Categories: ସ୍ପେଶାଲ

‘ମୁଆଁ’ ଆମ ଓଡିଆ ଘରର ଏକ ଅନନ୍ୟ ପରମ୍ପରା, ଜାଣନ୍ତୁ ଧନୁ ସଂକ୍ରାନ୍ତି ଠାରୁ ମକର ସଂକ୍ରାନ୍ତି ପର୍ଯ୍ୟନ୍ତ କାହିଁକି ରହିଛି ଏହାର ମହତ୍ୱ

ଏବେ ମୁଆଁ ଖାଇବାର ଋତୁ । ଦୋକାନ ବଜାରରେ ଭଳିକି ଭଳି ମୁଆଁର ପସରା । ଆମ ଓଡିଶା ପରମ୍ପରା ଅନୁସାରେ ଧନୁ ସଂକ୍ରାନ୍ତି ଠାରୁ ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ଏହି ସମୟରେ ମୁଆଁ ଖାଇବା ଓ ଅନ୍ୟକୁ ଖୁଆଇବାର ଏକ ବିଶ୍ବାସ କେଉଁ ଆବାହନ ସମୟରୁ ଚଳିଆସୁଛି । ସବୁ ଓଡିଆ ଘରେ ଏହି ଋତୁରେ ଠାକୁରଙ୍କୁ ମୁଆଁ ଭୋଗ ଲାଗି କରାଯାଇଥାଏ ।

କିଛି ବିଷେଶଜ୍ଞ ମତ ଦିଅନ୍ତି ପୌଷ ମାସରେ, ଆମ ସୌର ମଣ୍ଡଳର ଗ୍ରହ ଉପଗ୍ରହଙ୍କ ସ୍ଥିତି,ଚଳନ ଓ ପରିବେଶର ଅବସ୍ଥାନୁଯାୟୀ ପ୍ରତ୍ୟକ ମଣିଷ ଅଧିକ ଖାଦ୍ୟ ଖାଇବାର ଆବଶ୍ଯକତା ରହିଛି। ସେହି ଦୃଷ୍ଟିରୁ ଖାଇଥିବା ଖାଦ୍ୟର ହଜମ ପାଇଁ ଗୁଡ ଭଳି ମିଠାର ଆବଶ୍ୟକତା ରହିଛି । ଯେହେତୁ ଖାଲି ଗୁଡ ଖାଇବା ସମସ୍ତଙ୍କ ପକ୍ଷେ ସମ୍ଭବ ନୁହେଁ । ତେଣୁ ଲିଆ ଦେହରେ ଗୁଡକୁ ମିଶାଇ ମୁଆଁ ତିଆରି କରାଯାଏ । ଯାହାକୁ ଗୁଡ ମୁଆଁ ବୋଲି କୁହାଯାଏ ।

ପରବର୍ତ୍ତୀ ସମୟରେ କାଳକ୍ରମେ ଗୁଡର ଉତ୍ପାଦନ କମି ଚିନିର ଉତ୍ପାଦନ ବଢିଲା । ଫଳରେ ଗୁଡର ବ୍ୟବହାର ଓ ଆବଶ୍ୟକତା କମିବାକୁ ଲାଗିଲା । ସେଥିପାଇଁ ତିଆରି ହେଉଥିବା ମୁଆଁରେ ଗୁଡର ସ୍ଥାନ ଅଧିକାର କଲା ଚିନି । ଆଉ ଏବେ ସବୁଠି ଚିନି ମୁଆଁ ମିଳୁଥିବାର ଦେଖିବାକୁ ମିଳୁଛି ଏବଂ ବିଭିନ୍ନ ରକମର ଚିନି ମୁଆଁ ପ୍ରସ୍ତୁତ ହେଉଛି । ସମୟ ପରିବର୍ତ୍ତନ ସାଙ୍ଗକୁ ଚିନି ମୁଆଁର ରୁଚି ମଧ୍ଯ ବଢିଛି । କିନ୍ତୁ ଆଜି ବି ଲୋକେ ଗୁଡ ମୁଆଁକୁ ଖୋଜୁଛନ୍ତି । ସେ ଯାହାବି ହେବ ଆମ ଓଡିଆ ପରମ୍ପରାରେ ମୁଆରେ ବ୍ଯବହାର ଏଯାଏ ବଞ୍ଚିରହିଛି ।

