ମିଶନ ‘ଡିୟର ମୁନ୍‌’: ଜହ୍ନକୁ ଯିବେ ଜାପାନୀ ଅରବପତି ୟୁସାକୁ ମେଜଓ୍ଵା, ମାଗଣାରେ ୮ ଲୋକଙ୍କୁ ବି କରାଇବେ ଭ୍ରମଣ

ଜାପାନର ଅରବପତି ୟୁସାକୁ ମେଜଓ୍ଵା ବହୁତ ଜଲ୍‌ଦି ହିଁ ଚନ୍ଦ୍ରପୃଷ୍ଠକୁ ଯିବେ। ଏଥିସହିତ ସେ କେତେକ ଲୋକଙ୍କର ଜହ୍ନକୁ ଯିବାର ସ୍ୱପ୍ନକୁ ବି ସାକାର କରିବେ। ବାସ୍ତବ କଥା ହେଲା, ୟୁସାକୁ ମେଜଓ୍ଵା ନିଜ ସହିତ ୮ଜଣ ଲେକଙ୍କୁ ଜହ୍ନ ପାଖକୁ ନେବା ପାଇଁ ନିମନ୍ତ୍ରଣ ଦେଇଛନ୍ତି। SpaceX ସଂସ୍ଥାପକ ଏଲନ ମସ୍କଙ୍କ SpaceX ବିମାନ ଜରିଆରେ ୟୁସାକୁ ଜହ୍ନ ପାଖକୁ ଯାତ୍ରା କରିବେ। ଏ ନେଇ ୟୁସାକୁ ନିଜେ ହିଁ ଏକ ଭିଡିଓ ଶେୟାର କରି ଖୁଲାସା କରିଛନ୍ତି।

ତେବେ ସେ ୮ଜଣ ଲୋକଙ୍କୁ ଧରି ଜହ୍ନକୁ ଯିବା ଲାଗି ଏକ ଆବେଦନ ଫର୍ମ ମଧ୍ୟ ଜାରି କରିଛନ୍ତି। ଭିଡିଓରେ ୟୁସାକୁ ସୂଚନା ଦେଇ କହିଛନ୍ତି, ଏହି ଯାତ୍ରାର ସବୁ ଟିକେଟ ମୁଁ କିଣି ନେଇଛି ଏବଂ ଏହା ଏକ ପ୍ରକାରର ବ୍ୟକ୍ତିଗତ ଯାତ୍ରା ହେବ।

କିଏ ଉଠାଇବ ଖର୍ଚ୍ଚ

ଭିଡିଓରେ ୟୁସାକୁ କହିଛନ୍ତି, ଜହ୍ନ ପାଖକୁ ଯାତ୍ରା କରିବାର ସମ୍ପୂର୍ଣ୍ଣ ଖର୍ଚ୍ଚ ସେ ବହନ କରିବେ। ତେଣୁ ଯେଉଁ ଲୋକ ତାଙ୍କ ସହିତ ଯୋଡ଼ି ହେବେ, ସେମାନେ ମାଗଣାରେ ମହାକାଶକୁ ଯିବେ। ଏହି ଯାତ୍ରାକୁ ୨୦୨୩ରେ ଆରମ୍ଭ କରାଯିବାକୁ ଥିବା ବେଳେ ମିଶନକୁ ‘ଡିୟର ମୁନ୍‌’ ନାଁ ଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.