ଭାରତ-ଇଂଲଣ୍ଡ ଚତୁର୍ଥ ଟେଷ୍ଟ: ଅହମ୍ମଦାବାଦରେ ଛାଇଗଲେ ଅକ୍ଷର ଓ ଅଶ୍ୱିନ, ଇଂଲଣ୍ଡ ପ୍ରଥମ ଇଂନିସ୍‌ ୨୦୫ ରନ୍‌

ଭାରତ ଓ ଇଂଲଣ୍ଡ ମଧ୍ୟରେ ଟେଷ୍ଟ ସିରିଜ୍‌ର ଚତୁର୍ଥ ତଥା ଶେଷ ମ୍ୟାଚ୍‌ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ୍‌ରେ ଖେଳାଯାଉଛି। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ବାହାରିଥିବା ଇଂଲଣ୍ଡ ଦଳ ପ୍ରଥମ ଇଂନିସ୍‌ରେ ୨୦୫ ରନ୍‌ କରି ଅଲ୍‌ଆଉଟ ହୋଇଛି।

ବେନ୍‌ ଷ୍ଟୋକ୍ସ ସବୁଠାରୁ ଅଧିକ ୫୫ ରନ୍‌ କରିଛନ୍ତି। ତେବେ ଜ୍ୟାକ୍‌ ଲିଚ୍‌ ଆଉଟ୍‌ ହେବା ପାଇଁ ଶେଷ ବ୍ୟାଟ୍ସମ୍ୟାନ ଥିବା ବେଳେ ତାଙ୍କୁ ଆର୍‌. ଅଶ୍ୱିନ ଏଲ୍‌ବିଡବ୍ଲ୍ୟୁ କରିଥିଲେ। ଲିଚ୍‌ ମାତ୍ର ୭ ରନ୍‌ କରି ଆଉଟ୍‌ ହୋଇଥିଲେ।

ଭାରତ ତରଫରୁ ଅକ୍ଷର ପଟେଲ ସବୁଠାରୁ ଅଧିକ ୪ ଓ୍ଵିକେଟ ନେଇଛନ୍ତି। ସେପଟେ ଆର୍‌. ଅଶ୍ୱିନ୍‌ଙ୍କ ଖାତାକୁ ୩ ଓ୍ଵିକେଟ୍‌ ଆସିଛି। ମହମ୍ମଦ ସିରାଜ ଇଂଲଣ୍ଡର ୨ ବ୍ୟାଟ୍ସମ୍ୟାନଙ୍କୁ ଆଉଟ୍‌ କରିଛନ୍ତି। ତେବେ ଇଂଲଣ୍ଡର ବ୍ୟାଟ୍ସମ୍ୟାନ ଅକ୍ଷର ପଟେଲଙ୍କ ସାମ୍ନାରେ ସଂଘର୍ଷ କରୁଥିବାର ନଜର ଆସିଥିଲେ।

ପରେ ପ୍ରଥମ ଇନିଂସ୍‌ ଆରମ୍ଭ କରି ଆଜିର ଖେଳ ଶେଷ ସୁଦ୍ଧା ଭାରତ ଶୁଭମାନ ଗିଲ୍‌ଙ୍କ ଓ୍ଵିକେଟ୍‌ ହରାଇ କରିଛି ୨୪ ରନ୍‌ । ରୋହିତ ଶର୍ମା ୮ ଓ ଚେତେଶ୍ୱର ପୂଜାରା ୧୫ ରନ୍‌ କରି ଅପରାଜିତ ଅଛନ୍ତି । ଏବେ ସୁଦ୍ଧା ଟିମ୍‌ ଇଣ୍ଡିଆ ଇଂଲଣ୍ଡ ଠାରୁ ୧୮୧ ରନ୍‌ ପଛରେ ଅଛି ।

SCORE-1

SCORE-2

SCORE-3

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.