Below header

ଓଡ଼ିଶାରେ ପଛୁଆବର୍ଗ ଲୋକଙ୍କୁ ସାମ୍ବିଧାନିକ ଅଧିକାର ଦିଆଯାଉ, ଆଇନ ଅନୁସାରେ ଜନସଂଖ୍ୟା ହିସାବରେ ସଂରକ୍ଷଣ ମିଳୁ: ଧର୍ମେନ୍ଦ୍ର

କେନ୍ୟୁଜ୍(ବ୍ୟୁରୋ): ଓଡ଼ିଶାରେ ପଛୁଆବର୍ଗ ଲୋକଙ୍କୁ ସାମ୍ବିଧାନିକ ଅଧିକାର ଦିଆଯାଉ । SEBC ଏବଂ ଓବିସିଙ୍କୁ ଚାକିରି ଓ ଶିକ୍ଷା କ୍ଷେତ୍ରରେ ୨୭ ପ୍ରତିଶତ ସଂରକ୍ଷଣ ପାଇଁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆଇନ ଅନୁସାରେ ଜନସଂଖ୍ୟା ହିସାବରେ ସଂରକ୍ଷଣ ମିଳୁ ବୋଲି ଧର୍ମେନ୍ଦ୍ର କହିଛନ୍ତି । ଗରିବ ଶ୍ରେଣୀଙ୍କ ପାଇଁ କେନ୍ଦ୍ରୀୟ ବ୍ୟବସ୍ଥାରେ ୧୦ ପ୍ରତିଶତ ସଂରକ୍ଷଣ ଲାଗୁ ହୋଇଛି ।

ଦେଶରେ ଅନେକ ରାଜ୍ୟ ନିଯୁକ୍ତି ଓ ଶିକ୍ଷା କ୍ଷେତ୍ରରେ ଅନ୍ୟୁନ ୨୭ ପ୍ରତିଶତ ସଂରକ୍ଷଣ ଲାଗୁ କରିଥିବାବେଳେ କର୍ଣ୍ଣାଟକ, ତାମିଲନାଡୁ, କେରଳ ଓ ବିହାର ଆଦି ରାଜ୍ୟ ସେସବୁ ରାଜ୍ୟ ଗୁଡିକରେ ଏହି ଜାତି ଗୁଡିକର ଜନସଂଖ୍ୟାରେ ଅଧିକ ଭାଗ କାରଣରୁ ଅଧିକ ପ୍ରତିଶତ ସଂରକ୍ଷିତ ବ୍ୟବସ୍ଥା ଲାଗୁ କରିଛନ୍ତି । ମେ ଆରମ୍ଭରୁ ସର୍ଭେ ଆରମ୍ଭ ହୋଇ ୨୦ ତାରିଖରେ ଶେଷ ହେବ ।

ଜୁନ୍ ପହିଲାରେ ପଛୁଆ ବର୍ଗଙ୍କ ପ୍ରଥମ ଚିଠା ତାଲିକା ପ୍ରକାଶ ପାଇବ । ସାମାଜିକ ଓ ଶିକ୍ଷା କ୍ଷେତ୍ରରେ ପଛୁଆ ବର୍ଗଙ୍କ ତଥ୍ୟ ସଂଗ୍ରହ ପାଇଁ ପ୍ରସ୍ତୁତି ହେଉଛି । ଫେବୃୟାରୀ ୨୬ରେ ବିଜ୍ଞପ୍ତି ପ୍ରକାଶ ସହ OBC କମିଶନ ଗଠିତ ହୋଇଥିଲା । ରାଜ୍ୟର ମୋଟ ଜନସଂଖାର ୫୪ ପ୍ରତିଶତ ହେଉଛନ୍ତି ଓବିସି ଓ ଏସଇବିସି ବର୍ଗ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.