ସାବଧାନ୍ : ଠକାମୀର ନୂଆ ତରିକା, ଆପଣଙ୍କ ମୋବାଇଲ୍ SIM ମାଧ୍ୟମରେ ହିଁ ଗୋଟିଏ ମିନିଟରେ ଖାଲି ହୋଇଯିବ ଆକାଉଂଟ୍

ଅନେକ ପ୍ରକାର ବ୍ୟାଙ୍କ ଠକାମୀର କଥା ଶୁଣିଥିବେ ଆପଣମାନେ  ।  କେତେବେଳେ  ବ୍ୟାଙ୍କରୁ  ଟଂକା ଗାୟବ ହୋଇଯାଉଛି ତ କେତେବେଳେ ଏଟିଏମ ରୁ ଟଙ୍କା ଉଠାଇଲାବେଳକୁ  ଆକାଉଂଟ ରେ  ଟଙ୍କା  ଶୂନ । କିନ୍ତୁ ଆଜିକାଲି ହ୍ୟାକରମାନେ  ଏକ ନୂଆ  ତରିକା ଆପଣେଇ ବ୍ୟାଙ୍କରୁ ଟଙ୍କା କରୁଛନ୍ତି ଗାୟବ । ଏଣିକି ଦୁର୍ବୃତ ମାନେ  ଗ୍ରାହକମାନଙ୍କୁ  କଲ  କରି  ନିଜର ସିମ୍  ଅପଡେଟ୍  ବାହାନାରେ ଖାଲି କରିଦେଉଛନ୍ତି ଆକାଉଂଟ୍ ରିବା ପାଇଁ କହୁଛନ୍ତି । ଯେଉଁ  ଗ୍ରାହକ ଏହାକୁ  ଅଣଦେଖା  କରୁଛନ୍ତି  ସେମାନଙ୍କୁ  କଲ  କରି ସିମ ଡିଆକ୍ଟିଭେଟେ  କରିବାର ଭୟ ଦେଖାଉଛନ୍ତି  |

ନିକଟରେ ଦିଲ୍ଲୀର  ଏକ ସ୍ଥାନରେ ଏହିଭଳି ଘଟଣା  ଦେଖିବାକୁ ମିଳିଛି | ଜଣେ ଯୁବକଙ୍କୁ ସିମ୍ ସ୍ବାପିଙ୍ଗ୍ ଜରଆରେ ୪ ଲକ୍ଷ ଟଙ୍କା ଚୂନା ମାରିଛନ୍ତି ଦୁର୍ବୃତ୍ତ । ସେହିପରି ଏହା ପୂର୍ବରୁ ସମାନ ଘଟଣା ଦେଖିବାକୁ ମିଳିଥିଲା ପୁଣେରେ  । ଯେଉଁଠାରେ ଜଣେ ଯୁବକଙ୍କ ଆକାଉଂଟରୁ ୧ ଲକ୍ଷ ଟଙ୍କା ଗାୟବ ହୋଇଯାଇଥିଲା ।

ଯଦି ଆପଣଂକ  ପାଖକୁ  କିଛି ଏଭଳି କଲ  ଆସୁଥାଏ  ତେବେ ଏଭଳି  କଲରୁ  ଦୁରେଇ ରୁହନ୍ତୁ  | କାହିଁକିନା  ଆପଣଙ୍କ  ଟିକେ ଅସାବଧନତା  ଯୋଗୁଁ  ଆପଣଙ୍କୁ  ବହୂ ମୂଲ୍ୟ  ଦେବାକୁ  ପଡିବ | ଯଦି  ବେଳହୁଁ ସାବଧାନ ରହିବା  ତାହେଲେ  ଠକାମୀ  କେବେ ପାଖ ମାଡ଼ିବ ନାହିଁ |

କଣ ଏହି ସିମ୍ ସ୍ବାପ୍ :

ସିମ୍ ସ୍ବାପର ଅର୍ଥ ହେଉଛି ସିମ୍ ଏକ୍ସେଚେଞ୍ଜ । ଏହା ଦ୍ବାରା ଆପଣଙ୍କ ଫୋନ ନମ୍ବରରୁ ଗୋଟିଏ ନୂଆ ସିମର ରେଜିଷ୍ଟ୍ରେସନ୍ କରିନିଆଯାଇଥାଏ । ଏପରି କଲେ ଆପଣଙ୍କ ସିମ୍ କାର୍ଡ ତୁରନ୍ତ କାମ କରିବା ବନ୍ଦ ହୋଇଯାଏ । ଏହା ସହ ସିଗନାଲ୍ ମଧ୍ୟ ଆସିବା ମଧ୍ୟ ବନ୍ଦ ହୋଇଯାଏ । ଆଉ ଏହା ଏତେ ଶୀଘ୍ର ହୋଇଯାଏ ଯେ ଆପଣ ଜାଣିପାରିବେନି କଣ ହେଲା ଆପଣଙ୍କ ସହ । ଏହା ଭିତରେ ହ୍ଯାକର୍ ଆପଣଙ୍କ ନମ୍ବରରୁ ରେଜିଷ୍ଟର ହୋଇଥିବା ଦ୍ବିତୀୟ ସିମରେ ଆସିଥିବା ଓଟିପିକୁ ବ୍ଯବହାର କରି ଆକାଉଂଟରୁ ଟଙ୍କା ଟ୍ରାନ୍ସଫର୍ କରିନେଇଥାନ୍ତି ।

କେମିତି ହୋଇଥାଏ ସିମ୍ ସ୍ବାପିଙ୍ଗ୍ :

ସିମ୍ ସ୍ବପିଙ୍ଗର ଆରମ୍ଭ ହୋଇଥାଏ ଏକ କଲରୁ । ଯେଉଁଥିରେ କଲର ନିଜକୁ ଟେଲିକମ୍ କମ୍ପାନୀର ଏକଜିକ୍ଯୁଟିଭ୍ ବୋଲି ଦାବି କରିଥାଏ । ସିମ୍ ଅପଡେଟ୍ କରିବା ବାହାନାରେ ଅନେକ ତଥ୍ଯ ମାଗିଥାନ୍ତି । ଯେଉଁଥିରେ ଆପଣଙ୍କ ସିମର ୨୦ ଡିଜିଟର ୟୁନିକ୍ ନମ୍ବର ମାଗିଥାନ୍ତି । ୟୁନିକ୍ ନମ୍ବର ଦେବା ପରେ ବ୍ଯକ୍ତି ଜଣକ ଆପଣଙ୍କୁ ୧ ପ୍ରେସ୍ କରିବାକୁ କହିଥାଏ । ଯାହା ଦ୍ବାରା ସିମ୍ ସ୍ବାପ୍ ପ୍ରୋସେସ୍ ପୁରା ହୋଇଯାଏ  ।ଏହାରି ମଧ୍ୟରେ ଖାଲି ହୋଇଯିବ ଆପଣଙ୍କ ଆକାଉଂଟ୍ ।

KNews Bureau

Recent Posts

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

5 mins ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

7 mins ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

13 mins ago

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

22 mins ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପୁଣି ଝଟକା, ଇଡି ପରେ ସିବିଆଇ କଲା ଗିରଫ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…

22 mins ago

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

40 mins ago