କେନ୍ଦୁଝର: ସ୍କୁଲ ପରିସରରେ ପଶିଲା ଭାଲୁ, ଆକ୍ରମଣରେ ତିନି ଗୁରୁତର

କେନ୍ଦୁଝର(କେନ୍ୟୁଜ୍):  ସ୍କୁଲ ପରିସରରେ ପଶିଲା ଭାଲୁ। ଆକ୍ରମଣରେ ତିନି ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଆହତଙ୍କ ମଧ୍ୟରେ ଜଣେ ଶିକ୍ଷକ ଓ ୨ଜଣ ଗ୍ରାମବାସୀ ରହିଛନ୍ତି। ଆଜି ସକାଳୁ ପ୍ରଧାନ ଶିକ୍ଷକ ସ୍କୁଲକୁ ଆସିବା ବେଳେ କେନ୍ଦୁଝର ନରଣପୁର ବିଦ୍ୟାଳୟରେ ଭାଲୁଟି ଶୋଇଥିଲା।

ହଠାତ ଶିକ୍ଷକଙ୍କୁ ଆକ୍ରମଣ କରି ବାହାରକୁ ପଲାଇଥିଲା। ଏହାପରେ ଗାଁର ଅନ୍ୟ ୨ଜଣଙ୍କୁ ଆକ୍ରମଣ କରି ଜଙ୍ଗଲ ଭିତରକୁ ଚାଲିଯାଇଛି । ଭାଲୁର ଗତିବିଧି ଉପରେ ବନବିଭାଗ ନଜର ରଖିଛି ।

Leave A Reply

Your email address will not be published.