀଖୁଣ୍ଟରେ ଝୁଲାଇବାକୁ ଘାତକ ପବନ ପ୍ରସ୍ତୁତ, ଜାଣନ୍ତୁ ତାଙ୍କ ବିଷୟରେ

ଶେଷରେ ନିର୍ଭୟାକୁ ମିଳିବାକୁ ଯାଉଛି ନ୍ୟାୟ। ନିର୍ଭୟା ଗଣଦୁଷ୍କର୍ମର ଚାରି ଅଭିଯୁକ୍ତକୁ ଚଳିତମାସ ୨୨ ତାରିଖ ସକାଳ ୭ ଟାରେ ମିଳିବ ଫାଶୀ। କୋର୍ଟ ଏନେଇ ରାୟ ଦେଇସାରିଲେଣି। ତେବେ ଏହି ଖବର ଶୁଣିବା ପରେ ଜହ୍ଲାଦ ବା ଘାତକ ପବନ ସବୁଠାରୁ ଅଧିକ ଖୁସି ଥିବା କହିଛନ୍ତି। ପବନ କହିଛନ୍ତି ଏଭଳି ପାପୀଙ୍କୁ ଫସି ଖୁଣ୍ଟରେ ଝୁଲାଇବାକୁ ମୁଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି। ପ୍ରଥମ ଥର ପାଇଁ ଫାଶୀ ଦେବାକୁ ଯାଉଥିବା ପବନ କହିଛନ୍ତି ସେ ଏବେ କେବଳ ଜେଲ ତରଫରୁ ଡାକରାକୁ ଅପେକ୍ଷା କରିଛନ୍ତି। ଡାକରା ଆସିବା କ୍ଷଣି ସେ ବାହାରିବେ ବୋଲି କହିଛନ୍ତି ପବନ।

ପବନ ଉତ୍ତର ପ୍ରଦେଶର ମିରଠ ଜେଲ୍‌ରେ ଘାତକ ଭାବେ କାମ କରୁଛନ୍ତି। ଏଥିପାଇଁ ତାଙ୍କୁ ମାସିକ ବେତନ ମଧ୍ୟ ମିଳୁଛି। ଅନ୍ୟ ସମୟରେ ସେ ସାଇକେଲରେ ପୋଷାକ ବିକ୍ରି କରିଥାନ୍ତି। ଦୁଇତିନି ବର୍ଷ ପୂର୍ବରୁ ନିଠାରୀ ହତ୍ୟାକାଣ୍ଡର ଦୋଷୀ ସୁରେନ୍ଦ୍ର କୋଲିଙ୍କୁ ଫାଶୀ ଦେବା ପାଇଁ ପବନଙ୍କୁ ଚୟନ କରାଯାଇଥିଲା। କିନ୍ତୁ ପରେ ତାଙ୍କୁ ଫାଶୀ ଦଣ୍ଡରୁ ମୁକ୍ତି ମିଳିଥିଲା।

୫୬ ବର୍ଷୀୟ ପବନ କହିଛନ୍ତି ଯେ ଯଦି କେହି ନ୍ୟାୟପାଳିକା ଦ୍ୱାରା ଦଣ୍ଡିତ ହେଉଛି ତେବେ ସେ ସେମିତି କିଛି ଜଘନ୍ୟ କାଣ୍ଡ ନିଶ୍ଚୟ ଘଟାଇଥିବ। ଏଣୁ ସେ କେବଳ ନିଜ କାମ ବା ପେସାକୁ ସଚ୍ଚୋଟତାର ସହ କରୁଛନ୍ତି। କିଶୋରବସ୍ଥାରୁ ସେ ଜହ୍ଲାଦ କାମ କରୁଥିବା କହିଛନ୍ତି। ପ୍ରଥମେ ସେ ନିଜ ଦାଦା କାଳୁ ଜହ୍ଲାଦଙ୍କୁ ସାହାଯ୍ୟ କରୁଥିଲେ। କାଳୁ ଇନ୍ଦିରା ଗାନ୍ଧିଙ୍କ ହତ୍ୟାକାରୀ ସତବନ୍ତ ସିଂହ ଓ କେହରା ସିଂହଙ୍କୁ ଫାଶୀ ଦେବାରେ ସାହାଯ୍ୟ କରିଥିଲେ। କେବଳ ତାଙ୍କୁ ଫାଶୀ ଦେବା ପାଇଁ କାଳୁକୁ ସ୍ୱତନ୍ତ୍ର ଭାବେ ମିରଠ ଡକାଯାଇଥିଲା।

