ସ୍ପେଶାଲ

ଖୁବ୍ ଜଲଦି ଜହ୍ନ-ତାରାଙ୍କ ଭିତରେ ବସି କରିବେ ଡିନର, ମହାକାଶରେ ଖୋଲିବ ଆଲିସାନ୍ ହୋଟେଲ୍‌

ବହୁତ ଜଲଦି ଦୁନିଆର ପ୍ରଥମ ସ୍ପେସ୍ ହୋଟେଲ ଖୋଲିବାକୁ ଯାଉଛି। ଆପଣ ଏହି ହୋଟେଲରେବ୍ରେକଫାଷ୍ଟ, ଲଞ୍ଚ୍ ଏବଂ ଡିନର ସବୁକିଛି କରିପାରିବେ। ଏହା ଶୁଣି ନିଶ୍ଚୟ ଆପଣ ଭାବୁଥିବେ ମହାକାଶରେ ହେଉଥିବା ଏହି ହୋଟେଲ କେମିତି ହେବ ଏବଂ ଏଥିରେ କଣ କଣ ସବୁ ସୁବିଧା ରହିଛି। ଆସନ୍ତୁ ଏହି ପ୍ରଶ୍ନର ଉତ୍ତର ବିଷୟରେ ଜାଣିବା।

ଯଦି ଆପଣଙ୍କ ସ୍ୱପ୍ନ ଥାଏ ଆପଣ ଜହ୍ନ-ତାରାଙ୍କ ଗହଣରେ ଭୋଜନ କରିବାକୁ ଏବଂ ମସ୍ତି କରିବାକୁ। ତାହେଲେ ଆପଣଙ୍କର ଏହି ସ୍ୱପ୍ନ ବହୁତ ଜଲଦି ପୂରା ହୋଇପାରେ। ୨୦୧୭ ସୁଦ୍ଧା ଆପଣଙ୍କର ଏହି ସ୍ୱପ୍ନ ପୂରା ହୋଇପାରିବ। ମହାକାଶରେ ସବୁ ପ୍ରକାରର ସୁଖ-ସୁବିଧା ସହିତ ଏହି ହୋଟେଲକୁ ପ୍ରସ୍ତୁତ କରାଯିବ।

ଏହି ହୋଟେଲର ନାମ ଭୋୟେଜର କ୍ଲାସ ସ୍ପେସ ଷ୍ଟେସନ୍ ରଖାଯିବ। ଏହି ହୋଟେଲକୁ ଅର୍ବିଟାଲ ଆସେମ୍ବଲୀ କର୍ପୋରେସନ ପ୍ରସ୍ତୁତ କରୁଛି। କମ୍ପାନୀ ଏହି ହୋଟେଲର ଡେମୋ ସେୟାର କରିଛି। କମ୍ପାନୀ ଜଣାଇଛି ଯେ ହୋଟେଲର ନିର୍ମାଣ ୨୦୨୫ରେ ଆରମ୍ଭ ହେବ ଏବଂ ୨୦୨୭ ସୁଦ୍ଧା ନିର୍ମାଣ ହୋଇଯିବ।

କେମିତି ରହିବ ହୋଟେଲ

ଏହି ହୋଟେଲ ସର୍କୁଲାର ହେବ। ଏଥିରେ ବେଡରୁମ୍‌, ବାର, ରେସ୍ତୋରାଁ ମଧ୍ୟ ରହିବ। ଏହାଛଡା ଆହୁରି ଅନେକ ପ୍ରକାର ସୁବିଧା ମଧ୍ୟ ରହିବ। ତେବେ ସବୁଠୁ ଖାସ୍ କଥା ହେଉଛି ଏହି ସ୍ପେସ୍ ହୋଟେଲ ସବୁବେଳେ ବୁଲୁଥିବ ଅର୍ଥାତ ରୋଟେଟ୍ ଥିବ।

