ତାଜମହଲରେ ବୋମା ଥିବା ଖବର ମିଛ, ଚାକିରି ପାଇ ନଥିବା ଯୁବକ ହତାଶ ହୋଇ ମିଛରେ କରିଥିଲା ଏମିତି ଫୋନ୍
ଆଗ୍ରା : ଦୁନିଆର ସପ୍ତମ ଆଶ୍ଚର୍ଯ୍ୟ ଭାବେ ସ୍ଥାନ ପାଇଥିବା ତାଜମହଲରେ ବୋମା ଥିବା ଖବର ମିଛି ବୋଲି ଜଣାପଡ଼ିଛି । ଏହି ଖବର ଜଣେ ଯୁବକ ଚାକିରି ନପାଇ ହତାଶରେ ଫୋନ୍ କରିଥିବା ନେଇ ଖବର ଜଣାପଡ଼ିଛି ।
ସୂଚନାନୁଯାୟୀ, ତାଜମହଲରେ ବୋମା ଥିବା ନେଇ ପୋଲିସକୁ ଜଣେ ଅଜ୍ଞାତ ବ୍ୟକ୍ତି ଫୋନ୍ କରିଥିଲେ । ତାଜମହଲରେ ବୋମା ଖବର ଜଣାପଡ଼ିବା ପରେ ସେଠାରୁ ପର୍ଯ୍ୟଟକଙ୍କୁ ବାହାରକୁ କାଢ଼ି ଦିଆଯାଇଥିଲା । ଏବଂ ତାଜ୍ମହଲର ଦୁଇ ପ୍ରବେଶ ପଥକୁ ବନ୍ଦ କରିଦିଆଯାଇଥିଲା । ବହୁ ସଂଖ୍ୟାରେ ସିଆଇଏସ୍ଏଫ୍ ଯୁବକ ତାଜମହଲ ଅଞ୍ଚଳରେ ପ୍ରବେଶ କରିବା ସହ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଥିଲେ । ଏହି ଘଟଣା ପରେ ତାଜମହଲ ପରିସରରେ ଆତଙ୍କ ଖେଳିଯାଇଥିଲା ।
दिनांक 4.3.21 को मो.न. 8318881301 से सूचना प्राप्त हुई कि ताजमहल के पास बम रखा है, जो कुछ देर बाद ब्लास्ट हो जायेगा। आगरा पुलिस द्वारा त्वरित कार्यवाही करते हुये @cosadar द्वारा मय टीम के साथ ताजमहल परिसर में चैकिंग अभियान चलाकर तलाशी ली जा रही है। #sp_protocol_bite@Uppolice pic.twitter.com/rE2IbJSMYl
— AGRA POLICE (@agrapolice) March 4, 2021
ଫୋନ୍ କରିଥିବା ଯୁବକଙ୍କ ଫୋନ୍ କଲ ଯାଞ୍ଚ୍ କରିବା ପରେ ପୋଲିସ ଯୁବକଙ୍କ ପତା ଜାଣିପାରିଥିଲା । ଯୁବକ ଫିରୋଜାବାଦରେ ରହୁଥିବା ପୋଲିସ ଜାଣିବା ପରେ ପଚରା ଉଚରା କରିଥିଲା । ଯୁବକଙ୍କ ନାମ ଶିବରାମ ଯାଦବ । ତେବେ ଯୁବକ ଜଣକ ଚାକିରି ନପାଇ ହତାଶ ହୋଇ ପଡ଼ିଥିବାରୁ ଏପରି କରିଥିବା କହିଛି । ଯୁବକଙ୍କ ଠାରୁ ସତ୍ୟାସତ୍ୟ ଜାଣିବା ପରେ ପୁଣି ଥରେ ତାଜ୍ମହଲ ପ୍ରବେଶ ପଥକୁ ଖୋଲି ଦିଆଯାଇଛି ।