ପବନଙ୍କ କହିବାନୁସାରେ ସେ ବାପା ଓ ଦାଦାଙ୍କଠାରୁ ଫାଶୀ ଦେବା ଟେକ୍ନିକ୍‌ ଶିଖିଛନ୍ତି। ରଶିରେ ଗଣ୍ଠି ପକାଇବା ଶୈଳୀ, କେମିତି ଫାଶୀ ଦେବା ବେଳେ ବେକ ଚାରିପଟେ ସହଜରେ ଦଉଡ଼ିକୁ ରଖିବ, ଦଉଡ଼ିକୁ ବାନ୍ଧିବା ଆଦି କାମ ସେ ବିଧିବଦ୍ଧ ଭାବେ ଶିକ୍ଷା କରିଛନ୍ତି। ଫାଶୀ ଦେବା ପୂର୍ବରୁ କିଛିଦିନ ପର୍ଯ୍ୟନ୍ତ ଟ୍ରାଏଲ କରାଯାଏ। ମଣିଷ ଓଜନର ବାଲିବସ୍ତାକୁ ଏହି କାମରେ ବ୍ୟବହାର କରାଯାଏ। ଫାଶୀ ଦେବା ବେଳେ ଦୋଷୀକୁ ଯେଭଳି କମ୍‌ କଷ୍ଟ ହେବ ସେଥିପାଇଁ ଏସବୁ କାମ କରାଯାଏ।

ତେବେ ନିଜ କାମ ପାଇଁ ଗର୍ବିତ ବୋଲି କହିଛନ୍ତି ପବନ। ସେ କହିଛନ୍ତି ଯେ ଲୋକେ ଜହ୍ଲାଦକୁ ଏକ ଗାଳି ଭାବେ ବ୍ୟବହାର କରିଥାନ୍ତି। କିନ୍ତୁ ଏହା ମୋ ପାଇଁ ଗର୍ବର ବିଷୟ। ଯଦି ଜହ୍ଲାଦ ହେବା ଏତେ ସହଜ ହୋଇଥାନ୍ତା ତେବେ ଦେଶରେ ଅନେକ ଜହ୍ଲାଦ ଥାଆନ୍ତେ।

ପବନଙ୍କ ପରିବାର ୭ ସଦସ୍ୟ ବିଶିଷ୍ଟ। କିନ୍ତୁ ତାଙ୍କ ପୁଅ ଭବିଷ୍ୟତରେ ଏହି କାମ କରିବ ନାହିଁ ବୋଲି ସେ କହିଛନ୍ତି। ତାଙ୍କ ପୁଅ ଏବେ ସରକାରୀ ଚାକିରି ପାଇଁ ପ୍ରସ୍ତୁତି ଚଳାଇଥିବା ଜଣାଯାଇଛି। ତେବେ ଜେଲ୍‌ ପକ୍ଷରୁ ପବନଙ୍କୁ ମାସିକ ମାତ୍ର ୩୦୦୦ ଟଙ୍କା ବେତନ ମିଳୁଛି। ଏଣୁ ତାଙ୍କ ଜୀବନଧାରଣର ମାନ ଏତେଟା ଉନ୍ନତ ନୁହେଁ ବୋଲି ସେ କହିଛନ୍ତି।

WCW 11

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକେ ଆଜି ବାହାରକୁ ଯାତ୍ରା କରିବେ ଏବଂ ପରିବାର ସହ ଖୁସିର ସମୟ କାଟିବେ

ମେଷ : ଏହି ରାଶିର ବ୍ୟକ୍ତିମାନେ କର୍ମକ୍ଷେତ୍ରରେ ଆଗକୁ ଯିବେ, ଏହା ସହ ସମ୍ମାନ ମିଳିବା ସହିତ ଆପଣ ଏକ…

52 mins ago

ଚାଇଲ୍ଡ ଲାଇନ କର୍ମଚାଚାରୀଙ୍କ ଉପରେ ଆକ୍ରମଣ ଅଭିଯୋଗ

 ଯାଜପୁର ଟାଉନ : ରେସ୍ତୁରାଣ୍ଟରେ ଶିଶୁ ଶ୍ରମିକ କାମ କରୁଥିବା ଖବର ପାଇ ଚଢ଼ାଉ କରିବାକୁ ଯାଇଥିବା ଚାଇଲ୍ଡ ଲାଇନ…

2 hours ago

ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ

 ଭୁବନେଶ୍ବର : ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରେ…

2 hours ago

ତୁଟିଲା ବିବାଦ, ଆଜି ବାରିପଦା ବସଷ୍ଟାଣ୍ଡରୁ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ

ମୟୁରଭଞ୍ଜ : ତୁଟିଲା ବିବାଦ ।  ମୟୁରଭଞ୍ଜ ଜିଲ୍ଲାରେ ସ୍ବାଭାବିକ ହେଲା ବସ୍ ଚଳା ଚଳ । ୩ ଦିନ…

3 hours ago

ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ

କେନ୍ଦୁଝର : ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ। କେନ୍ଦୁଝର ଜିଲ୍ଲାକୁ ଦୁଇ ଦିନିଆ…

3 hours ago

ଅଜଣା ରୋଗରେ ଆକ୍ରାନ୍ତ ହୋଇ ବିଛଣାରେ ପଡ଼ି ରହିଛି ୩୫ ବର୍ଷୀୟ ପୁଅ

ବାଲେଶ୍ବର: ଆଶା କରିଥିଲୁ ବୁଢ଼ା କାଳେ ଆମ ପୁଅ ଆମ ସାହାରା ପାଲଟିବ । ଆମେ ଜମି ବାଡ଼ି ବିକ୍ରି…

4 hours ago