ଏହି ହୋଟେଲ ଏତେ ସାନଦାର ହେବ ଯେ ପଞ୍ଚ ତାରକା ହୋଟେଲ ଭଳି ସୁବିଧା ମିଳିବ। ସ୍ପେସ୍ ଷ୍ଟେସନରେ କିଛି ରିସର୍ଚ୍ଚ ପାଇଁ ରିଜର୍ଭ ରହିବ, ଯାହା ନାସାକୁ ଦିଆଯିବ। ସ୍ପେସ୍ ଷ୍ଟେସନ ବହୁତ ସୁନ୍ଦର ଏବଂ ଟ୍ରାନ୍ସପରେଣ୍ଟ ମଧ୍ୟ ହେବ। ୪୦୦ ଜଣ ଲୋକ ଏକାସାଥିରେ ଏଠାରେ ପହଁଚି ମଜା କରିପାରିବେ। କେବଳ ଏତିକି ନୁହେଁ ଏଠାରେ ଲାଇବ୍ରେରୀ ଏବଂ ଜିମ୍ ଭଳି ସୁବିଧା ମଧ୍ୟ ରହିଛି।

Pritiparna

Recent Posts

ଟାୱାର ଖୁଣ୍ଟରୁ ଡେଇଁ ଜୀବନ ହାରିଲେ ଯୁବକ, ମୃତ୍ୟୁର କାରଣ ଅସ୍ପଷ୍ଟ

ନୂଆଗଡ : ଯୁବକ ଜଣକ ନୂଆଗଡ ଗାଁର କୈଳାଶ ସୁବୁଦ୍ଧିଙ୍କ ପୁଅ ନାରାୟଣ ସୁବୁଦ୍ଧି ବୋଲି ଜଣାପଡିଛି । ମୃତ୍ୟୁର…

22 mins ago

ବିବାହ ବନ୍ଧନରେ ଆବଦ୍ଧ ହେଲେ ଭେଙ୍କଟେଶ ଆୟର, ଶ୍ରୁତି ରଘୁନାଥନଙ୍କ ଧରିଲେ ହାତ

ଭାରତୀୟ ଟିମ୍‌ର ଖେଳାଳି ତଥା କୋଲକାତା ନାଇଟ୍ ରାଇଡର୍ସ(KKR)ର ଷ୍ଟାର୍ ଅଲରାଉଣ୍ଡର ଭେଙ୍କଟେଶ ଆୟର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି…

25 mins ago

ଗରମରୁ ଏଭଳି ବଞ୍ଚାନ୍ତୁ ନିଜ ଫୋନ, ନଚେତ ହୋଇପାରେ ଅନେକ ସମସ୍ୟା

ଗ୍ରୀଷ୍ମ ଋତୁ ଆସିବା ସହିତ ଇଲେକ୍ଟ୍ରୋନିକ୍ ଡିଭାଇସରେ ଅଗ୍ନି ଏବଂ ବିସ୍ଫୋରଣ ଘଟଣା ମଧ୍ୟ ବଢ଼ିବାରେ ଲାଗିଛି । ଶୀତ…

48 mins ago

ଗାଡ଼ି ଚଲାଇବା ସମୟରେ ମୋବାଇଲରେ ହେଉଥିଲେ କଥା, ଗାଡ଼ି ସହ ମୋବାଇଲ୍ ଜବତ

ଭୁବନେଶ୍ୱର : ଅମାନିଆଙ୍କୁ କମିସନରେଟ ପୋଲିସର ଆକ୍ସନ । ଗାଡ଼ି ଚଲାଇବା ସମୟରେ ମୋବାଇଲରେ କଥା ହେଉଥିବା ବେଳେ ଗାଡ଼ି…

1 hour ago

ସର୍ଜରୀ ପରେ ମହିଳାଙ୍କ ପେଟରୁୁ ବାହାରିଲା ୨.୫ କେଜିର ଚୁଟି

ଆଜିକାଲି ରୋଗରେ ପିଡ଼ିତ ହେବା ସାଧାରଣ କଥା ହୋଇଗଲାଣି । ଷ୍ଟୋନ୍‌ ଆଉ ଟ୍ୟୁମର ପ୍ରାୟତଃ ସମସ୍ତଙ୍କୁ ହେଉଛି ।…

1 hour ago

ଅରୁଣାଚଳ ପ୍ରଦେଶରେ ବାଜି ମାରିଲା ବିଜେପି, ୪୬ ସିଟରେ ମିଳିଲା ବିଜୟ

ଅରୁଣାଚଳ ପ୍ରଦେଶ ବିଧାନସଭା ନିର୍ବାଚନରେ ବାଜି ମାରିଛି ବିଜେପି । ବିଜେପି ପୁଣିଥରେ ଅରୁଣାଚଳ ପ୍ରଦେଶରେ ୪୬ ସିଟରେ ବିଜୟ…

1 hour ago