Below header

‘ମୁଆଁ’ ଆମ ଓଡିଆ ଘରର ଏକ ଅନନ୍ୟ ପରମ୍ପରା, ଜାଣନ୍ତୁ ଧନୁ ସଂକ୍ରାନ୍ତି ଠାରୁ ମକର ସଂକ୍ରାନ୍ତି ପର୍ଯ୍ୟନ୍ତ କାହିଁକି ରହିଛି ଏହାର ମହତ୍ୱ

ଏବେ ମୁଆଁ ଖାଇବାର ଋତୁ । ଦୋକାନ ବଜାରରେ ଭଳିକି ଭଳି ମୁଆଁର ପସରା । ଆମ ଓଡିଶା ପରମ୍ପରା ଅନୁସାରେ ଧନୁ ସଂକ୍ରାନ୍ତି ଠାରୁ ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ଏହି ସମୟରେ ମୁଆଁ ଖାଇବା ଓ ଅନ୍ୟକୁ ଖୁଆଇବାର ଏକ ବିଶ୍ବାସ କେଉଁ ଆବାହନ ସମୟରୁ ଚଳିଆସୁଛି । ସବୁ ଓଡିଆ ଘରେ ଏହି ଋତୁରେ ଠାକୁରଙ୍କୁ ମୁଆଁ ଭୋଗ ଲାଗି କରାଯାଇଥାଏ ।

dhanuକିଛି ବିଷେଶଜ୍ଞ ମତ ଦିଅନ୍ତି ପୌଷ ମାସରେ, ଆମ ସୌର ମଣ୍ଡଳର ଗ୍ରହ ଉପଗ୍ରହଙ୍କ ସ୍ଥିତି,ଚଳନ ଓ ପରିବେଶର ଅବସ୍ଥାନୁଯାୟୀ ପ୍ରତ୍ୟକ ମଣିଷ ଅଧିକ ଖାଦ୍ୟ ଖାଇବାର ଆବଶ୍ଯକତା ରହିଛି। ସେହି ଦୃଷ୍ଟିରୁ ଖାଇଥିବା ଖାଦ୍ୟର ହଜମ ପାଇଁ ଗୁଡ ଭଳି ମିଠାର ଆବଶ୍ୟକତା ରହିଛି । ଯେହେତୁ ଖାଲି ଗୁଡ ଖାଇବା ସମସ୍ତଙ୍କ ପକ୍ଷେ ସମ୍ଭବ ନୁହେଁ । ତେଣୁ ଲିଆ ଦେହରେ ଗୁଡକୁ ମିଶାଇ ମୁଆଁ ତିଆରି କରାଯାଏ । ଯାହାକୁ ଗୁଡ ମୁଆଁ ବୋଲି କୁହାଯାଏ ।

muanପରବର୍ତ୍ତୀ ସମୟରେ କାଳକ୍ରମେ ଗୁଡର ଉତ୍ପାଦନ କମି ଚିନିର ଉତ୍ପାଦନ ବଢିଲା । ଫଳରେ ଗୁଡର ବ୍ୟବହାର ଓ ଆବଶ୍ୟକତା କମିବାକୁ ଲାଗିଲା । ସେଥିପାଇଁ ତିଆରି ହେଉଥିବା ମୁଆଁରେ ଗୁଡର ସ୍ଥାନ ଅଧିକାର କଲା ଚିନି । ଆଉ ଏବେ ସବୁଠି ଚିନି ମୁଆଁ ମିଳୁଥିବାର ଦେଖିବାକୁ ମିଳୁଛି ଏବଂ ବିଭିନ୍ନ ରକମର ଚିନି ମୁଆଁ ପ୍ରସ୍ତୁତ ହେଉଛି । ସମୟ ପରିବର୍ତ୍ତନ ସାଙ୍ଗକୁ ଚିନି ମୁଆଁର ରୁଚି ମଧ୍ଯ ବଢିଛି । କିନ୍ତୁ ଆଜି ବି ଲୋକେ ଗୁଡ ମୁଆଁକୁ ଖୋଜୁଛନ୍ତି । ସେ ଯାହାବି ହେବ ଆମ ଓଡିଆ ପରମ୍ପରାରେ ମୁଆରେ ବ୍ଯବହାର ଏଯାଏ ବଞ୍ଚିରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.