Below header

ନବୀନଙ୍କ ଷ୍ଟ୍ରାଟେଜିକୁ ପସନ୍ଦ କରୁଛନ୍ତି ବଡ଼ ବଡ଼ କମ୍ପାନୀ, ଓଡ଼ିଶାରେ ୫୦ ହଜାର କୋଟିର ନିବେଶ କରିବ ମିତ୍ତଲ

କେନ୍ୟୁଜ୍(ବ୍ୟୁରୋ):  ଓଡ଼ିଶାରେ ୫୦ ହଜାର କୋଟିର ନିବେଶ କରିବ ମିତ୍ତଲ। ଓଡ଼ିଶା ସରକାର ଓ ଆର୍ସେଲର ମିତ୍ତଲ ମଧ୍ୟରେ ଏମଓୟୁ ସ୍ୱାକ୍ଷରିତ ହୋଇଛି। କେନ୍ଦ୍ରାପଡ଼ାରେ ହେବ ୧୨ ମିଲିୟନ୍ ଟନ୍ ଇସ୍ପାତ କାରଖାନା। ଏନେଇ ଲୋକସେବା ଭବନରେ ଏମଓୟୁ ସ୍ୱାକ୍ଷରିତ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଆର୍ସେଲର ମିତ୍ତଲ ଚେୟାରମ୍ୟାନ ଏଲ. ଏନ୍‌. ମିତ୍ତଲଙ୍କ ଉପସ୍ଥିତିରେ ଏମଓୟୁ ସ୍ୱାକ୍ଷରିତ ହୋଇଛି।

mittal 3 ୨୦୨୦ ଜୁନ ମାସରେ ଓଡ଼ିଶାରେ ୨ହଜାର କୋଟି ଟଙ୍କାର ନିବେଶ ନେଇ ଲକ୍ଷ୍ମୀନାରାୟଣ ମିତ୍ତଲ ସୂଚନା ଦେଇଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଭିଡିଓ କନ୍‌ଫରେନ୍‌ସରେ ଆଲୋଚନା ପରେ ହଜିରାରେ ଉତ୍ପାଦନ ହୋଇନପାରିଲେ, ଓଡ଼ିଶାରେ ଉତ୍ପାଦନ କରି ପେଲେଟ୍‌ସ ରପ୍ତାନୀ କରିବାକୁ କହିଥିଲେ।

mittal 5

ଓଡ଼ିଶାରେ ଲଗାତାର ଭାବେ କାର୍ଯ୍ୟ କରିବା ସହ ସାଗାସାଇ ଓ ଠାକୁରାଣୀ ଖଣିରୁ ଉତ୍ପାଦନ ହେଉଥିବା ସେ କହିଥିଲେ। ନିଲାମୀ ଜରିଆରେ ମିଳିଥିବା ଗୋଟିଏ କଂପାନୀରୁ ଉତ୍ପାଦନ ଆରମ୍ଭ ହୋଇଥିବା ନେଇ କହିଥିଲେ ଏଲଏନ ମିତ୍ତଲ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.