Categories: ସ୍ପେଶାଲ

କେମିତି ଏବଂ କେଉଁଠୁ ଆସିଲା Beauty Products ରେ ମହିଳାଙ୍କ ପ୍ରଥମ ପସନ୍ଦ ‘Lakme’ ? ଖୁବ୍ ରୋଚକ ଏହାର କାହାଣୀ

Lakme , ଏହା ସେ ବ୍ୟୁଟି ପ୍ରଡକ୍ଟ ଯାହା ଦୀର୍ଘ ବର୍ଷ ଧରି ଭାରତୀୟ ମହିଳାଙ୍କ ମନପସନ୍ଦ କସମେଟିକ୍ ବ୍ରାଣ୍ଡ୍ ହୋଇ ରହିଛି। ୧୯୫୨ରୁ ଭାରତୀୟ ମହିଳାଙ୍କ ସୌନ୍ଦର୍ଯ୍ଯକୁ ଦ୍ବିଗୁଣିତ କରୁଛି Lakme ର ସୌନ୍ଦର୍ଯ୍ଯ ପ୍ରସାଧାନ ସାମଗ୍ରୀ । ହେଲେ କଣ ଆପଣ ଜାଣନ୍ତି Lakme କୁ Lakme  ବ୍ରାଣ୍ଡ ବନାଇଥିବା ବାଲା ଆଉ କେହି ନୁହେଁ ଥିଲେ ଜେଆରଡି ଟାଟା ।

୧୯୫୨ରେ ଆରମ୍ଭ ହୋଇଥିବା ଲାକମୀ ବ୍ରାଣ୍ଡ ଭାରତର ସବୁଠାରୁ ସଫଳ ବ୍ରାଣ୍ଡ ଭାବରେ ପରିଗଣିତ ହେବାକୁ ଲାଗିଥିଲା । ପରେ ଏହାକୁ ହିନ୍ଦୁସ୍ତାନ ଲିବର ଲିମିଟେଡକୁ ବିକ୍ରି କରିଦିଆଯାଇଥିଲା । କାରଣ ଜେଆରଡି ଟାଟା ଭାବିଥିଲେ HLL କମ୍ପାନୀ ଏହା ସହ ଭଲ ନ୍ୟାୟ କରିପାରିବେ । ଗୋଟିଏ ସର୍ଭେ ଅନୁସାରେ ଦେଶର ଟପ୍ ୫୦ ସବୁଠାରୁ ବିଶ୍ବସନୀୟ ବ୍ରାଣ୍ଡ ମଧ୍ୟରୁ ଗୋଟିଏ ହେଉଛି ଲାକମୀ ।

ଏହା ତ ଗଲା ଲାକମୀର ଆରମ୍ଭ ଏବଂ ଲୋକପ୍ରିୟତାର କଥା । ଏବେ ଜାଣନ୍ତୁ ଏହାର ଆଇଡିଆ ସର୍ବପ୍ରଥମେ କାହା ମୁଣ୍ଡରେ ଆସିଥିଲା । ଏବେ ଆପଣ ଭାବୁଥିବେ ଏହା ଜେଆରଡି ଟାଟାଙ୍କର ବୋଲି । କିନ୍ତୁ ଏଠି ଆପଣ ଭୁଲ୍ । ଆଜି ଆମେ ଆପଣଙ୍କୁ ଏହି ଆଇଡିଆକୁ ଭାରତକୁ ଆଣିଥିବା ସେହି ବ୍ୟକ୍ତିଙ୍କ ବିଷୟରେ କହିବୁ ।

ସେହି ବ୍ୟକ୍ତି ଆଉ କେହି ନୁହଁନ୍ତି, ସେ ହେଉଛନ୍ତି ଜବାହର୍ ଲାଲ୍ ନେହରୁ । କଣ ଚମକି ପଡିଲେ ନା ? । ଆପଣ କଣ କେହି ବି ଚମକିଯିବେ ଏକଥା ଶୁଣି । କେହି କଳ୍ପନା ମଧ୍ୟ କରିପାରିବେନି ଯେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀଙ୍କ ଏହି ବିଉଟି ପ୍ରଡକ୍ଟ ସହ କୌଣସି ସମ୍ପର୍କ ଥାଇପାରେ । କିନ୍ତୁ ଏହା ସତ ।

ଜେଆରଡି ଟାଟାଙ୍କ ସାମ୍ନାରେ ଭାରତୀୟ କସମେଟିକ୍ ବ୍ରାଣ୍ଡ ଆରମ୍ଭ କରିବାର ପ୍ରସ୍ତାବ ରଖିଥିଲେ ନେହରୁ :

