ଖୁବ୍ ଜଲଦି ଜହ୍ନ-ତାରାଙ୍କ ଭିତରେ ବସି କରିବେ ଡିନର, ମହାକାଶରେ ଖୋଲିବ ଆଲିସାନ୍ ହୋଟେଲ୍
ବହୁତ ଜଲଦି ଦୁନିଆର ପ୍ରଥମ ସ୍ପେସ୍ ହୋଟେଲ ଖୋଲିବାକୁ ଯାଉଛି। ଆପଣ ଏହି ହୋଟେଲରେବ୍ରେକଫାଷ୍ଟ, ଲଞ୍ଚ୍ ଏବଂ ଡିନର ସବୁକିଛି କରିପାରିବେ। ଏହା ଶୁଣି ନିଶ୍ଚୟ ଆପଣ ଭାବୁଥିବେ ମହାକାଶରେ ହେଉଥିବା ଏହି ହୋଟେଲ କେମିତି ହେବ ଏବଂ ଏଥିରେ କଣ କଣ ସବୁ ସୁବିଧା ରହିଛି। ଆସନ୍ତୁ ଏହି ପ୍ରଶ୍ନର ଉତ୍ତର ବିଷୟରେ ଜାଣିବା।
ଯଦି ଆପଣଙ୍କ ସ୍ୱପ୍ନ ଥାଏ ଆପଣ ଜହ୍ନ-ତାରାଙ୍କ ଗହଣରେ ଭୋଜନ କରିବାକୁ ଏବଂ ମସ୍ତି କରିବାକୁ। ତାହେଲେ ଆପଣଙ୍କର ଏହି ସ୍ୱପ୍ନ ବହୁତ ଜଲଦି ପୂରା ହୋଇପାରେ। ୨୦୧୭ ସୁଦ୍ଧା ଆପଣଙ୍କର ଏହି ସ୍ୱପ୍ନ ପୂରା ହୋଇପାରିବ। ମହାକାଶରେ ସବୁ ପ୍ରକାରର ସୁଖ-ସୁବିଧା ସହିତ ଏହି ହୋଟେଲକୁ ପ୍ରସ୍ତୁତ କରାଯିବ।
ଏହି ହୋଟେଲର ନାମ ଭୋୟେଜର କ୍ଲାସ ସ୍ପେସ ଷ୍ଟେସନ୍ ରଖାଯିବ। ଏହି ହୋଟେଲକୁ ଅର୍ବିଟାଲ ଆସେମ୍ବଲୀ କର୍ପୋରେସନ ପ୍ରସ୍ତୁତ କରୁଛି। କମ୍ପାନୀ ଏହି ହୋଟେଲର ଡେମୋ ସେୟାର କରିଛି। କମ୍ପାନୀ ଜଣାଇଛି ଯେ ହୋଟେଲର ନିର୍ମାଣ ୨୦୨୫ରେ ଆରମ୍ଭ ହେବ ଏବଂ ୨୦୨୭ ସୁଦ୍ଧା ନିର୍ମାଣ ହୋଇଯିବ।
କେମିତି ରହିବ ହୋଟେଲ
ଏହି ହୋଟେଲ ସର୍କୁଲାର ହେବ। ଏଥିରେ ବେଡରୁମ୍, ବାର, ରେସ୍ତୋରାଁ ମଧ୍ୟ ରହିବ। ଏହାଛଡା ଆହୁରି ଅନେକ ପ୍ରକାର ସୁବିଧା ମଧ୍ୟ ରହିବ। ତେବେ ସବୁଠୁ ଖାସ୍ କଥା ହେଉଛି ଏହି ସ୍ପେସ୍ ହୋଟେଲ ସବୁବେଳେ ବୁଲୁଥିବ ଅର୍ଥାତ ରୋଟେଟ୍ ଥିବ।
ଏହି ହୋଟେଲ ଏତେ ସାନଦାର ହେବ ଯେ ପଞ୍ଚ ତାରକା ହୋଟେଲ ଭଳି ସୁବିଧା ମିଳିବ। ସ୍ପେସ୍ ଷ୍ଟେସନରେ କିଛି ରିସର୍ଚ୍ଚ ପାଇଁ ରିଜର୍ଭ ରହିବ, ଯାହା ନାସାକୁ ଦିଆଯିବ। ସ୍ପେସ୍ ଷ୍ଟେସନ ବହୁତ ସୁନ୍ଦର ଏବଂ ଟ୍ରାନ୍ସପରେଣ୍ଟ ମଧ୍ୟ ହେବ। ୪୦୦ ଜଣ ଲୋକ ଏକାସାଥିରେ ଏଠାରେ ପହଁଚି ମଜା କରିପାରିବେ। କେବଳ ଏତିକି ନୁହେଁ ଏଠାରେ ଲାଇବ୍ରେରୀ ଏବଂ ଜିମ୍ ଭଳି ସୁବିଧା ମଧ୍ୟ ରହିଛି।