୮ ଇଞ୍ଚ ଡିସପ୍ଲେର ଫୋଲ୍ଡେବଲ୍‌ ଆଇଫୋନ୍‌ ଲଞ୍ଚ୍‌ କରିବ ଆପ୍ପଲ୍‌

ବହୁତ ଜଲଦି ଆପ୍ପଲ ନିଜର ଫୋଲଡେବଲ ଆଇଫୋନକୁ ଲଞ୍ଚ୍‌ କରିବାକୁ ଯାଉଛି। କମ୍ପାନୀ ୨୦୨୩ରେ ୭.୫-୮ ଇଞ୍ଚର ଡିସପ୍ଳେ ବିଶିଷ୍ଟ ଏକ ଡିଭାଇସକୁ ଲଞ୍ଚ୍‌ କରିପାରେ। ସୂଚନା ମୁତାବକ ଟେକନିକ ଏବଂ ବଡ ଧରଣର ଉତ୍ପାଦନରେ ଯଦି ଚଳିତ ବର୍ଷ କମ୍ପାନୀ ସଫଳ ହେଲା, ତାହେଲେ ୨୦୨୩ରେ କମ୍ପାନୀ ଦ୍ୱାରା ନିଜର ଏହି ନୂଆ ଡିଭାଇସକୁ ଲଞ୍ଚ୍‌ କରାଯାଇପାରେ।

ତେବେ ଏହା ପୂର୍ବରୁ ଏକ ଗଜବ ଉଠୁଥିଲା ଯେ ୭.୩-୭.୬ ଇଞ୍ଚର ଡିସପ୍ଲେ ହେବା ସହିତ ଫୋଲଡେବଲ ଆଇଫୋନରେ ଆପଲ ପୋନସିଲର ସପୋର୍ଟ କରିବା ଫିଚର ମଧ୍ୟ ରହିବ।

ଆପ୍ପଲ ୨୦୧୬ରୁ ଫୋଲଡେବଲ ଡିଭାଇସକୁ ନେଇ ରିସର୍ଚ୍ଚ କରୁଛି। କିନ୍ତୁ ଗତ କିଛି ମାସ ଧରି ଆଇଫୋନକୁ ନେଇ ଅଧିକ ଗୁଜବ ଶୁଣିବାକୁ ମିଳୁଛି। ଅବଶ୍ୟ କମ୍ପାନୀ ଏହାକୁ ନେଇ ଅଫିସିଆଲ ଭାବରେ କୌଣସି ଘୋଷଣା ଏବେ ସୁଦ୍ଧା କରିନାହିଁ।