ଭଡ଼ାଟିଆକୁ ମିଳିଲା ଆଶ୍ବସ୍ତି, ଏଣିକି ମନଇଚ୍ଛା ଭଡ଼ା ବଢାଇପାରିବେନି ଘର ମାଲିକ

ଆଉ ଚାଲିବନି ଘର ମାଲିକଙ୍କ ମନମାନି। ଘର ମାଲିକ ବଢାଉଥିବା ଭଡ଼ା ଉପରେ ରୋକ୍ ଲଗାଇଛନ୍ତି ସରକାର। ଉତ୍ତର ପ୍ରଦେଶ ଯୋଗୀ ସରକାରଙ୍କ କ୍ୟାବିନେଟରେ ନୂଆ ଘରଭଡା (ଟିନାଣ୍ଟ) ଆଇନକୁ ମଞ୍ଜୁରୀ ମିଳିଛି । ଏହି ନିୟମ ଅନୁସାରେ ଘର ମାଲିକ ଏବେ ମନମାନି କରି ଘରଭଡା ବଢାଇପାରିବନି। ଏଥିରେ ଭଡାଟିଆଙ୍କୁ ବହୁତ ଆଶ୍ୱସ୍ତି ମିଳିବ । ଏହି ନିୟମ ଫଳରେ ଘର ମାଲିକ ଓ ଭଡାଟିଆଙ୍କ ମଧ୍ୟରେ ହେଉଥିବା ବିବାଦ ମଧ୍ୟ କମ୍ ହେବ।

ଘର ମାଲିକ ଓ ଭଡାଟିଆଙ୍କ ମଧ୍ୟରେ ଅନେକ ସମୟରେ ଘର ବାବଦରେ ଭଡ଼ାକୁ ନେଇ ପାଟିତୁଣ୍ଡ ଲାଗିଥାଏ । ଏହାକୁ କମ୍ କରିବା ପାଇଁ ଯୋଗୀ ସରକାର ଏହି ନିୟମରେ ସାମାନ୍ୟ ପରିବର୍ତ୍ତନ ଆଣିଛନ୍ତି । ଶନିବାର କ୍ୟାବିନେଟ୍ ବାଇ ସର୍କୁଲେସନ ଜରିଆରେ ଏହାକୁ ମଞ୍ଜୁରି ଦେଇଛି ।

rent

ଏହି ଅଧ୍ୟାଦେଶ ଜରିଆରେ କୌଣସି ବି ଘର ମାଲିକ ବିନା ଏଗ୍ରିମେଣ୍ଟରେ ନିଜ ଘର କାହାକୁ ଭଡାରେ ଦେଇପାରିବନି । ଘର ମାଲିକ ଓ ଭଡାଟିଆ ମଧ୍ୟରେ କୌଣସି ବି ବିବାଦର ସମାଧାନ ପାଇଁ ରେଣ୍ଟ ଅଥୋରିଟି ଏବଂ ରେଣ୍ଟ ଟ୍ରିବ୍ଯୁନାଲର ନିୟମ କରାଯାଇଛି । ସର୍ବାଧିକ ୬୦ ଦିନ ଭିତରେ ଏହାର ସମାଧାନ କରାଯିବ । ଏହା ବ୍ୟତୀତ ଏହି ଅଧ୍ୟାଦେଶ ଅନୁସାରେ କୌଣସି ଘର ମାଲିକ ମନଇଛା ଭଡା ବଢାଇ ପାରିବେନି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.