‘ଆଜି ମୋ ସାଙ୍ଗ ବାହାଘର…’ ଗୀତରେ ନାଚି ନାଚି ସାତଫେରା ନେଲେ ବର-କନ୍ୟା, ଲୋକେ ଦେଉଛନ୍ତି ଜବରଦସ୍ତ ଗାଳି

ବାହାଘର ସମୟରେ ବନ୍ଧୁବାନ୍ଧବ, ସାଙ୍ଗସାଥୀ, ପରିବାର ଲୋକେ ଢେର୍‌ ମସ୍ତି କରିବା ସାଧାରଣ କଥା। କିନ୍ତୁ କେବେ ଦେଖିଛନ୍ତି କି, ବର-କନ୍ୟା ମସ୍ତି କରି କରି ବେଦୀ ପରିକ୍ରମା କରୁଥିବାର? ହଁ, ଆପଣଙ୍କୁ ଏହା ଆଶ୍ଚର୍ଯ୍ୟ ଲାଗୁଥାଇପାରେ, କିନ୍ତୁ ଘଟଣାଟି ବାସ୍ତବରେ ଘଟିଛି। ଏପରିକି, ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ବି ଲାଗିଛି। ଏଥିରେ ଦେଖିବାକୁ ମିଳୁଛି, ବର-କନ୍ୟା ନାଚି ନାଚି ସାତଫେରା ନେଉଛନ୍ତି। ହେଲେ ଭିଡିଓଟି ଭାଇରାଲ ହୋଇଯିବା ପରେ ଉଭୟ ଜବରଦସ୍ତ ଟ୍ରୋଲ ହୋଇଛନ୍ତି।

ବିବାହ ବେଦୀରେ ବର-କନ୍ୟା ‘ଆଜ୍‌ ମେରେ ୟାର୍‌ କୀ ଶାଦୀ ହୈ’ ଗୀତରେ ନାଚୁଛନ୍ତି, ଠୁମ୍‌କା ଲଗାଉଛନ୍ତି। ଭିଡିଓରେ ଦେଖାଯାଉଛି କି, ବର-କନ୍ୟାଙ୍କର ଏହି ମସ୍ତି ଆଖପାଖ ଲୋକଙ୍କୁ ଖୁବ୍‌ ପସନ୍ଦ ଆସୁଛି। ଲୋକେ ମଧ୍ୟ ଖୁସି ଥିବା ନଜର ଆସୁଛନ୍ତି। ହୁଇସିଲ୍‌ ମାରି ସେମାନଙ୍କୁ ଉତ୍ସାହିତ କରୁଛନ୍ତି। କିନ୍ତୁ ସୋସିଆଲ ମିଡିଆରେ ଏହି ଷ୍ଟାଇଲ୍‌ ଲୋକଙ୍କୁ ଆଦୌ ପସନ୍ଦ ଆସୁନାହିଁ।

ଭାଇରାଲ ଭିଡିଓକୁ ଖ୍ୟାତନାମା ଉଦ୍ଦ୍ୟୋଗୀ ବେଦାନ୍ତ ବିର୍‌ଲା ଟ୍ଵିଟରରେ ଶେୟାର କରିଛନ୍ତି। ଏଥିସହିତ ସେ କ୍ୟାପସନ ଲେଖିଛନ୍ତି, ‘ଏହା ବିବାହ ନା ସଂସ୍କାରଗୁଡ଼ିକର ଆହୁତି? ଏହା ଆଦୌ ଭୁଲନ୍ତୁ ନାହିଁ କି ଆପଣ ଦୁନିଆରେ ପୂଜନୀୟ କେବଳ ନିଜ ସଂସ୍କୃତି ଏବଂ ସଂସ୍କାର ଯୋଗୁ।’ ଭିଡିଓକୁ ଲୋକଙ୍କର ଜବରଦସ୍ତ ରେସ୍‌ପନ୍ସ ମିଳିଛି। ଏ ପର୍ଯ୍ୟନ୍ତ ଏହାକୁ ୫ ଲକ୍ଷରୁ ଅଧିକ ଭ୍ୟୁ ମିଳିସାରିଲାଣି।