ପିତା ହେବାକୁ ଯାଉଛନ୍ତି ଯୁବରାଜ ସିଂହ ! ସେୟାର କଲେ ଭିଡିଓ

ପିତା ହେବାକୁ ଯାଉଛନ୍ତି ଟିମ୍‌ ଇଣ୍ଡିଆର ପୂର୍ବତନ ଅଲରାଉଣ୍ଡର ଯୁବରାଜ ସିଂହ। ଏହି ଖବର ଏବେ ସୋସିଆଲ୍‌ ମିଡିଆରେ ଖୁବ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ତେବେ ଯେମିତିକି ଆପଣ ଜାଣିଛନ୍ତି ବିରାଟ କୋହଲି ଏବଂ ହାର୍ଦ୍ଧିକ ପାଣ୍ଡ୍ୟା ନିକଟରେ ବାପା ହୋଇଛନ୍ତି। ଆଉ ଏବେ ଯୁବରାଜ ସିଂହଙ୍କ ଘରକୁ ବି ବହୁତ ଜଲ୍ଦି ନୂଆ ଅତିଥି ଆସିବାକୁ ଯାଉଛନ୍ତି।

ସୂଚନା ମୁତାବକ, ଯୁବରାଜ ସିଂହ ନିଜ ଇନଷ୍ଟ୍ରାଗ୍ରାମ ଆକାଉଣ୍ଟରୁ ଏକ ଭିଡିଓ ସେୟାର କରିଛନ୍ତି। ଯେଉଁଥିରେ ଯୁବରାଜ ଏବଂ ତାଙ୍କ ପତ୍ନୀଙ୍କ କିଛି ନିକଟତମ ବନ୍ଧୁ ଥିବାର ନଜର ଆସିଥିଲେ ଏବଂ ଏହି ଭିଡିଓରେ ଯୁବରାଜ ନିଜ ପତ୍ନୀ ହେଜେଲ୍‌ଙ୍କ ଜନ୍ମଦିନ ସେଲିବ୍ରେଟ୍‌ କରୁଥିବା ନଜର ଆସୁଛନ୍ତି। ଜନ୍ମଦିନର ଶୁଭେଚ୍ଛା ଲେଖି ଏହି ଭିଡିଓଟି ପୋଷ୍ଟ କରିଛନ୍ତି ଯୁବରାଜ ।

ତେବେ ପୋଷ୍ଟ ହୋଇଥିବା ଭିଡିଓରେ ଯୁବରାଜଙ୍କ ପତ୍ନୀ ହେଜେଲ ଗର୍ଭବତୀ ଥିବାର ଚର୍ଚ୍ଚା ହେଉଛି । ଏପିରିକି ଫ୍ୟାନ୍ସମାନେ ଯୁବରାଜଙ୍କୁ ହେଜେଲ ଗର୍ଭବତୀ ନେଇ ପ୍ରଶ୍ନ ମଧ୍ୟ କରିଛନ୍ତି । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଯୁବରାଜ ପତ୍ନୀଙ୍କ ଗର୍ଭବତୀ ଖବରକୁ ନେଇ ସ୍ପଷ୍ଟ ସୂଚନା ଦେଇନାହାନ୍ତି। ସେହିପରି ଅନେକ ଫିଲ୍ମ ଷ୍ଟାର, କ୍ରିକେଟର ମଧ୍ୟ ହେଜେଲଙ୍କୁ ତାଙ୍କ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ।

 

View this post on Instagram

 

A post shared by Yuvraj Singh (@yuvisofficial)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.