କରୀନା କପୁରଙ୍କ ଦ୍ୱିତୀୟ ପୁଅ ପାଇଁ ବଡ଼ ଗିଫ୍ଟ ନେଇ ପହଞ୍ଚିଲେ କରଣ ଜୋହର, ଦେଖନ୍ତୁ ଭାଇରାଲ ଭିଡିଓ

କରୀନା କପୁର ଖାନ କିଛିଦିନ ତଳେ ନିଜ ଦ୍ୱିତୀୟ ସନ୍ତାନକୁ ଜନ୍ମ ଦେଇଛନ୍ତି। ନବଜାତକଙ୍କୁ ଦେଖିବା ପାଇଁ ସମସ୍ତେ ଅପେକ୍ଷାରତ ଥିବା ବେଳେ ଏହାରି ଭିତରେ କରୀନାଙ୍କ ଘରକୁ ସେଲିବ୍ରିଟିମାନଙ୍କର ଯିବାଆସିବା ଲାଗି ରହିଛି। ନିକଟରେ ମଲାଇକା ଆରୋରା ଓ ଅର୍ଜୁନ କପୁର ଆସିଥିବା ବେଳେ ଏବେ ତାଙ୍କର ଅତି ନିକଟତମ ବନ୍ଧୁ କରଣ ଜୋହର ପହଞ୍ଚିଥିଲେ। ଏହାସହିତ ସେ ବେବି ପାଇଁ ଏକ ବଡ଼ ଉପହାର ମଧ୍ୟ ଆଣିଥିଲେ।

କରୀନାଙ୍କ ସାଙ୍ଗ ମଲାଇକା ଅରୋରା, ଅମୃତା ଅରୋରା, କରଣ ଜୋହର, ମନୀଷ ମଲହୋତ୍ରା ଓ ଭଉଣୀ କରିସ୍ମା କପୁର ତାଙ୍କ ପାଖକୁ ଆସିଥିଲେ। କରୀନାଙ୍କ ସହିତ ଏମାନଙ୍କର ଫଟୋ ଏବଂ ଭିଡିଓ ଏବେ ସୋସିଆଲ ମିଡିଆରେ ଛାଇ ଯାଇଛି।

କରୀନା ଓ ସୈଫଙ୍କ ପୁଅ ପାଇଁ ମନୀଷ ମଲହୋତ୍ରା ବି ଗିଫ୍ଟ ଆଣିଥିବା ଦେଖିବାକୁ ମିଳିଥିଲା। କହି ରଖୁଛୁ, ଏ ପର୍ଯ୍ୟନ୍ତ କରୀନା କପୁର ଖାନ ନିଜ ଦ୍ୱିତୀୟ ସନ୍ତାନର ମୁହଁ ସୋସିଆଲ ମିଡିଆରେ ଦେଖାଇ ନାହାନ୍ତି। କାରଣ, ସେ ନବଜାତକକୁ ଲାଇମ୍‌ଲାଇଟଠୁ ଦୂରେଇ ରଖିବାକୁ ଚାହୁଁଛନ୍ତି। ଏହାସହିତ କରୋନାର ଡର ମଧ୍ୟ ରହିଛି। ସନ୍ତାନ ଜନ୍ମ ପୂର୍ବରୁ କରୀନା ବଡ଼ ଘରକୁ ସିଫ୍ଟ ହୋଇଯାଇଥିଲେ।

 

View this post on Instagram

 

A post shared by Voompla (@voompla)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.