ସ୍ପେଶାଲ

ସୋମବାର ଦିନ କରନ୍ତୁ ନାହିଁ ଏମିତି ଭୁଲ୍‌; ବିଧି ଅନୁଯାୟୀ କରନ୍ତୁ ଶିବ ପୂଜା, ମିଳିବ ମନ ମୁତାବକ ଫଳ

ଆଜି ସୋମବାର । ଧାର୍ମିକ ମାନ୍ୟତା ଅନୁସାରେ, ସୋମବାର ଦିନ ଭଗବାନ ଶିବଙ୍କୁ ସମର୍ପିତ । ଅନେକ ଲୋକ ସୋମବାର ଦିନ ଭଗବାନ ଶିବଙ୍କ ପୂଜା ଏବଂ ବ୍ରତ ମଧ୍ୟ କରିଥାନ୍ତି। କୁହାଯାଏ, ଯେଉଁ ବ୍ୟକ୍ତି ସୋମବାର ଦିନ ଭଗବାନ ଶିବ ଏବଂ ତାଙ୍କ ପରିବାରକୁ ପୂଜା କରିଥାନ୍ତି, ତା’ ଦ୍ୱାରା ଭଗବାନ ଶିବ ବହୁତ ପ୍ରସନ୍ନ ହୋଇଥାନ୍ତି। ବ୍ରତ କରୁଥିବା ବ୍ୟକ୍ତିଙ୍କ ସମସ୍ତ ମନୋକାମନା ପୂର୍ଣ୍ଣ ହୋଇଥାଏ। ଏହାଛଡା ସୋମବାର ବ୍ରତ ଏବଂ ପୂଜା କରିବା ଦ୍ୱାରା ବ୍ୟକ୍ତି ଜୀବନରେ ସମସ୍ତ ଦୁଃଖ, ରୋଗ, କଳି, ଆର୍ଥିକ ସମସ୍ୟାରୁ ମୁକ୍ତି ମିଳିଥାଏ। ଭଗବାନ ଶିବଙ୍କ ବ୍ରତ କୁଆଁରୀ କନ୍ୟାଙ୍କ ପାଇଁ ଫଳଦାୟୀ ହୋଇଥାଏ। ତେବେ ଆପଣ ଭୁଲ୍‌ରେ ମଧ୍ୟ ସୋମବାର ଦିନ ଏମିତି ସବୁ ଭୁଲ୍‌ କରିବା ଉଚିତ ନୁହେଁ ।

ସୋମବାର ଦିନ କ’ଣ କରିବା ଏବଂ ନ କରିବା ଉଚିତ :

– ସୋମବାର ଦିନ ପୂଜା କରିବା ସମୟରେ କେବେ ବି କଳା ବସ୍ତ୍ର ଧାରଣ କରନ୍ତୁ ନାହିଁ ।

– ସୋମବାର ଦିନ କୌଣସି ଭୁଲ କାମ କିମ୍ବା ଅନୈତିକ କାମ କରିବା ଉଚିତ ନୁହେଁ ।

– ଏହିଦିନ ଜୁଆ ଖେଳିବାରୁ ନିବୃତ୍ତ ରୁହନ୍ତୁ, ଚୋରି କରନ୍ତୁ ନାହିଁ, ପର ସ୍ତ୍ରୀ ଉପରେ ନଜର ପକାନ୍ତୁ ନାହିଁ ।

– ଭଗବାନ ଶିବଙ୍କ ପୂଜାରେ ତୁଳସୀ ବ୍ୟବହାର କରନ୍ତୁ ନାହିଁ ।

– ଶିବଙ୍କୁ ନଡିଆ ଚଢାଇବା ବହୁତ ଶୁଭ। କିନ୍ତୁ କେବେ ବି ଶିବଙ୍କ ନଡିଆ ପାଣି ଅର୍ପଣ କରିବା ଉଚିତ ନୁହେଁ ।

– ଶିବଙ୍କୁ ପୂଜାରେ ହଳଦୀ ଓ କୁଙ୍କୁମ କେବେ ବି ଚଢ଼ାନ୍ତୁ ନାହିଁ ।

– ଶିବଙ୍କୁ ପୁରୁଣା ବା ବାସୀ ଫୁଲ କେବେ ବି ଚଢ଼ାନ୍ତୁ ନାହିଁ ।

pc: pinterest

ସୋମବାର ପୂଜା ବିଧି :

