ବଦଳିଲା ନାହିଁ ଇପିଏଫ୍‌ଓ ସୁଧ ହାର, ଏଥର ବି ରହିବ ୮.୫ ପ୍ରତିଶତ

ନୂଆଦିଲ୍ଲୀ : ୨୦୨୧-୨୧ ଆର୍ଥିକ ବର୍ଷ ପାଇଁ ଇପିଏଫ୍‌ ସୁଧ ରେଟ୍‌ ୮.୫ ପ୍ରତିଶତ ରହିବ ବୋଲି ନିଶ୍ଚିତ କରାଯାଇଛି । ପୂର୍ବ ଆର୍ଥିକ ବର୍ଷରେ ମଧ୍ୟ ସୁଧ ରେଟ୍‌ ଏହାହିଁ ଥିଲା ବୋଲି ଜଣାପଡ଼ିଛି । ଶ୍ରୀନଗରରେ ହୋଇଥିବା ଇପିଏଫ୍‌ଓ କେନ୍ଦ୍ରୀୟ ଟ୍ରଷ୍ଟି ବୋର୍ଡ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।

ପୂର୍ବ ଆର୍ଥିକ ବର୍ଷ ପାଇଁ ମଧ୍ୟ ବୋର୍ଡ ଇପିଏଫ୍‌ ସୁଧ ରେଟ୍‌ ୮.୫ ପ୍ରତିଶତ ରଖିବା ପାଇଁ ସୁପାରିଶ କରିଥିଲେ ।
ଏହାପୂର୍ବରୁ ୨୦୧୮-୧୯ ଆର୍ଥିକ ବର୍ଷରେ ଇପିଏଫ୍‌ ଜମାକାରୀଙ୍କୁ ଜମା ରାଶି ଉପରେ ୮.୬୫ ପ୍ରତିଶତ ସୁଧ ମିଳୁଥିଲା ।

Leave A Reply

Your email address will not be published.