ସ୍ପେଶାଲ

ରବର ଚାଷ କରି ଆପଣ ବି ହୋଇପାରିବେ ମାଲାମାଲ, ଦେଖନ୍ତୁ କେମିତି ପ୍ରସ୍ତୁତ ହୁଏ ରବର

ମୟୁରଭଞ୍ଜ ଜିଲ୍ଲାର ପ୍ରାକୃତିକ ପରିବେଶ ପାଇଁ ବେଶ ଉପଯୋଗୀ ହେଉଛି ରବର ଚାଷ । ଆଉ ମୟୁରଭଞ୍ଜ ଜିଲ୍ଲାରେ ଅମଳ ହେଉଥିବା ରବରର ରାଜ୍ୟ ତଥା ରାଜ୍ୟ ବାହାରେ ବେଶ ଚାହିଦା ରହିଛି । ତାହେଲେ ଆସନ୍ତୁ ଆଜି ଆମେ ଜାଣିବା ରବର ଚାଷ କେମିତି ପ୍ରସ୍ତୁତ କରାଯାଏ ଆଉ ଏହାର ଚାହିଦା ବିଷୟରେ।

ମୟୁରଭଞ୍ଜ ଜିଲ୍ଲା ପ୍ରାକୃତିକ ସମ୍ପଦରେ ଭରପୂର ରହିଛି । ଏହି ପ୍ରାକୃତିକ ପରିବେଶ ଭିତରେ ରବର ଚାଷ ବେଶ ଉପଯୋଗୀ ହେଇପାରିଛି । ଅଳ୍ପ ଖର୍ଚ୍ଚରେ ବେଶି ଲାଭ ମିଳିଥିବାରୁ ରବର ଚାଷର ବେଶ ଚାହିଦା ରହିଛି ମୟୁରଭଞ୍ଜ ଜିଲ୍ଲାରେ । ଏହି ଜିଲ୍ଲାର ରରୁଆଁ ବ୍ଳକର କେଶ୍ୱରୀ ଗ୍ରାମରେ OFDC ସଂସ୍ଥା ପକ୍ଷରୁ ୧୪ ହେକ୍ଟର ଜମିରେ ରବର ପ୍ରକଳ୍ପ ଆରମ୍ଭ କରାଯାଇଥିଲା । ଏଠାରେ ୬୦୦୦ ହଜାର ରବର ଗଛ ଲଗା ଯାଇଥିବା ବେଳେ, ବର୍ତ୍ତମାନ ରକ୍ଷଣା ବେକ୍ଷଣା ଅଭାବ ସହିତ ବନ୍ୟା ବାତ୍ୟା ଯୋଗୁଁ ବହୁ ଗଛ ନଷ୍ଟ ହଇ ଯାଇଥିଲେ ବି ଏହାର ବେଶ ଚାହିଦା ରହିଛି । ପ୍ରତ୍ୟେକ ଦିନ ଏଠାରେ ବର୍ତ୍ତମାନ ୫୦/୬୦ କିଲୋ କଞ୍ଚାମାଲ ପ୍ରସ୍ତୁତ ହେଉଥିବା ବେଳେ ପୂର୍ବରୁ ୨/୩ କୁଇଣ୍ଟାଲରୁ ଉର୍ଦ୍ଧ୍ବ କଞ୍ଚାମାଲ ଏଠାରେ ପ୍ରତ୍ୟେକ ଦିନ ଅମଳ ହେଉଥିଲା । ବର୍ତ୍ତମାନ ଗଛର ବୟସ ବଢ଼ିବା ସହିତ ବହୁ ଗଛ ନଷ୍ଟ ହଇ ଯାଇଥିବାରୁ ଅମଳ କମି ଯାଇଛି ।