Sonalisa

Recent Posts

ଷଷ୍ଠ ଥର ନବୀନ ସରକାର, ସକାଳ ଓ ପ୍ରଗତିବାଦୀର ସର୍ଭେରେ ବିଜେଡିକୁ ସ୍ପଷ୍ଟ ବହୁମତ

ଭୁବନେଶ୍ୱର : ଷଷ୍ଠ ଥର ନବୀନ ସରକାର । ଓଡ଼ିଶା ଗଣମାଧ୍ୟମ ସକାଳ ଓ ପ୍ରଗତିବାଦୀର ସର୍ଭେରେ ବିଜେଡିକୁ ସ୍ପଷ୍ଟ…

2 mins ago

ଜୁନ ୨୦ରେ ଲଞ୍ଚ ହେବାକୁ ଯାଉଛି Realme GT 6, ଡିଜାଇନ୍ ଦେଖିଲେ କହିବେ ‘Wow’

ଗତ ମାସରେ ଭାରତରେ Realme GT 6T ଲଞ୍ଚ କରାଯାଇଥିଲା । ରିୟଲମି ଚଳିତ ମାସରେ ଜିଟି ସିରିଜର ଆଉ…

15 mins ago

ଗାଁର ଚାରି ଆଡେ଼ ଘେରି ରହିଛି ନାଳ, ବର୍ଷା ଦିନେ ଜଳବନ୍ଦୀ ଜୀବନ କାଟନ୍ତି ଏହି ଗ୍ରାମବାସୀ

ସୁନ୍ଦରଗଡ(କେନ୍ୟୁଜ୍): ଭାରତ ସ୍ୱାଧୀନତାକୁ ବିତି ସାରିଲାଣି ୭୪ବର୍ଷ । ଏହି ୭୪ ବର୍ଷରେ ଆସିଛନ୍ତି ଅନେକ ସରକାର । କରିଛନ୍ତି…

17 mins ago

ପ୍ୟାରିସରୁ ମୁମ୍ବାଇ ଆସୁଥିବା ବିମାନରେ ବୋମା ଆତଙ୍କ, ଜରୁରୀକାଳୀନ ଅବତରଣ କଲା ଭିସ୍ତାରା ବିମାନ

ପ୍ୟାରିସରୁ ମୁମ୍ବାଇ ଆସୁଥିବା ଭିସ୍ତାରା ବିମାନରେ ବୋମା ଆତଙ୍କ । ଏହି ଖବର ପ୍ରସାରିତ ହେବା ପରେ ଆତଙ୍କ ସୃଷ୍ଟି…

17 mins ago

ଫ୍ୟାନକୁ ଡେଟ୍ କରିବାକୁ ଚାହୁଁଛନ୍ତି କାର୍ତ୍ତିକ ଆର୍ଯ୍ୟନ୍! ଫିମେଲ୍ ଫ୍ୟାନ୍ସଙ୍କର ଲାଗିଲା ଲଟେରୀ

କାର୍ତ୍ତିକ ଆର୍ଯ୍ୟନ୍ ତାଙ୍କ ଆଗାମୀ ଫିଲ୍ମ 'ଚନ୍ଦୁ ଚାମ୍ପିଅନ୍'କୁ ନେଇ ଆଜିକାଲି ଖୁବ ଚର୍ଚ୍ଚାରେ ଅଛନ୍ତି । ନିକଟରେ ଫିଲ୍ମରୁ…

57 mins ago

ସ୍ୱପ୍ନାଦେଶ ପରେ ମା’ଙ୍କ ନାମକରଣ ହୋଇଥିଲା ସୁବର୍ଣ୍ଣରେଖା, ଏବେ ଚାଲିଛି ଠାକୁରାଣୀଙ୍କ ଯାତ୍ରା

ଗଞ୍ଜାମ(କେନ୍ୟୁଜ)- ମା’ଙ୍କ ଯାତ୍ରା ପାଇଁ ଘଣ୍ଟ ଘଣ୍ଟା ହୁଳହୁଳିରେ କମ୍ପି ଉଠୁଛି ଗଗନ ପବନ । ହଜାର ହଜାର ଭକ୍ତଙ୍କ…

1 hour ago