Below header

ଜାଣନ୍ତୁ ମହାଶିବରାତ୍ରୀରେ କେମିତି ପୂଜା କଲେ ଭଗବାନ ଶିବ ହୋଇଥାନ୍ତି ପ୍ରସନ୍ନ

ହିନ୍ଦୁ ଧର୍ମରେ ପ୍ରତି ମାସ ମାସିକ ଶିବରାତ୍ରୀ ପାଳନ କରାଯାଏ। କିନ୍ତୁ ଫାଲଗୁନ ମାସରେ ପଡୁଥିବା ଶିବରାତ୍ରୀ ବହୁତ ଖାସ୍ ମହତ୍ତ୍ୱ ରଖିଥାଏ। କୁହାଯାଏ ଯେ ଏହି ଦିନ ଭଗବାନ ଶିବ ଏବଂ ପାର୍ବତୀଙ୍କ ବିବାହ ହୋଇଥିଲା। ଏହି ଦିନ ଉପବାସ୍ ରହିଥିବା ଭକ୍ତଙ୍କ ଉପରେ ଭଗବାନ ଶିବ ଖାସ୍ ଆଶିର୍ବାଦ ପ୍ରାପ୍ତ କରିଥାନ୍ତି। ଚଳିତ ବର୍ଷ ମହାଶିବରାତ୍ରୀ ମାର୍ଚ୍ଚ ୧୧ ତାରିଖରେ ପଡୁଛି। ଏମିତିରେ ଯଦି ଆପଣ ଏହି ମହାଶିବରାତ୍ରୀରେ ବ୍ରତ ରଖିବାକୁ ଚାହୁଁଛନ୍ତି, ତେବେ ଭଗବାନ ଶିବଙ୍କ ପୂଜା କିଛି ଖାସ୍ ନିୟମରେ ନିଶ୍ଚୟ କରନ୍ତୁ। ନଚେତ ଆଶିର୍ବାଦ ବଦଳରେ ଶିବ କ୍ରୋଧିତ ହୋଇଯିବ। ତେବେ ଆସନ୍ତୁ ଜାଣିବା ଏହା ବିଷୟରେ।

ଭଗବାନ ଶିବଙ୍କୁ ବେଲପତ୍ର ବହୁତ ପସନ୍ଦ। ଏମିତିରେ ବେଲପତ୍ର ଚଢ଼ାଇବା ସମୟରେ ଏହା ଧ୍ୟାନ ରଖନ୍ତୁ ଯେ ଯେପରି ବେଲପତ୍ରରେ ତିନୋଟି ପତ୍ର ପୂର୍ଣ୍ଣ ଥିବ।

ଭଗବାନ ଶିବଙ୍କ ପୂଜାରେ କଦମ୍ବ ଏବଂ କେତକୀ ଫୁଲ ବ୍ୟବହାର କରିବା ବର୍ଜିତ। ଏହି ଫୁଲକୁ ଭୁଲରେ ବି ଶିବଙ୍କ ଉପରେ ଚଢ଼ାନ୍ତୁନାହିଁ।

ମହାଶିବରାତ୍ରୀ ଦିନ କଳା ରଙ୍ଗର ବସ୍ତ୍ର ପିନ୍ଧନ୍ତୁ ନାହିଁ। ଏହାସହିତ ପୂଜାରେ ରାଶିର ବ୍ୟବହାର କରନ୍ତୁନାହିଁ। ରାଶି ଭଗବାନ ବିଷ୍ଣୁଙ୍କ ମଇଳାରୁ ଉତ୍ପନ୍ନ ହୋଇଛି ବୋଲି କୁହାଯାଏ। ତେଣୁ ଭଗବାନ ବିଷ୍ଣୁଙ୍କୁ ରାଶି ଅର୍ପଣ କରାଯାଏ, କିନ୍ତୁ ଶିବଙ୍କୁ ରାଶି କଦାପି ଚଢ଼ାଇବା ଅନୁଚିତ।

ପୂଜାରେ ଅକ୍ଷତ ଚଢ଼ାନ୍ତୁ। ଭାଙ୍ଗି ଯାଇଥିବା ଚାଉଳକୁ ଚଢ଼ାନ୍ତୁନାହିଁ।

ଭଗବାନ ଶିବଙ୍କ ପୂଜା କରିବା ସମୟରେ ଶଙ୍ଖରେ ଜଳ ଅର୍ପଣ କରିବା ଅନୁଚିତ।

ଶିବରାତ୍ରୀ ଦିନ ଶିବଲିଙ୍ଗ ଉପରେ ନଡିଆ ପାଣି ଚଢ଼ାଇବା ଅନୁଚିତ। ଶିବ ପ୍ରତିମାରେ ନଡିଆ ଚଢ଼ାଇ ପାରିବେ କିନ୍ତୁ ନଡିଆ ପାଣି ନୁହେଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.