ଜମ୍ମୁ-କାଶ୍ମୀର: ବ୍ୟାଣ୍ଡ୍‌ ବାଜା ସହିତ କନ୍ୟାକୁ ଧରି ଭୋଟ୍‌ ଦେବାକୁ ଗଲା ବର, ସେପଟେ ବିବାହ ପରେ ମତ ସାବ୍ୟସ୍ତ କଲେ ନବଦମ୍ପତି

ଜମ୍ମୁ-କାଶ୍ମୀରର ଉଧମପୁର-କଠୁଆ ଲୋକସଭା ଆସନ ପାଇଁ ମତଦାନ ଚାଲିଛି । ସକାଳୁ ବହୁ ସଂଖ୍ୟାରେ ଭୋଟର ଏଠାରେ ଲମ୍ବା ଧାଡ଼ିରେ ଛିଡ଼ା ହୋଇଛନ୍ତି ।

ଆରମ୍ଭ ହୋଇଯାଇଛି ଗଣତନ୍ତ୍ରର ମହାପର୍ବ । ୧୮ତମ ଲୋକସଭା ପାଇଁ ଆଜି ଚାଲିଛି ପ୍ରଥମ ପର୍ଯ୍ୟାୟ ମତଦାନ । ଦେଶର ୨୧ଟି ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳର ୧୦୨ଟି ଲୋକସଭା ଆସନ ପାଇଁ ଭୋଟ୍‌ ଗ୍ରହଣ କରାଯାଉଛି । ଏହି ପରିପ୍ରେକ୍ଷୀରେ ଜମ୍ମୁ-କାଶ୍ମୀରର ଉଧମପୁର-କଠୁଆ ଲୋକସଭା ଆସନ ପାଇଁ ମତଦାନ ଚାଲିଛି । ସକାଳୁ ବହୁ ସଂଖ୍ୟାରେ ଭୋଟର ଏଠାରେ ଲମ୍ବା ଧାଡ଼ିରେ ଛିଡ଼ା ହୋଇଛନ୍ତି ।

ନିଜର ମତ ସାବ୍ୟସ୍ତ କରିବା ପାଇଁ ବୃଦ୍ଧ, ଯୁବକ ଏବଂ ମହିଳାମାନଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳୁଛି । ନବ ବିବାହିତ ଦମ୍ପତି ମଧ୍ୟ ଭୋଟ୍ ଦେବା ପାଇଁ ମତଦାନ କେନ୍ଦ୍ରରେ ପହଞ୍ଚିଛନ୍ତି । ଆଜି ସକାଳେ କଠୁଆରେ ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଥିଲା । ଏଠାରେ ଜଣେ ବର ବ୍ୟାଣ୍ଡ ବାଜା ସହିତ ଭୋଟ୍‌ ଦେବାକୁ ପହଞ୍ଚିଥିଲେ । ବର ଜଣକ ବୁଦ୍ଧି ପୋଲିଂ ବୁଥ୍‌ରେ ନିଜର ମତ ସାବ୍ୟସ୍ତ କରିଥିଲେ ।

ଏହିପରି ଉଧମପୁରରେ ଅନ୍ୟ ଜଣେ ନବଦମ୍ପତି ମଧ୍ୟ ବିବାହ ପରେ ତୁରନ୍ତ ନିଜର ଭୋଟ୍‌ ଅଧିକାର ପ୍ରୟୋଗ କରିଥିଲେ । ବର ଭୋଟ୍ ଦେବା ପାଇଁ ନିଜ କନ୍ୟା ସହିତ ମତଦାନ କେନ୍ଦ୍ରରେ ପହଞ୍ଚିଥିଲା । ଭୋଟିଂ ପରେ ବରକନ୍ୟା ସମସ୍ତଙ୍କୁ ଭୋଟ୍ ଦେବାକୁ ନିବେଦନ ମଧ୍ୟ କରିଥିଲେ । ନବଦମ୍ପତି କହିଥିଲେ ଯେ ଦେଶ ଏବଂ ନିଜ ଅଞ୍ଚଳର ବିକାଶ ପାଇଁ ଭୋଟ୍ ନିଶ୍ଚୟ ଦିଅନ୍ତୁ ।

କହି ରଖୁଛୁ, ଉଧମପୁର-କଠୁଆରେ ଭୋଟିଂ ଚାଲିଛି । ପ୍ରବଳ ବର୍ଷା ସତ୍ତ୍ୱେ ଲୋକମାନେ ଘରୁ ବାହାରି ମତଦାନ କେନ୍ଦ୍ରରେ ପହଞ୍ଚୁଛନ୍ତି ଏବଂ ନିଜର ମତ ସାବ୍ୟସ୍ତ କରୁଛନ୍ତି । ଜମ୍ମୁ-କାଶ୍ମୀରର ଚାରୋଟି ଆସନ ମଧ୍ୟରୁ ଗୋଟିଏରେ ଆଜି ଭୋଟିଂ ହେଉଛି । ବର୍ତ୍ତମାନ ପର୍ଯ୍ୟନ୍ତ ଶାନ୍ତିପୂର୍ଣ୍ଣ ଭାବେ ମତଦାନ ଚାଲିଛି ।

ସୂଚନାଥାଉ କି, ଦେଶରେ ୧ ଲକ୍ଷ ୮୭ ହଜାର ପୋଲିଂ ବୁଥରେ ମତଦାନ କରିବେ ୧୬ କୋଟି ୬୩ ଲକ୍ଷ ଭୋଟର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.