ରାଜ୍ୟ

ମିଳୁନି ୪ ଅପହୃତଙ୍କ ପତ୍ତା, ସାମ୍ନାକୁ ଆସିଲା ସିସିଟିଭିରେ କଏଦ୍‌ ଏହି ଭିଜୁଆଲ୍

ଉମରକୋଟ(କେନ୍ୟୁଜ୍): କେଉଁଠି ସପନ ସରକାରଙ୍କ ପରିବାର? ନିଖୋଜ ଘଟଣାକୁ ଦୁଇ ଦିନ ବିତିଯାଇଥିଲେ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ପତ୍ତା ମିଳିନାହିଁ। ମିଳୁନି ୪ ଅପହୃତଙ୍କ ପତ୍ତା। ବାହାଘର ଭୋଜି ଖାଇ ଛତିଶଗଡ଼ରୁ ଫେରିବା ବେଳେ ଓଡ଼ିଶାର ୪ ଜଣଙ୍କୁ ଅପହରଣ । ଛତିଶଗଡ଼ରୁ ଫେରିବା ବାଟରେ କାଙ୍କେର ନିକଟରୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି ।

ଏମାନଙ୍କ ଭିତରେ ଅଛନ୍ତି ନବରଙ୍ଗପୁର ରାଇଘର ତହସିଲ ସୁପର ଭାଇଜର ସପନ ସରକାର, ତାଙ୍କ ପତ୍ନୀ, ଶଳା ଓ ଶଳାଙ୍କ ପଡୋଶୀ । ସମସ୍ତେ ଛତିଶଗଡ଼ରୁ କଣ୍ଡାଗାଁକୁ ସମ୍ପର୍କୀୟଙ୍କ ଘରକୁ ଫେରୁଥିବା ବେଳେ ନିଖୋଜ ରହିଛନ୍ତି । ୧୦ ତାରିଖ ରାତି ସାଢେ ୧୦ଟାରୁ ସେଠାରୁ ବାହାରିଥିଲେ ।

କାଙ୍କେରରୁ ଅଳ୍ପ ଦୂର ଆସିବା ପରେ ଏକ ପେଟ୍ରୋଲ ପମ୍ପରେ ତେଲ ପକାଇଥିଲେ। ଯାହାର ଫୁଟେଜ CCTVରେ କଏଦ୍‌ ହୋଇଛି। ତେବେ ଘରେ ନପହଞ୍ଚିବାରୁ ସପନଙ୍କ ପୁଅ କାଙ୍କେର ଥାନାରେ ଏତଲା ଦେଇଥିଲେ । ଅଭିଯୋଗ ପରେ ଖୋଳତାଡ କରୁଛି ପୋଲିସ । ଉମରକୋଟ ଆଇଆଇସି ସପନ ସରକାରଙ୍କ ଘରେ ପହଞ୍ଚି ତଦନ୍ତ କରୁଛନ୍ତି।

Sonalisa

Recent Posts

ଆଜି ଶ୍ରୀମୁଖ ଫିଟା ନୀତି, ଆସନ୍ତାକାଲିଠୁ ଫୁଲୁରି ତେଲ ଲାଗି ହୋଇ ସୁସ୍ଥ ଅନୁଭବ କରିବେ ମହାପ୍ରଭୁ

ପୁରୀ: ମହାପ୍ରଭୁଙ୍କ ଅନବସର ନୀତିର ଆଜି ପଞ୍ଚମ ଦିନ । ଚାଲିଛି ପ୍ରଭୁଙ୍କ ସେବା ପୂଜା । ଆଜି ମହାପ୍ରଭୁଙ୍କ…

5 mins ago

ରାଉରକେଲା ଲୋକୋ ପାଇଲଟଙ୍କୁ ଅପହରଣ ଘଟଣା, ୩ ଅଭିଯୁକ୍ତ ଗିରଫ

ରାଉରକେଲା : ରାଉରକେଲା ଲୋକୋ ପାଇଲଟଙ୍କୁ ଅପହରଣ ଘଟଣା । ୩ ଅଭିଯୁକ୍ତ ଗିରଫ । ଭୁବନେଶ୍ଵରରୁ ଗିରଫ କଲା…

14 mins ago

ହଜାର ହଜାର ପ୍ରଦର୍ଶନକାରୀ କେନିଆ ସଂସଦରେ ଲଗାଇଦେଲେ ନିଆଁ, ଭାରତ ନିଜ ନାଗରିକଙ୍କ ପାଇଁ ଜାରି କଲା ଆଡ୍‌ଭାଇଜରୀ

ସରକାରଙ୍କ ପ୍ରସ୍ତାବିତ ଟିକସ ବୃଦ୍ଧି ପ୍ରତିବାଦରେ କେନିଆରେ ହିଂସାତ୍ମକ ବିରୋଧ ପ୍ରଦର୍ଶନ ହେଉଛି । ଏହି ହିଂସାରେ ନାଇରୋବିରେ ୫…

16 mins ago

କଟକରେ ଯାନବାହନ ସୁରକ୍ଷିତ ଚଳାଚଳ ଓ ପାର୍କିଂ ପାଇଁ କିଛି ରାସ୍ତାକୁ NO PARKING ZONE ଘୋଷଣା

କଟକ: କଟକ ସହରରେ ଦୂର ହେବ ଟ୍ରାଫିକ ସମସ୍ୟା । ସହର ମଧ୍ୟରେ ଯାନବାହନର ସୁରକ୍ଷିତ ଚଳାଚଳ ଓ ପାର୍କିଂ…

23 mins ago

ଚାନ୍ଦବାଲି ପୋଲିସର ବର୍ବରତା: ଥାନା ଆଗରେ ମହିଳାଙ୍କୁ ନିର୍ଧୁମ ମାଡ଼

ଚାନ୍ଦବାଲି: ବର୍ବରତାର ସୀମା ଟପିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ପୋଲିସ୍ । ଯାହାର ଭିଜୁଆଲ୍ କ୍ୟାମେରାରେ କଏଦ ହୋଇଥିଲେ ସୁଦ୍ଧା…

49 mins ago

ଜାଣନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୧ ଟଙ୍କା ୦୫ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

58 mins ago