ଏହି ଘଟଣା ୧୯୫୦ ର ଥିଲା । ଯେତେବେଳେ ଭାରତୀୟ ମହିଳା ଭାରି ମାତ୍ରାରେ ବିଦେଶୀ ବ୍ୟୁଟି ପ୍ରଡକ୍ଟ ବ୍ୟବହାର କରୁଥିଲେ । ଯାହା ଫଳରେ ଭାରତୀୟ ମୁଦ୍ରା ବିଦେଶକୁ ଯାଉଥିଲା । ଏହାକୁ ଦେଖି ଭାରତୀୟ ମେକଅପ୍ ବ୍ରାଣ୍ଡ ଆରମ୍ଭ କରିବାକୁ ବିଚାର କରିଥିଲେ ନେହରୁ । ଯାହା ବିଦେଶୀ ବ୍ରାଣ୍ଡର ମୁକାବିଲା କରିପାରିବ । ଏହା ସହ ଆଉ ଏକ ଖବର ଜାଣିବାକୁ ପାଇଥିଲେ ଯେ ବଜାରରେ ଶସ୍ତା ସୌନ୍ଦର୍ଯ୍ଯ ପ୍ରସାଧାନ ସାମଗ୍ରୀ ମିଳୁନାହିଁ ।

ନେହରୁ ଜାଣିଥିଲେ ଭାରତରେ ଏଭଳି ପ୍ରଡକ୍ଟ ଆରମ୍ଭ କରିବା ପାଇଁ ହେଲେ ଜେଆରଡି ଟାଟାଙ୍କଠୁ ବଡ଼ ନାଁ ଆଉ କିଛି ହୋଇପାରେନି । ତେଣୁ ସେ ନିଜର ଏହି ଆଇଡିଆକୁ ଜେଆରଡି ଟାଟାଙ୍କ ସହ ସେୟାର୍ କଲେ ଏବଂ ଟାଟା ମଧ୍ୟ ଖୁବ୍ ଖୁସିରେ ଏହି ପ୍ରସ୍ତାବକୁ ଗ୍ରହଣ କଲେ । ଆଉ ବନିଗଲା ଭାରତର ପ୍ରଥମ ବ୍ୟୁଟି ବ୍ରାଣ୍ଡ Lakme । ନେହରୁଙ୍କ ପାଇଁ ଏହି ଭାରତୀୟ ବ୍ରାଣ୍ଡ ଆରମ୍ଭ କରିବା ଏଥିପାଇଁ ଜରୁରୀ କାରଣ ଲୋକତନ୍ତ୍ରର ନିୟମ ହିସାବରେ ବିଦେଶୀ ସାମଗ୍ରୀକୁ ବନ୍ଦ କରିବା ମଧ୍ୟ ଅସମ୍ଭବ ।

ତେବେ Lakme କୁ ଆଗକୁ ନେବା ଏତେ ସହଜ ନଥିଲା । ଆରମ୍ଭ ହେବା ପୂର୍ବରୁ ହିଁ ଅନେକ କଡା ଚ୍ୟାଲେଞ୍ଜ ଥିଲା ସାମ୍ନାରେ । ପ୍ରଥମ କଥା ହେଲା ବ୍ରାଣ୍ଡ ପରିଚୟ କଣ ରଖାଯିବ ଯାହା ଉଚ୍ଚ ମଧ୍ୟମ ବର୍ଗୀୟ ମହିଳାଙ୍କୁ ଆକର୍ଷିତ କରିବ । ଆଉ ଦ୍ବିତୀୟ ଚ୍ୟାଲେଞ୍ଜ ଥିଲା ଯେ ଏମିତି ପ୍ରଡକ୍ଟ ତିଆରି କରାଯିବ ଯାହା ଭାରତୀୟ ତ୍ବଚାକୁ ସୁଟ୍ କରିବ । ଯେଉଁଥିରେ ବିଦେଶୀ ପ୍ରଡକ୍ଟ ସକ୍ଷମ ନଥିଲା ।

ଗୋଟିଏ ଫ୍ରେଞ୍ଚ ଅପେରା ପରେ ମିଳିଥିଲା Lakme ର ନାଁ :

ଏକଥା ସମସ୍ତେ ଜାଣନ୍ତି ମାର୍କେଟ୍ ରିସର୍ଚ୍ଚରେ ମହାରଥୀ ହେଉଛନ୍ତି ଜେଆରଡି ଟାଟା । ତେଣୁ ବ୍ୟୁଟି ପ୍ରଡକ୍ଟ ତିଆରି କରିବା ପାଇଁ କେମିକାଲ୍ ଇଞ୍ଜିନିୟର ଖୋଜିବା ପାଇଁ ବେଶୀ ସମୟ ଆବଶ୍ୟକ ପଡିଲାନି । କିନ୍ତୁ ବ୍ରାଣ୍ଡର ନାଁ ଦେବା ଏକ ବଡ ସମସ୍ୟା ଥିଲା ତାଙ୍କ ପାଇଁ । ହେଲେ ତାଙ୍କର ଏ କାମକୁ ସହଜ କରିଦେଲା ଗୋଟିଏ ଲୋକପ୍ରିୟ ଫ୍ରେଞ୍ଚ ଅପେରା । ଯେଉଁଠୁ ତାଙ୍କୁ ବ୍ରାଣ୍ଡ ନାଁ ମିଳିଲା Lakme ।

