Below header

ରବର ଚାଷ କରି ଆପଣ ବି ହୋଇପାରିବେ ମାଲାମାଲ, ଦେଖନ୍ତୁ କେମିତି ପ୍ରସ୍ତୁତ ହୁଏ ରବର

ମୟୁରଭଞ୍ଜ ଜିଲ୍ଲାର ପ୍ରାକୃତିକ ପରିବେଶ ପାଇଁ ବେଶ ଉପଯୋଗୀ ହେଉଛି ରବର ଚାଷ । ଆଉ ମୟୁରଭଞ୍ଜ ଜିଲ୍ଲାରେ ଅମଳ ହେଉଥିବା ରବରର ରାଜ୍ୟ ତଥା ରାଜ୍ୟ ବାହାରେ ବେଶ ଚାହିଦା ରହିଛି । ତାହେଲେ ଆସନ୍ତୁ ଆଜି ଆମେ ଜାଣିବା ରବର ଚାଷ କେମିତି ପ୍ରସ୍ତୁତ କରାଯାଏ ଆଉ ଏହାର ଚାହିଦା ବିଷୟରେ।

ମୟୁରଭଞ୍ଜ ଜିଲ୍ଲା ପ୍ରାକୃତିକ ସମ୍ପଦରେ ଭରପୂର ରହିଛି । ଏହି ପ୍ରାକୃତିକ ପରିବେଶ ଭିତରେ ରବର ଚାଷ ବେଶ ଉପଯୋଗୀ ହେଇପାରିଛି । ଅଳ୍ପ ଖର୍ଚ୍ଚରେ ବେଶି ଲାଭ ମିଳିଥିବାରୁ ରବର ଚାଷର ବେଶ ଚାହିଦା ରହିଛି ମୟୁରଭଞ୍ଜ ଜିଲ୍ଲାରେ । ଏହି ଜିଲ୍ଲାର ରରୁଆଁ ବ୍ଳକର କେଶ୍ୱରୀ ଗ୍ରାମରେ OFDC ସଂସ୍ଥା ପକ୍ଷରୁ ୧୪ ହେକ୍ଟର ଜମିରେ ରବର ପ୍ରକଳ୍ପ ଆରମ୍ଭ କରାଯାଇଥିଲା । ଏଠାରେ ୬୦୦୦ ହଜାର ରବର ଗଛ ଲଗା ଯାଇଥିବା ବେଳେ, ବର୍ତ୍ତମାନ ରକ୍ଷଣା ବେକ୍ଷଣା ଅଭାବ ସହିତ ବନ୍ୟା ବାତ୍ୟା ଯୋଗୁଁ ବହୁ ଗଛ ନଷ୍ଟ ହଇ ଯାଇଥିଲେ ବି ଏହାର ବେଶ ଚାହିଦା ରହିଛି । ପ୍ରତ୍ୟେକ ଦିନ ଏଠାରେ ବର୍ତ୍ତମାନ ୫୦/୬୦ କିଲୋ କଞ୍ଚାମାଲ ପ୍ରସ୍ତୁତ ହେଉଥିବା ବେଳେ ପୂର୍ବରୁ ୨/୩ କୁଇଣ୍ଟାଲରୁ ଉର୍ଦ୍ଧ୍ବ କଞ୍ଚାମାଲ ଏଠାରେ ପ୍ରତ୍ୟେକ ଦିନ ଅମଳ ହେଉଥିଲା । ବର୍ତ୍ତମାନ ଗଛର ବୟସ ବଢ଼ିବା ସହିତ ବହୁ ଗଛ ନଷ୍ଟ ହଇ ଯାଇଥିବାରୁ ଅମଳ କମି ଯାଇଛି ।

