ସୁପ୍ରିମ୍‌କୋର୍ଟଙ୍କ ଟିପ୍ପଣୀ : ଓଟିଟି ପ୍ଲାଟ୍‌ଫର୍ମ ର ସ୍କ୍ରିନିଂ ଜରୁରୀ, ଏଠାରେ ନଗ୍ନତା ବି ଦେଖାଇ ଦିଆଯାଉଛି

ନୂଆଦିଲ୍ଲୀ : ଓଟିଟି ପ୍ଲାଟ୍‌ଫର୍ମ ର ସ୍କ୍ରିନିଂ ଜରୁରୀ ବୋଲି ସୁପ୍ରିମକୋର୍ଟ ଆଜି (ଗୁରୁବାର)ମତ ଦେଇଛନ୍ତି । କାରଣ ଏହି ପ୍ଲାଟ୍‌ଫର୍ମରେ ପୋର୍ଣ୍ଣ (ନଗ୍ନତା)କୁ ବି ଦେଖାଇ ଦିଆଯାଉଛି । ତେଣୁ ଏପ୍ରକାର ପ୍ରୋଗ୍ରାମର ସ୍କ୍ରିନିଂ ଜରୁରୀ ବୋଲି ସୁପ୍ରିମକୋର୍ଟ ଟିପ୍ପଣୀ ଦେଇଛନ୍ତି । ଏଥିସହ ସୋସିଆଲ୍‌ ମିଡିଆ ପ୍ଲାଟ୍‌ଫର୍ମର ରେଗୁଲେସନ୍‌କୁ ନେଇ ପ୍ରସ୍ତୁତି ହୋଇଥିବା ଗାଇଡ୍‌ଲାଇନକୁ ବି ଉପସ୍ଥାପନା କରିବାକୁ ସୁପ୍ରିମକୋର୍ଟ ମତ ଦେଇଛନ୍ତି ।

େଓ୍ଵବ୍‌ସିରିଜ୍‌ ତାଣ୍ଡବ ବିରୋଧରେ ଜାରି ରହିଥିବା ଯାଞ୍ଚ୍‌ରେ ଏହ୍ଲାବାଦ ହାଇକୋର୍ଟଙ୍କ ଆଦେଶ ବିରୋଧରେ ଆମାଜନ୍‌ ଇଣ୍ଡିଆର ଅପର୍ଣ୍ଣା ପୂରୋହିତ ଏକ ପିଟିସନ୍‌ ଦାୟର କରିଥିଲେ । ଏହାର ଶୁଣାଣି କରି ଜଷ୍ଟିସ ଅଶୋକ ଭୂଷଣ କହିଛନ୍ତି ଯେ ଇଣ୍ଟରନେଟ ଓ ଓଟିଟି ରେ ସିନେମା ଦେଖାଇବା ସାଧାରଣ ହୋଇଗଲାଣି । ଏଥିରେ ‘ପୋର୍ଣ୍ଣୋଗ୍ରାଫୀ’(ନଗ୍ନ ଫିଲ୍ମ) ମଧ୍ୟ ଦେଖାଯାଉଛି ।

ଶୁଣାଣି ଅବସରରେ ସୁପ୍ରିମକୋର୍ଟରେ ଅପର୍ଣ୍ଣାଙ୍କ ପକ୍ଷରୁ ବରିଷ୍ଠ ଓକିଲ ମୁକୁଲ୍‌ ରୋହତଗୀ ଯୁକ୍ତି ବାଢ଼ିଥିଲେ ଯେ ତାଙ୍କ ମହକିଲ୍‌ଙ୍କ ନାମରେ କେବଳ ୧୦ ଟି ମାମଲା ଦାୟର କରାଯାଇଛି । ଯେଉଁଠି ପ୍ରଡ୍ୟୁସର ହିଁ ଓଟିଟି ପ୍ଲାଟଫର୍ମର େଓ୍ଵବ୍‌ସିରିଜର ଷ୍ଟ୍ରିମିଙ୍ଗ କରିଥାନ୍ତି ।

ହାଇକୋର୍ଟ ୨୫ ଫେବ୍ରୁଆରୀ ରେ ଅପର୍ଣ୍ଣାଙ୍କ ଗିରଫକୁ ସଂରକ୍ଷଣ ଦେବାରେ ମନା କରିବା ସହ ତାଙ୍କ ଅଗ୍ରୀମ ଜମାନତ ପିଟିସନ୍‌କୁ ମଧ୍ୟ ଖାରଜ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.