ଏହି ଅପେରା ନାଁ ଥିଲା Lakme । ଯାହା ସଂସ୍କୃତ ଶବ୍ଦ ଲକ୍ଷ୍ମୀରୁ ଆସିଥିଲା । ଦେବୀ ଲକ୍ଷ୍ମୀଙ୍କୁ ଧନ ଏବଂ ସୌନ୍ଦର୍ଯ୍ଯର ଦେବୀ ରୂପରେ ପୂଜା କରାଯାଏ ବୋଲି ଜେଆରଡି ଟାଟାଙ୍କ ବ୍ୟତୀତ ଆଉ କିଏ ବୁଝି ପାରିଥାନ୍ତା ।

ଶେଷରେ ୧୯୫୨ରେ ଟାଟା ଅୟଲ୍ ମିଲ୍ସର ସହାୟକ କମ୍ପାନୀ ରୂପରେ ନିଜର ପରିଚାଳନା ଆରମ୍ଭ କଲା Lakme । ୧୯୬୧ରେ ନଭଲ ଏଚ୍. ଟାଟାଙ୍କ ପତ୍ନୀ ସିମୋନ୍ ଟାଟା ଏହାର ମ୍ୟାନେଜିଙ୍ଗ୍ ଡିରେକ୍ଟର ଭାବେ ଜଏନ୍ କରିଥିଲେ । ଆଉ ୧୯୮୨ ସେ ହୋଇଗଲେ କମ୍ପାନୀର ଚେୟାରମ୍ୟାନ୍ । କିନ୍ତୁ ୧୯୯୬ରେ Lakme କୁ ୨୦୦୦କୋଟି ରେ ହିନ୍ଦୁସ୍ତାନ ଲିବର ହାତରେ ଟେକିଦେଲେ ଟାଟା।

ଦେବୀ ଲକ୍ଷ୍ମୀଙ୍କ ନାଁ ରୁ ବାହାରିଥିଲା Lakme , ଯାହା ଆଜି ସବୁ ଭାରତୀୟ ମହିଳାଙ୍କ ପ୍ରଥମ ପସନ୍ଦ ।

KNews Bureau

Recent Posts

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

7 mins ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପୁଣି ଝଟକା, ଇଡି ପରେ ସିବିଆଇ କଲା ଗିରଫ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…

7 mins ago

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

25 mins ago

ଲୋକସଭାରେ ରାହୁଲ ଗାନ୍ଧି ହେବେ ବିରୋଧୀ ନେତା, INDIA ବ୍ଲକ ବୈଠକରେ ନିଷ୍ପତ୍ତି

ଲୋକସଭାରେ ବିରୋଧୀ ନେତା ହେବେ ରାହୁଲ ଗାନ୍ଧି । ଇଣ୍ଡିଆ ବ୍ଲକ୍‌ ଏହା ଉପରେ ମୋହର ମାରିଛି । କଂଗ୍ରେସର…

25 mins ago

ପୁଣି ଲୋକସଭା ବାଚସ୍ପତି ହେଲେ ଓମ୍‌ ବିର୍ଲା, ବାଚ୍‌ନିକ ଭୋଟରେ ହେଲେ ବିଜୟୀ

ପୁଣି ଲୋକସଭାର ବାଚସ୍ପତି ଭାବେ ନିର୍ବାଚିତ ହେଲେ ଓମ୍‌ ବିର୍ଲା । ବାଚ୍‌ନିକ ଭୋଟରେ ନିର୍ବାଚିତ ହେଲେ ଓମ୍‌ ବିର୍ଲା…

30 mins ago

ଆମେରିକା : ଲାସ୍‌ ଭେଗାସ ଆପାର୍ଟମେଣ୍ଟରେ ଗୁଳିମାଡ଼, ୫ ମୃତ

ଆମେରିକାର ଲାସ୍ ଭେଗାସ୍ ସହରରେ ଥିବା ଏକ ଆପାର୍ଟମେଣ୍ଟ ପରିସରରେ ଆଖିବୁଜା ଗୁଳିମାଡ କଲା ଦୁର୍ବୃତ୍ତ । ଗୁଳିକାଣ୍ଡରେ ୫…

52 mins ago