୫୦୦ ବର୍ଷ ପୁରୁଣା ଚିନାମାଟି ଗିନାର ନିଲାମୀ, ୨୫୦୦ ଟଙ୍କାର ଜିନିଷ ବିକ୍ରି ହେବ ୩.୬ କୋଟି ଟଙ୍କାରେ
ଆମେରିକାରେ ୨୫୦୦ ଟଙ୍କାର ଏକ ଚିନାମାଟି ଗିନା ୩.୬ କୋଟି ଟଙ୍କାରେ ବିକ୍ରି ହୋଇପାରେ। ଏବେ ଆପଣ ଭାବୁଥିବେ, ଏମିତି କ’ଣ ଅଛି ଏହି ଗିନାରେ ଯେ ଲୋକେ ଏତେ କୋଟି ଟଙ୍କା ଦେଇ ଏହାକୁ କିଣିବାକୁ ପ୍ରସ୍ତୁତ ଅଛନ୍ତି। ରିପୋର୍ଟ ମୁତାବକ, ଏହି ଗିନା ଏଥିପାଇଁ ଖାସ୍, କାହିଁକି ନା, ୧୫ଶ ଶତାବ୍ଦୀର ଚୀନ କଳାକୃତି ମଧ୍ୟରୁ ଏହା ଗୋଟିଏ।
ଏହାକୁ ୩୫ ଆମେରିକୀୟ ଡଲାରରେ କିଣାଯାଇଥିଲା। ତେବେ ଏହାର ନିଲାମ ଡାକ ୧୫,୦୦୦ରୁ ୫୦୦,୦୦୦ ଡଲାର ମଧ୍ୟରେ ରଖାଯିବ। ସବୁଠାରୁ ଅଧିକ ନିଲାମ ଡାକ କରିଥିବା ବ୍ୟକ୍ତିଙ୍କୁ ହିଁ ଏହି ଗିନା ମିଳିବ। ୧୭ ମାର୍ଚ୍ଚରେ ଏହି ନିଲାମୀ ନ୍ୟୁୟର୍କରେ ହେବ ବୋଲି ଜଣାପଡ଼ିଛି। ଫୁଲ ଏବଂ ଅନ୍ୟ ଡିଜାଇନ୍ର ନୀଳ ଚିତ୍ର ଥିବା ଏହି ଧଳା ଗିନାର ବ୍ୟାସ ପାଖାପାଖି ୬ ଇଞ୍ଚ(୧୬ ସେମି)। ଦୁନିଆର ମହଜୁଦ ଥିବା ଏମିତି କେବଳ ୭ଟି ଗିନା ମଧ୍ୟରୁ ଏହା ଅନ୍ୟତମ। ଏହି ଗିନା ବହୁତ ମୁଲାୟମ ଏବଂ ଚିକ୍କଣ।
Sothebyର ବରିଷ୍ଠ ଉପାଧ୍ୟକ୍ଷ ମ୍ୟାକଏଟର କହିଛନ୍ତି, ଏହି ଚିନାମାଟି ଗିନା ୧୪୦୦ ଦଶକରେ ବନାଯାଇଥିଲା। ଯଦିଓ ଏହା କେତେ ପୁରୁଣା, ଏହାର କୌଣସି ବୈଜ୍ଞାନିକ ପରୀକ୍ଷଣ କରାଯାଇନାହିଁ।। କେବଳ ପ୍ରଶିକ୍ଷିତ ଲୋକ ଏବଂ ବିଶେଷଜ୍ଞମାନେ ଏହାକୁ ୧୫ଶ ଶତାବ୍ଦୀର ବୋଲି ଦାବି କରୁଛନ୍ତି।