Below header

ଆଜି ପ୍ରସ୍ତୁତ କରନ୍ତୁ ବେସନ ବାଦାମ ପକୋଡା, ବନାଇବା ଅତି ସହଜ

ସଂନ୍ଧ୍ୟା ହେଲେ ସମସ୍ତଙ୍କୁ ହାଲକା ଭୋକ ଲାଗିଥାଏ। ଆଉ ମନ ହୋଇଥାଏ କିଛି ନୂଆ ସ୍ୱାଦ ଚାଖିବାକୁ। ଏମିତିରେ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ଗରମା ଗରମ ବେସନ୍ ବାଦାମ୍‌। ଏହାକୁ ବନାଇବା ବହୁତ ସହଜ ଆଉ ବହୁତ କମ୍ ସମୟରେ ହିଁ ପ୍ରସ୍ତୁତ ହୋଇଯିବ। ତେବେ ଆସନ୍ତୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତ।

ଆବଶ୍ୟକ ସାମଗ୍ରୀ

ବାଦାମ୍ – ୧୦୦ ଗ୍ରାମ୍‌
ବେସନ – ଦୁଇ ବଡ ଚାମଚ୍‌
ଅଦା ରସୁଣ ପେଷ୍ଟ – ୨ ବଡ ଚାମଚ୍‌
ଚାଉଳ ଗୁଣ୍ଡ – ଏକ ବଡ ଚାମଚ
ଲୁଣ – ସ୍ୱାଦାନୁସାରେ
ଲାଲ ଲଙ୍କା ପାଉଡର – ଅଧା ଚାମଚ୍‌
ହଳଦି ପାଉଡର – ୧/୪ ଚାମଚ୍‌
ଗରମ ମସଲା – ୧/୪ ଚାମଚ୍‌
ବେକିଂ ସୋଡା – ଏକ ଚିମୁଟାଏ
ତେଲ – ଛାଣିବା ପାଇଁ
ଚାଟ ମସଲା – ଗୋଟେ ଚାମଚ୍‌

ପ୍ରସ୍ତୁତି ପ୍ରଣାଳୀ

ପ୍ରଥମେ ବାଦାମକୁ ଭଲଭାବେ ଧୋଇ ଦିଅନ୍ତୁ। ସେଥିରେ ବେସନ, ଅଦା-ରସୁଣ ପେଷ୍ଟ, ଚାଉଳ ଗୁଣ୍ଡ, ଲଙ୍କା ପାଉଡର, ଲୁଣ, ଚାଟ ମସଲା, ବେକିଂ ସୋଡା ଏବଂ ଅଳ୍ପ ପାଣି ପକାଇ ଭଲଭାବେ ମିଶାଇ ଦିଅନ୍ତୁ। ଦଶ ମିନିଟ୍ ପାଇଁ ବାଦାମକୁ ବେସନ ଏବଂ ଅନ୍ୟ ସମସ୍ତ ସାମଗ୍ରୀ ସହିତ ମିଶିବାକୁ ଛାଡି ଦିଅନ୍ତୁ।
ଏଥିରେ ବେସନ ଏବଂ ସମସ୍ତ ସାମଗ୍ରୀ ବାଦାମ ସହିତ କୋଟେଡ ହୋଇଗଲା ପରେ ଏହାକୁ ଅଳ୍ପ ଅଳ୍ପ ନେଇ ଗରମ ତେଲରେ ଛାଣନ୍ତୁ। ବାଦାମକୁ ଗୋଲଡେନ୍ ବ୍ରାଉନ ରଙ୍ଗ ହେବା ପର‌୍ୟ୍ୟନ୍ତ ତେଲରେ ଛାଣନ୍ତୁ। ଏହା ହୋଇଗଲା ପରେ ଏହାକୁ ଏକ ଟିସ୍ୟୁ ପେପରରେ ବାହାର କରିଦିଅନ୍ତୁ। ଏବେ ଆପଣଙ୍କର ପ୍ରସ୍ତୁତ ହୋଇଯାଇଛି ବେସନ ବାଦାମ ପକୋଡା। ଏହାର ସ୍ୱାଦ ବଢ଼ାଇବା ପାଇଁ ଆପଣ ଏହା ଉପରେ ଚାଟ ମସଲା ମଧ୍ୟ ପକାଇ ପାରିବେ। ଏହାକୁ ଗରମା ଗରମ ସର୍ଭ କରନ୍ତୁ ଏବଂ ସଂନ୍ଧ୍ୟାର ଚା ସହିତ ଏହାର ମଜା ନିଅନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.