ପେରୁ: ଐତିହାସିକ ନିଷ୍ପତ୍ତିରେ ଏହି ମହିଳାଙ୍କୁ ମିଳିଲା ନିଜ ‘ମୃତ୍ୟୁ ଅଧିକାର’, ଜାହିର କଲେ ଖୁସି

୪୪ ବର୍ଷୀୟା ଜଣେ ମହିଳା ଅନେକ ବର୍ଷ ଧରି ନିଜ ‘ମୃତ୍ୟୁ ଅଧିକାର’ ପାଇଁ ଲଢ଼େଇ କରି ଆସୁଥିଲେ। ଆଉ ଶେଷରେ ପେରୁ ସରକାର ଏକ ଐତିହାସିକ ନିଷ୍ପତ୍ତିରେ ତାଙ୍କୁ ଏହି ଅଧିକାର ପ୍ରଦାନ କରିଛନ୍ତି। ଏନା ଏଷ୍ଟ୍ରାଡା ନାମ୍ନୀ ମହିଳାଙ୍କୁ ଏହି ଅଧିକାର ମିଳିଛି। ଏନା ଜଣେ ସାଇକୋଲୋଜିଷ୍ଟ, ଯିଏ ବିଗତ ୧୨ ବର୍ଷ ହେବ ଏକ ଅସାଧ୍ୟ ରୋଗରେ ପୀଡ଼ିତ ରହିଛନ୍ତି, ଯାହାର କି, ଚିକିତ୍ସା ସମ୍ଭବ ନୁହେଁ।

ଏନା ୩ ଦଶକରୁ ପୋଲିମାୟୋସିଟିସ୍‌ରେ ଆକ୍ରାନ୍ତ। ଏହା ବିଶେଷ କରି ମଣିଷର ମସଲ୍ସ ଉପରେ ଲଗାତାର ଆକ୍ରମଣ କରିଥାଏ। ତେବେ ଏନା ଦିନର ଅଧିକ ସମୟ ବେଡ୍‌ ଉପରେ ବିତାଉଥିବା ବେଳେ ନିଃଶ୍ୱାସ ନେବା ପାଇଁ ତାଙ୍କ ପାଖରେ ରେସ୍ପିରେଟର ସବୁବେଳେ ରହିଥାଏ। ୫ ବର୍ଷ ପୂର୍ବେ ସେ ନିଜ ପାଇଁ ୟୁଥନେଶିଆ ଦାବି କରିଥିଲେ। କିନ୍ତୁ ୟୁଥନେଶିଆ କେତେକ ଦେଶରେ ବେଆଇନ ଥିବା ବେଳେ ପେରୁରେ ମଧ୍ୟ ଅନେକ ଲୋକ ଏହି କନ୍‌ସେଫ୍ଟର ଶକ୍ତ ବିରୋଧୀ।

ଏହି ମାମଲାରେ ଏନା କହିଛନ୍ତି ଯେ ‘ଏହା ଏକ ବ୍ୟକ୍ତିଗତ କେସ୍‌, କିନ୍ତୁ ମୋତେ ଆଶା ରହିଛି କି, ବାକି ଲୋକଙ୍କ ପାଇଁ ମଧ୍ୟ ଏହି କେସ୍‌ ପ୍ରେରଣାଦାୟୀ ବନିପାରେ। ମୋତେ ଲାଗୁଛି, ଏହା ନା କେବଳ ମୋ ପାଇଁ ଉପଲବ୍ଧି, ବରଂ ପେରୁରେ ଆଇନର ବି ବଡ଼ ଉପଲବ୍ଧି’। ସେ ଟ୍ଵିଟ୍‌ କରି କହିଥିଲେ, ‘ମୁଁ ଏବେ ସ୍ୱାଧୀନ। ମୋ ଲଢ଼େଇ ସବୁବେଳେ ହିଁ ବ୍ୟକ୍ତିଗତ ଅଧିକାରକୁ ନେଇ ରହି ଆସିଛି। ଆଜି ମୁଁ ତାହା ହାସଲ କରି ପାରିଛି। ମୋର ସାଥ୍‌ ଦେବା ଏବଂ ମୋ ଆଓ୍ଵାଜ୍‌କୁ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଧନ୍ୟବାଦ। ଆଜି ମୋତେ ଏ ନେଇ ଅଧିକାର ମିଳିଛି କି, ମୁଁ କେବେ ମରିପାରିବି। ଯେଉଁ ଲୋକ ଏହି କଥାକୁ ବୁଝିପାରୁ ନାହାନ୍ତି, ସେମାନେ କେବେ ବି ବୁଝିପାରିବେ ନାହିଁ।’

ସୂଚନାଥାଉ କି, ପେରୁର ଏକ କୋର୍ଟ ଫେବୃଆରୀ ଶେଷ ସପ୍ତାହରେ ଏହି ଐତିହାସିକ ନିଷ୍ପତ୍ତି ଶୁଣାଇଥିଲେ। କହି ରଖୁଛୁ, ସଞ୍ଜୟ ଲୀଳା ଭଂସାଲୀଙ୍କ ଫିଲ୍ମ ‘ଗୁଜାରିଶ’ରେ ମଧ୍ୟ ଏହି ୟୁଥନେଶିଆ କନ୍‌ସେପ୍ଟକୁ ଦେଖାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.