ରବର ଗଛ ଏକ ଏଭଳି ଲାଭ ଦାୟକ ଗଛ ଯାହା ୨୫ ରୁ ୩୦ ବର୍ଷ ପର୍ଯ୍ୟନ୍ତ ଅନବରତ ରୋଜଗାର ଦେଇଥାଏ । ରବର ଗଛକୁ ହାଲୁକା ରାମ୍ପି ଦେବା ପରେ ତା ତଳେ ଏକ ଗିନା ରଖିଦିଆଯାଏ। ରବର ଗଛର କ୍ଷୀର ଆସି ଗିନାରେ ପଡିଥାଏ। ଏହାପରେ ପ୍ରାୟ ୨/୩ ଘଣ୍ଟା ପରେ ଗିନାରେ ଭର୍ତ୍ତି ହୋଇଥିବା କ୍ଷୀରକୁ ଅଫିସକୁ ନିଆଯାଏ କ୍ଷୀର ସଂଗ୍ରହ ପାଇଁ। କ୍ଷୀରକୁ ଟ୍ରେ ରେ ରଖି ସେଥିରେ କିଛି ପାଣି ଆଉ ୧୦୦ ଗ୍ରାମ ଏସିଡ ମିଶେଇ କିଛି ଘଣ୍ଟା ରଖିଲା ପରେ ରବରଟି ଏକ ସ୍ତର ହେଇ ବସି ଯାଏ । ଏହାପରେ ମେସିନ ସାହାଯ୍ୟ ରେ ଚାପ ଦେଇ ପାଣି ବାହାର କରିଦିଆଯାଏ। ରବରକୁ ଶୁଖାଇବା ପାଇଁ ନିଆଁ ଧୂଆଁ ଦିଆଯାଏ ସମ୍ପୁର୍ଣ୍ଣ ଶୁଖିବାକୁ। ଧୂଆଁରେ ଶୁଖିବା ପରେ ଯାଇ ରବର ବିକ୍ରି ପାଇଁ ଉପଯୋଗୀ ହୋଇଥାଏ। ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଗୋଟିଏ ଗଛ ରେ ଲକ୍ଷ ଲକ୍ଷ ଟଙ୍କା ରୋଜଗାର ଦେଇଥାଏ । ଯାହା ଫଳରେ ଏବେ ଲୋକେ ରବର ଚାଷ କରିବା ପାଇଁ ଆକୃଷ୍ଟ ହେଲେଣି ।

ରବର ଏକ ଏପରି ଜିନିଷ ଯାହା ସବୁ କ୍ଷେତ୍ରରେ ବ୍ୟବହାର ପାଇଁ ଏବେ ଦରକାର ପଡୁଛି । ଛୁଆଙ୍କ ପାଠ ପଢିବା ବେଳର ରବର ହେଉ କିମ୍ବା ରାସ୍ତାରେ ଗାଡି ଚାଲିଲା ବେଳର ଟାଇୟାର ହଉ ସବୁ କ୍ଷେତ୍ରରେ ରବର ବ୍ୟବହାର ହେଉଛି ।ଯାହା ଫଳରେ ଏବେ ରବର ଚାଷ ଏକ ଲାଭ ଦାୟକ ଚାଷ ହୋଇଯାଇଛି।। ବର୍ତ୍ତମାନ ମୟୁରଭଞ୍ଜ ଜିଲ୍ଲାର ବହୁ ଜାଗାରେ ରବର ପ୍ରକଳ୍ପ ସରକାରୀ ବେସରକାରୀ ଭାବେ ଆରମ୍ଭ ହେଲାଣି ଯାହା ଆଗାମୀ ଦିନରେ ବେଶ ସଫଳତା ଆଣିଦେବ ଜିଲ୍ଲାପାଇଁ । ତେବେ ସରକାରଙ୍କ ପକ୍ଷରୁ ଯଦି ଆଉ କିଛି କିଛି ଆର୍ଥିକ ସାହାଯ୍ୟ ଯୋଗାଇ ଦିଆଯାନ୍ତା, ତାହେଲେ ଆଗକୁ ଏଇ ରବର ପ୍ରକଳ୍ପ ପାଇଁ ଆହୁରି ଆଗ୍ରହୀ ହୁଅନ୍ତେ ସାଧାରଣ ଲୋକେ।

