ତେଲ ଦର ବୃଦ୍ଧି ପରେ ରାଜ୍ୟରେ ପୁଣି ବଢିଲା ବସ ଭଡ଼ା, ଜଣନ୍ତୁ କେଉଁ ବସ୍ ପିଚ୍ଛା କେତେ ଟଙ୍କା ବଢିଛି
କେନ୍ୟୁଜ୍(ବ୍ୟୁରୋ): ତେଲ ଦର ବୃଦ୍ଧି ପରେ ରାଜ୍ୟରେ ପୁଣି ବଢିଲା ବସ ଭଡ଼ା। ଡିଜେଲ ଦର ବୃଦ୍ଧିରେ ଲାଗାମ ଲାଗୁନଥିବାରୁ ବସ ଭଡ଼ା ବଢାଇଲା ଘରୋଇ ବସ୍ ମାଲିକ ସଂଘ। ତେବେ କେଉଁ ସବ ପିଚ୍ଛା କେତେ ଟଙ୍କା ବଢିଛି ନଜରପକାନ୍ତୁ। ସାଧାରଣ ଓ ଏକ୍ସପ୍ରେସ ବସ ପାଇଁ କିଲୋମିଟର ପିଛା ୫ ପଇସା ବଢିଛି । ଡିଲକ୍ସ ଓ ଏସି ଡିଲେକ୍ସରେ ୧୦ ପଇସା ବଢିଛି । ସୁପର ପ୍ରିମିୟମ୍ ବସ୍ରେ ୧୫ ପଇସା ଭଡ଼ା ବୃଦ୍ଧି ହୋଇଛି ।
- ଅର୍ଡିନାରୀ ବସ୍ କିଲୋମିଟର ପିଚ୍ଛା ଥିଲା ୮୦ ପଇସା ଏବେ ବଢି ହେଲା ୮୫ ପଇସା
- ଏକ୍ସପ୍ରେସ ବସ୍ କିଲୋମିଟର ପିଚ୍ଛା ଦର ଥିଲା ୮୪ ପଇସା ଏବେ ବଢିହେଲା ୮୯ ପଇସା
- ଡ଼ିଲକ୍ସ ବସ କିଲୋମିଟର ପିଚ୍ଛା ଥିଲା ୧.୧୧ ପଇସା ଏବେ ବଢିହେଲା ୧.୨୧ ପଇସା
- ଏସି ଡିଲକ୍ସ ବସର କିଲୋମିଟର ପିଚ୍ଛା ଦର ଥିଲା ୧.୨୯ ପଇସା ଏବେ ଏହା ବଢି ୧.୩୯ ପଇସାରେ ପହଞ୍ଚିଲା
ଅଟୋମେଟିକ ମେକାନିଜମ ମାଧ୍ୟମରେ ଭଡା ବୃଦ୍ଧି ପାଇଛି । ଆଜିଠୁ ବର୍ଦ୍ଧିତ ଦର ଲାଗୁ ହେବ । ଏ ନେଇ ଘରୋଇ ବସ ମାଲିକ ସଂଘ ସମ୍ପାଦକ ଦେବେନ୍ଦ୍ର ସାହୁ ସୂଚନା ଦେଇଛନ୍ତି ।