ନାରଦ ପୁରାଣ ଅନୁସାରେ, ସୋମବାର ବ୍ରତରେ ବ୍ୟକ୍ତିଙ୍କୁ ସକାଳୁ ସ୍ନାନ କରି ଶିବଙ୍କୁ ଜଳ ଏବଂ ବେଲ ପତ୍ର ଅର୍ପଣ କରନ୍ତୁ । ଶିବ ଗୌରୀଙ୍କ ପୂଜା କରିବା ଜରୁରୀ । ଶିବ ପୂଜା କରିବା ଦିନ ସୋମବାର ବ୍ରତ କଥା ଜାଣିବା ଜରୁରୀ। ଏହା ପରେ ଗୋଟେ ସମୟରେ ଭୋଜନ କରିବା ଜରୁରୀ। ସାଧାରଣ ଭାବେ ସୋମବାର ବ୍ରତ ସନ୍ଧ୍ୟା ଯାଏଁ ରଖାଯାଏ ।

ସୋମବାର ଉପାୟ :

କୌଣସି ମନୋକାମନା ପୂର୍ଣ୍ଣ କରିବା ପାଇଁ ସୋମବର ଦିନ ସ୍ନାନ କରିବା ପରେ ମହାମୃତ୍ୟୁଞ୍ଜୟ ମନ୍ତ୍ର ୧୦୮ ଥର ଜପ କରନ୍ତୁ ।

ସୋମବାର ଦିନ କରାଯାଉଥିବା ପୂଜାରେ ବେଲ ପତ୍ର, ଅକ୍ଷତ, ଚନ୍ଦନ, ଦୁର୍ଦ୍ଦରା ଫୁଲ ଇତ୍ୟାଦି ଦେବା ଜରୁରୀ। ଏହା ଦ୍ୱାରା ଭଗବାନ ଶିବ ଜଲଦି ପ୍ରସନ୍ନ ହୋଇ ଇଚ୍ଛା ପୂର୍ଣ୍ଣ କରନ୍ତି।

ଯେଉଁମାନଙ୍କର ବିବାହ ହୋଇପାରୁନାହିଁ, ବିବାହ ପାଇଁ ସମସ୍ୟା ଦେଖାଯାଉଛି। ସେମାନେ ସୋମବାର ଦିନ ସକାଳୁ ଜଲଦି ଉଠି ସ୍ନାନ କରିବା ପରେ ଭଗବାନ ଶିବଙ୍କ ପୂଜା କରିବା ଜରୁରୀ। ଏହା ପରେ ଅଭିଷେକ କରିବା ଉଚିତ। ଏହାଦ୍ୱାରା ସବୁ ସମସ୍ୟା ଖୁବଶୀଘ୍ର ଦୂର ହେବ ।

Swagatika

Recent Posts

ହଜାର ହଜାର ପ୍ରଦର୍ଶନକାରୀ କେନିଆ ସଂସଦରେ ଲଗାଇଦେଲେ ନିଆଁ, ଭାରତ ନିଜ ନାଗରିକଙ୍କ ପାଇଁ ଜାରି କଲା ଆଡ୍‌ଭାଇଜରୀ

ସରକାରଙ୍କ ପ୍ରସ୍ତାବିତ ଟିକସ ବୃଦ୍ଧି ପ୍ରତିବାଦରେ କେନିଆରେ ହିଂସାତ୍ମକ ବିରୋଧ ପ୍ରଦର୍ଶନ ହେଉଛି । ଏହି ହିଂସାରେ ନାଇରୋବିରେ ୫…

1 min ago

କଟକରେ ଯାନବାହନ ସୁରକ୍ଷିତ ଚଳାଚଳ ଓ ପାର୍କିଂ ପାଇଁ କିଛି ରାସ୍ତାକୁ NO PARKING ZONE ଘୋଷଣା

କଟକ: କଟକ ସହରରେ ଦୂର ହେବ ଟ୍ରାଫିକ ସମସ୍ୟା । ସହର ମଧ୍ୟରେ ଯାନବାହନର ସୁରକ୍ଷିତ ଚଳାଚଳ ଓ ପାର୍କିଂ…

9 mins ago

ଚାନ୍ଦବାଲି ପୋଲିସର ବର୍ବରତା: ଥାନା ଆଗରେ ମହିଳାଙ୍କୁ ନିର୍ଧୁମ ମାଡ଼

ଚାନ୍ଦବାଲି: ବର୍ବରତାର ସୀମା ଟପିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ପୋଲିସ୍ । ଯାହାର ଭିଜୁଆଲ୍ କ୍ୟାମେରାରେ କଏଦ ହୋଇଥିଲେ ସୁଦ୍ଧା…

34 mins ago

ଜାଣନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୧ ଟଙ୍କା ୦୫ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

43 mins ago

ଆସନ୍ତାକାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ

କାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ ।…

1 hour ago

ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମ୍ମନ୍ୱୟ ବୈଠକ

ପୁରୀ: ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମ୍ମନ୍ୱୟ ବୈଠକ । ପୁରୀ ପୌରସଦନ ଠାରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…

1 hour ago