rabarରବର ଗଛ ଏକ ଏଭଳି ଲାଭ ଦାୟକ ଗଛ ଯାହା ୨୫ ରୁ ୩୦ ବର୍ଷ ପର୍ଯ୍ୟନ୍ତ ଅନବରତ ରୋଜଗାର ଦେଇଥାଏ । ରବର ଗଛକୁ ହାଲୁକା ରାମ୍ପି ଦେବା ପରେ ତା ତଳେ ଏକ ଗିନା ରଖିଦିଆଯାଏ। ରବର ଗଛର କ୍ଷୀର ଆସି ଗିନାରେ ପଡିଥାଏ। ଏହାପରେ ପ୍ରାୟ ୨/୩ ଘଣ୍ଟା ପରେ ଗିନାରେ ଭର୍ତ୍ତି ହୋଇଥିବା କ୍ଷୀରକୁ ଅଫିସକୁ ନିଆଯାଏ କ୍ଷୀର ସଂଗ୍ରହ ପାଇଁ। କ୍ଷୀରକୁ ଟ୍ରେ ରେ ରଖି ସେଥିରେ କିଛି ପାଣି ଆଉ ୧୦୦ ଗ୍ରାମ ଏସିଡ ମିଶେଇ କିଛି ଘଣ୍ଟା ରଖିଲା ପରେ ରବରଟି ଏକ ସ୍ତର ହେଇ ବସି ଯାଏ । ଏହାପରେ ମେସିନ ସାହାଯ୍ୟ ରେ ଚାପ ଦେଇ ପାଣି ବାହାର କରିଦିଆଯାଏ। ରବରକୁ ଶୁଖାଇବା ପାଇଁ ନିଆଁ ଧୂଆଁ ଦିଆଯାଏ ସମ୍ପୁର୍ଣ୍ଣ ଶୁଖିବାକୁ। ଧୂଆଁରେ ଶୁଖିବା ପରେ ଯାଇ ରବର ବିକ୍ରି ପାଇଁ ଉପଯୋଗୀ ହୋଇଥାଏ। ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଗୋଟିଏ ଗଛ ରେ ଲକ୍ଷ ଲକ୍ଷ ଟଙ୍କା ରୋଜଗାର ଦେଇଥାଏ । ଯାହା ଫଳରେ ଏବେ ଲୋକେ ରବର ଚାଷ କରିବା ପାଇଁ ଆକୃଷ୍ଟ ହେଲେଣି ।

ରବର ଏକ ଏପରି ଜିନିଷ ଯାହା ସବୁ କ୍ଷେତ୍ରରେ ବ୍ୟବହାର ପାଇଁ ଏବେ ଦରକାର ପଡୁଛି । ଛୁଆଙ୍କ ପାଠ ପଢିବା ବେଳର ରବର ହେଉ କିମ୍ବା ରାସ୍ତାରେ ଗାଡି ଚାଲିଲା ବେଳର ଟାଇୟାର ହଉ ସବୁ କ୍ଷେତ୍ରରେ ରବର ବ୍ୟବହାର ହେଉଛି ।ଯାହା ଫଳରେ ଏବେ ରବର ଚାଷ ଏକ ଲାଭ ଦାୟକ ଚାଷ ହୋଇଯାଇଛି।। ବର୍ତ୍ତମାନ ମୟୁରଭଞ୍ଜ ଜିଲ୍ଲାର ବହୁ ଜାଗାରେ ରବର ପ୍ରକଳ୍ପ ସରକାରୀ ବେସରକାରୀ ଭାବେ ଆରମ୍ଭ ହେଲାଣି ଯାହା ଆଗାମୀ ଦିନରେ ବେଶ ସଫଳତା ଆଣିଦେବ ଜିଲ୍ଲାପାଇଁ । ତେବେ ସରକାରଙ୍କ ପକ୍ଷରୁ ଯଦି ଆଉ କିଛି କିଛି ଆର୍ଥିକ ସାହାଯ୍ୟ ଯୋଗାଇ ଦିଆଯାନ୍ତା, ତାହେଲେ ଆଗକୁ ଏଇ ରବର ପ୍ରକଳ୍ପ ପାଇଁ ଆହୁରି ଆଗ୍ରହୀ ହୁଅନ୍ତେ ସାଧାରଣ ଲୋକେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.