Below header

ଭାରତ-ୱେଷ୍ଟଇଣ୍ଡିଜ୍‌ ବାରବାଟୀ ମ୍ୟାଚ୍‌ ପାଇଁ ଚାଲିଛି ଅଫ୍‌ ଲାଇନ୍‌ ଟିକଟ୍‌ ବିକ୍ରି, ସୁରକ୍ଷାରେ ୬୩ ପ୍ଲାଟୁନ ଫୋର୍ସ ମୁତୟନ

କଟକ: ଆରମ୍ଭ ହେଲା ବାରବାଟୀ କାଉଣ୍ଟଡାଉନ । ଭାରତ-ୱେଷ୍ଟଇଣ୍ଡିଜ୍‌ ବାରବାଟୀ ମ୍ୟାଚ୍‌ ପାଇଁ ଅଫ୍‌ ଲାଇନ୍‌ ଟିକଟ୍‌ ବିକ୍ରି ଚାଲିଛି। ଓସିଏ ସମ୍ମିଳନୀ କକ୍ଷରେ ଅନୁବନ୍ଧିତ ସ୍କୁଲ, କଲେଜ ଓ କ୍ଲବ ଆଦି ପାଇଁ ଟିକେଟ୍‌ ବିକ୍ରି କରାଯାଉଛି । ସକାଳ ୧୦ଟାରୁ ୫ଟା ପର୍ଯ୍ୟନ୍ତ ଟିକଟ୍‌ ବିକ୍ରି ହେଉଛି। ଏମାନଙ୍କ ପାଇଁ ୮ ହଜାର ୯୪୬ ଟିକଟ୍‌ ରହିଛି । ଏଥିରୁ ଯାହା ବଳିବ, ସାଧାରଣ ଦର୍ଶକଙ୍କୁ ବିକ୍ରି କରାଯିବ । ଅନ୍‌ଲାଇନ୍‌ରେ ୮ ହଜାର ୧୫୦ ଟିକେଟ୍‌ ବିକ୍ରି ହୋଇ ସାରିଛି । କାଉଣ୍ଟର ପାଇଁ ୧୦ ହଜାର ୫୦ଟି ଟିକେଟ୍‌ ରଖାଯାଇଛି । ୧୯ ଓ ୨୦ରେ କାଉଣ୍ଟରରେ ସାଧାରଣ ଦର୍ଶକଙ୍କ ପାଇଁ ଟିକଟ୍‌ ମିଳିବ । ଟିକଟ ପାଇଁ ବାରିକେଡ ବ୍ୟବସ୍ଥା କରାଯାଇଥିବା ବେଳେ ସୁରକ୍ଷା ପାଇଁ ୬୩ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.