Pritiparna

Recent Posts

ଡାକ୍ତରଖାନାରେ ଶିଶୁକୁ ଚୋରି କରି ନେବା ବେଳେ ଧରିଲେ ଡାକ୍ତରଖାନାର ସୁରକ୍ଷାକର୍ମୀ

ସୁବର୍ଣ୍ଣପୁର(କେନ୍ୟୁଜ୍‌) : ପୁଣି ସାମ୍ନାକୁ ଆସିଲା ପିଲାଚୋରି ଅଭିଯୋଗ । ପୂର୍ବରୁ ଏପରି ଘଟଣା ଅନେକ ଥର ଆମ ସାମ୍ନାକୁ…

24 mins ago

ଓଡିଆ ପଣ୍ଡିତଙ୍କୁ ଗଙ୍ଗା ଘାଟ ଛାଡିବାକୁ ବାଧ୍ୟ କରାଯାଉଛି, ଚିନ୍ତାରେ ବର୍ଷ ବର୍ଷ ଧରି ରହିଆସୁଥିବା ଓଡିଆ ବ୍ରାହ୍ମଣ

କୋଲକାତା (କେନ୍ୟୁଜ) : ପୁଣ୍ୟତୋୟା ଗଙ୍ଗା ଘାଟଗୁଡ଼ିକ ଧର୍ମ ସଂସ୍କୃତି ଓ ଆସ୍ଥାର ପ୍ରମୁଖ ସ୍ଥଳୀ ଭାବରେ ପରିଚିତି ଲାଭ…

1 hour ago

ଘରେ କଳାକନା ବୁଲାଇ ୨୫ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଓ ଆସବାବ ପତ୍ର ନେଇଗଲେ ଚୋର

ତାଳଚେର (କେନ୍ୟୁଜ) : ଯଦି ଆପଣ କେବେ ନିଜ ଘର ତାଲା ପକାଇ ବନ୍ଧୁ ଘର କିମ୍ବା ସମ୍ପର୍କୀୟଙ୍କ ଘରକୁ…

1 hour ago

କଳିଙ୍ଗ ଷ୍ଟାଡିୟମ କ୍ରୀଡ଼ା ଭିତ୍ତିଭୂମିର ସମୀକ୍ଷା କଲେ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ

ଭୁବନେଶ୍ୱର(କେନ୍ୟୁଜ୍‌): କ୍ରୀଡ଼ା ଓ ଯୁବସେବା ମାନ୍ୟବର ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୁରଜ ଆଜି କଳିଙ୍ଗ ଷ୍ଟାଡିୟମ ଗସ୍ତ କରି ରାଜ୍ୟର…

2 hours ago

ଭୋଜି ଖାଇ ଫେରୁଥିଲେ ହେଲେ ଏକାସାଥିରେ ଆରପାରିକୁ ଚାଲିଗଲେ ଚାରି ସାଙ୍ଗ

ନୂଆପଡା (କେନ୍ୟୁଜ) : ଭୋଜି ଖାଇ ସାଙ୍ଗ ହୋଇ ଫେରୁଥିଲେ ଏହି ୪ ଜଣ ସାଙ୍ଗ । ଏମାନେ ୪…

2 hours ago

ଆଜି ସାରା ବିଶ୍ୱ ପାଳିଲା ‘ଆର୍ଟ ଅଫ୍ ଗିଭିଂ’ ଦିବସ

ଭୁବନେଶ୍ୱର(କେନ୍ୟୁଜ୍‌): ଜୁନ୍ ୧୭ ତାରିଖରେ ଭାରତ ସମେତ ବିଶ୍ୱର ୨୦୦ଟି ଦେଶର ୨୫ହଜାର ସ୍ଥାନରେ ୧୧ଶ ଅନ୍ତର୍ଜାତୀୟ ‘ଆର୍ଟ ଅଫ୍…

2 hours ago