ଭୁବନେଶ୍ୱରରେ ପେଟ୍ରୋଲରୁ ପାଣି ବାହାରିବା ଘଟଣା: ସିଲ୍ ହେଲା ବରମୁଣ୍ଡା HP ପେଟ୍ରୋଲ ପମ୍ପ
ଭୁବନେଶ୍ୱର(କେନ୍ୟୁଜ୍): ସିଲ୍ ହେଲା ଭୁବନେଶ୍ୱର ବରମୁଣ୍ଡା HP ପେଟ୍ରୋଲ ପମ୍ପ। ପେଟ୍ରୋଲ ଓ ଡିଜେଲରେ ପାଣି ମିଶାଇ ବିକୁଥିବାର ଅଭିଯୋଗ ହେବା ପରେ ଏହି ପେଟ୍ରୋଲ ପମ୍ପଙ୍କୁ ସିଲ୍ କରିଛି ଖଣ୍ଡଗିରି ପୋଲିସ । ଗତକାଲି ଏହାକୁ ନେଇ ଗ୍ରାହକ ଓ ପେଟ୍ରୋଲପମ୍ପ କର୍ମଚାରୀଙ୍କ ମଧ୍ୟରେ ପ୍ରବଳ ହଙ୍ଗାମା ହୋଇଥିଲା ।
ଖବର ପ୍ରସାରଣ ପରେ ଫରେନ୍ସିକ୍ ଲାବୋରୋଟୋରିର ସାଇଣ୍ଟିଫିକ ଟିମ୍ ଓ HP କମ୍ପାନି ସାଇଣ୍ଟିଫିକ୍ ଟିମ୍ ଆସି ନମୁନା ସଂଗ୍ରହ କରିଛି । ଯଦି ଅପମିଶ୍ରଣ କରାଯାଉଥିବାର ପ୍ରମାଣ ମିଳେ, ତେବେ ଲାଇସେନ୍ସ ରଦ୍ଦ ହେବ ବୋଲି କହିଛନ୍ତି HPର ଏରିଆ ଇନଚାର୍ଜ ଶୁଭବ୍ରତ ଖାନ ।